
ପଟ୍ଟାମୁଣ୍ଡାଇ ୨୯/୧୧ – ପଟ୍ଟାମୁଣ୍ଡାଇ କୋର୍ଟ ଓ ଓକିଲ ସଂଘର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ପଟ୍ଟାମୁଣ୍ଡାଇ କୋର୍ଟ କାର୍ଯ୍ୟାଳୟ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଅତିରିକ୍ତ ଜିଲ୍ଲା ଜଜ ବିଦ୍ୟାଧର ପୃଷ୍ଟି ଉଦଘାଟନ କରିଥିଲେ । ସବଜଜ ଅପୂର୍ବା ଚୌଧୁରୀ, ଜେଏମଏଫସି ବିଦ୍ୟୁତଲତା ପ୍ରଧାନ, ଜେଏମଏଫସି ଡ଼ି କେ ବାଳକ୍ରିଷ୍ଣନ ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ପଟ୍ଟାମୁଣ୍ଡାଇ ଓକିଲ ସଂଘ ସଭାପତି ସୂର୍ଯ୍ୟ ରଞ୍ଜନ ରାଉଳ, ଉପସଭାପତି ସୁରେଶ ନରେନ୍ଦ୍ର, ସମ୍ପାଦକ ରବୀନ୍ଦ୍ର ଦାଶ, ଯୁଗ୍ମ ସମ୍ପାଦକ ମନୋଜ ନାୟକ, କୋଷାଧ୍ୟକ୍ଷ ପ୍ରମୋଦ ବିଶ୍ୱାଳ ପାଠାଗାର ସମ୍ପାଦକ ପ୍ରକାଶ ପାତ୍ର, ବରିଷ୍ଠ ଆଡ଼ଭୋକେଟ କିଶୋର କୁଣ୍ଡ, ଭୀମସେନ ପ୍ରଧାନ, ନରହରି ଲେଙ୍କା ତପନ ମିଶ୍ର, ବିଜୟ ରାଉତ, ବିଜ୍ଞାନ ଜେନା, ଧୀରେନ୍ଦ୍ର ସାହୁ, ସୌମ୍ୟ ରଞ୍ଜନ ଧଳ, ଭବାନୀ ପଣ୍ଡା, ଗୋପୀନାଥ ତ୍ରିପାଠୀ ଅଶ୍ୱିନୀ ବେହେରା ଅଭିରାମ କୁଣ୍ଡ ହୃଦାନନ୍ଦ ମହାନ୍ତି, ପ୍ରତାପ ପୃଷ୍ଟି ଲଳିତ ଦାସ ମହାପାତ୍ର, ସଂଜୀବ କର, ଗିରିଜା ଦାଶ, ଗୁରୁ ଚରଣ ଷଣ୍ଢ, ଅଶ୍ୱିନୀ ଚୌଧୁରୀ, ସୁନାକାର ପ୍ରଧାନ, ନାରାୟଣ ସାହୁ, ବିଦ୍ୟାଭୂଷଣ ଦାଶ, ପ୍ରଫୁଲ୍ଲ ଦାଶ, ଗୀତାଞ୍ଜଳି ପୃଷ୍ଟି ବିଦ୍ୟାଧର ଦାଶ, ରାଜେନ୍ଦ୍ର ମିଶ୍ର ପ୍ରମୁଖ ବହୁ ବରିଷ୍ଠ ଆଇନଜୀବୀ, ପୂର୍ବତନ କର୍ମକର୍ତା ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ରକ୍ତଦାନ ଶିବିରରେ ୬୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।
