
ପଟ୍ଟାମୁଣ୍ଡାଇ ୨୪/୩ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ନିୟମ ଉଲ୍ଲଂଘନ କରୁଥିବା ସ୍କୁଲ ଗାଡି ଉପରେ କେନ୍ଦ୍ରାପଡା ପ୍ରଶାସନ ତରଫରୁ କଡା ଚଢାଉ କରାଯାଉଛି। ଫିଟନେସ ସାର୍ଟିଫିକେଟ୍ ନଥିବା, ଅଧିକ ପିଲା ବୋଝେଇ ଏବଂ ସୁରକ୍ଷା ନିୟମ ମାନୁନଥିବା ଗାଡି୍ଗୁଡିକୁ ଜବତ କରାଯାଇ ଜରିମାନା ଆଦାୟ କରାଯ।।ଇଛି । ପିଲାଙ୍କ ସୁରକ୍ଷା ପାଇଁ ପରିବହନ ବିଭାଗର ଏହି ବିଶେଷ ଅଭିଯାନ ଚଳାଇଛନ୍ତି ବୋଲି କେନ୍ଦ୍ରାପଡା ଆରଟିଓ ଲୋକନାଥ ମେହେର ପ୍ରକାଶ କରିଛନ୍ତି । ସେ କହିଛନ୍ତି ମଙ୍ଗଳବାର ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳରେ ଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟର ପିଲା ମାନଙ୍କ ପରିବହନ ଲାଗି ନିୟୋଜିତ ଗାଡିମାନଙ୍କ ଗତିବିଧି, ଡ୍ରାଇଭରଙ୍କ କାଗଜପତ୍ର ଯାଂଚ କରାଯାଇଛି । ସେଥିରେ ୧୦ଟି ଗାଡି ଯାଂଚ କରାଯାଇ ୧୬ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି । ଆଗକୁ ବିନା ବୈଧ ଫିଟନେସ ସାର୍ଟିଫିକେଟ୍ ଓ ଇନ୍ସ୍ୟୁରାନ୍ସରେ ନଥିବା କ୍ଷମତାଠାରୁ ଅଧିକ ପିଲାଙ୍କୁ ବସାଇ ଚଳାଚଳ କରୁଥିବା ଗାଡି ଓ ଡ୍ରାଇଭରଙ୍କ ପାଖରେ ବୈଧ ଲାଇସେନ୍ସ ନଥିଲେ ସେମାନଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।
