ଉଦ୍‌ଯାପିତ ହେଲା ନସିଂ ସପ୍ତାହ ଓ ଏଓଏସ୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍ସର ବାର୍ଷିକ ଉତ୍ସବ

blank
କେନ୍ଦ୍ରାପଡ଼ା, ୧୯/୫: ଏସ୍‌ଓଏସ୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍ସରେ ସାତଦିନ ଧରି ଚାଲିଥିବା ଅନ୍ତର୍ଜାତୀୟ ନସିଂସପ୍ତାହ ଓ ବାର୍ଷିକ ଉତ୍ସବ ଆଜି ଉଦ୍‌ଯାପିତ ହୋଇଯାଇଛି। ଅନୁଷ୍ଠାନର ପ୍ରଫେସନାଲ ଡାଇରେକ୍ଟର ଜ୍ୟୋତିର୍ମୟୀ ନାୟକଙ୍କ ସଭାପତିତ୍ୱରେ ଉଦ୍‌ଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଡେରାବିଶ ବ୍ଲକର ବ୍ଲକ୍ ଉନ୍ନୟନ ଅଧୂକାରୀ ନମିତା ବାରିକ ଯୋଗ ଦେଇ କହିଥିଲେ ଯେ ଛାତ୍ରୀଛାତ୍ରମାନେ ସେବା ମନୋବୃତ୍ତି ନେଇ ଶିକ୍ଷା ଗ୍ରହଣ କରନ୍ତୁ ଓ ତାକୁ କର୍ମ କ୍ଷେତ୍ରରେ ଲଗାଇ ଆଗକୁ ବଢ଼ିଲେ ଅନୁଷ୍ଠାନର ସୁନାମ ବଢ଼ିବ। ସମ୍ମାନୀତ ଅତିଥି ଭାବେ ଓଡ଼ିଶାର ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଡେରାବିଶ ତହସିଲଦାର ସରୋଜ ନାୟକ ଯୋଗ କହିଥିଲେ ଯେ କଠିନ ଅଧ୍ୟବସାୟ ଏବଂ ସାଧନା ମଣିଷକୁ ସଫଳତା ଦେଇଥାଏ। ମୁଖ୍ୟ ବକ୍ତା ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ବିଭାଗ ।ଗ ପ୍ରକ ପ୍ରକଳ୍ପ ଅଧିକାରୀ ଡ. ସୁକାନ୍ତ କୁମାର ପ୍ରଧାନ ଯୋଗଦେଇ କହିଥିଲେ ଯେ ସମୟାନୁବର୍ଷିତା, କର୍ମନିଷ୍ଠା, ସେବା ମନେ ମନୋଭାବ ରଖ୍ ଏ ବତ୍ତିକୁ ଆପଣାଇ ନେଲେ ସମାଜରେ ଏକ ସଫଳ ସ୍ୱାସ୍ଥ୍ୟ ସେବିକା ହିସାବରେ ଛାତ୍ରୀଛାତ୍ରମାନେ ନ ସୁନାମ ଅର୍ଜନ କରିବାର ସୌଭାଗ୍ୟ ହାସଲ କରିପାରିବେ। ପ୍ରତିଷ୍ଠାତା ନିର୍ଦ୍ଦେଶକ ସୁଖଦା ପ୍ରସାଦ ତ୍ରିପାଠୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ପ୍ରତିଷ୍ଠାତା ସମ୍ପାଦକ ପ୍ରଶାନ୍ତ କୁମାର ସାମନ୍ତରାୟ ଅନୁଷ୍ଠାନର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଓ ଏହାର ସଫଳତା ବିଷୟରେ ଛାତ୍ରୀଛାତ୍ରୀ ଓ ଉପସ୍ଥିତ ବ୍ୟକ୍ତିମାନଙ୍କୁ ଅବଗତ କରାଇଥିଲେ। ସମ୍ମାନୀତ ଅତିଥି ଭାବେ ଅନୁଷ୍ଠାନର ପ୍ରତିଷ୍ଠାତା ନିର୍ଦ୍ଦେଶକ ବାଣୀବ୍ରପ ବାଣୀବ୍ରତ ତ୍ରିପାଠୀ ପିଲାମାନଙ୍କୁ ଅନୁଷ୍ଠାନକୁ ଆଗକୁ ନେବା ପାଇଁ ଆହ୍ୱାନ ଦେଇଥିଲେ। ଅନୁଷ୍ଠାନର ମୁଖ୍ୟ ପ୍ରଶାସନିକ ଅଧିକାରୀ ଶ୍ରୀକାନ୍ତ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅନୁଷ୍ଠାନରେ ଦୀର୍ଘଦିନ ଧରି ଧରି ସେବା ଦେଇ ଆସିଥିବା କର୍ମଚାରୀ ମନୋରଞ୍ଜନ ଦାସ, ପ୍ରଶାସନିକ ଅଧୂକାରୀ ଶ୍ରୀକାନ୍ତ ବିଶ୍ୱାଳ, ପୂର୍ବତନ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ପଟ୍ଟନାୟକ ଓ କୁମୁଦିନୀ ଲେଙ୍କା ଏବଂ ବନ୍ଦିତା ସାହୁଙ୍କୁ ସମ୍ବନ୍ଧିତ କରାଯାଇଥିଲା। ଏହି ଉଦ୍‌ଯାପନୀ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିବା ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ପୂଜା ପ୍ରତ୍ୟୁଶାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ତାଙ୍କ ମଧୁର ସଙ୍ଗୀତକୁ ଛାତ୍ରୀଛାତ୍ରମାନେ ଉପଭୋଗ କରିଥିଲେ। ଏହାପରେ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରୀଛାତ୍ରମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି ଉଦ୍‌ଯାପନୀ କାର୍ଯ୍ୟକ୍ରମକୁ ପ୍ରଶିକ୍ଷିକା ଋତୁପଣ୍ଡା ବିଶୋଇ ଓ ଶୁଭଲକ୍ଷ୍ମୀ ବିଶ୍ୱାଳ ପରିଚାଳନା କରିଥିଲେ। ଏଥିରେ ପ୍ରଶିକ୍ଷିକା ଦୀପ୍ତିମୟୀ ଲେଙ୍କା, ପ୍ରିୟମ୍ବଦା ପଟ୍ଟନାୟକ, ପଲ୍ଲବୀ ପଟ୍ଟନାୟକ, ମନିସାରାଣୀ, ସୁପ୍ରଭା ମଞ୍ଜରୀ ଦାଶ, ସୋନାଲି ବିଶ୍ୱାଳ, ସ୍ୱାତି ସମନ୍ୱୟା ମାଝି, ପୂର୍ଣ୍ଣିମା ପ୍ରିୟଦର୍ଶିନୀ ମଲ୍ଲିକ, ସୋନାଲି ସେନାପତି, ଯଶୋସ୍ୱିନୀ ସାହୁ, ଚିନ୍ମୟୀ ବିଶ୍ୱାଳ, ରୋଜାଲିନୀ ଗୋଚ୍ଛାୟତ, ବିଜୟ କୁମାର ସାହୁ, ରଶ୍ମିତା ମହାନ୍ତି, ତପନ କୁମାର ମହାନ୍ତି, ସୁଶାନ୍ତ ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ।

Next Post

ଶ୍ୱଶୁର ଘରେ ଜ୍ୱାଇଁର ଉନ୍ମତ୍ତକାଣ୍ଡ : ଖାଇଲେ ଛେଚା

Tue May 19 , 2026
କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ  ଜ୍ୱାଇଁଙ୍କୁ ଡାକି  ମାଡ଼ ମରାଯାଇଥିବା ଅଭିଯୋଗ   କେନ୍ଦ୍ରାପଡା ୧୯/୫ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ସେକପୁର ବନ୍ଧପଡା ଗାଁରେ ପାରିବାରିକ ବିବାଦକୁ କେନ୍ଦ୍ରକରି ଶ୍ୱଶୁର ଘର ଲୋକେ ଜ୍ୱାଇଁଙ୍କୁ ଘରକୁ ଡାକି ନିର୍ଧୂମ ମାଡ଼ ମରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏଥିରେ ଜ୍ୱାଇଁ ଗୁରୁତର ଆହତ ହୋଇଥିବା ବେଳେ ପ୍ରଥମେ ପଟ୍ଟାମୁଣ୍ଡାଇ ପରେ କଟକ ମେଡିକାଲକୁ ଚିକିତ୍ସା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading