ଉତ୍କଳ ନୌବାଣିଜ୍ୟ ପରମ୍ପରା ଉତ୍କଳୀୟଙ୍କ ସାହାସୀକତାର ପରିଚୟ

ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ୧୪ତମ ବୋଇତବନ୍ଦାଣ ଉତ୍ସବ ପାଳିତ

blank

ପଟ୍ଟାମୁଣ୍ଡାଇ ୧୫/୧୧ – ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ୧୪ତମ ବୋଇତବନ୍ଦାଣ ଉତ୍ସବ ବୁଧବାର କଷଣଅଂଟା ବ୍ରାହ୍ମଣୀ ନଦୀ ପଠାରେ ବହୁ ଉତ୍ସାହ ଓ ଉଦ୍ଧିପନା ଭିଜରେ ପାଳିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସଭାପତି କାଉନସିଲର ଗୋପୀବଲ୍ଲଭ ନାୟକଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ, ଅତିରିକ୍ତ ତହସିଲଦାର ଦିଲ୍ଲିପ ନାଏକ, ଆଇଆଇସି ବନ୍ଦନା ପାତ୍ର, ଟେଟ୍ରାହେଡ୍ରନ୍ ଜୁନିଅର କଲେଜର ପ୍ରତିଷ୍ଟାତା ତ୍ରୀଦେବ ବେହେରା ପ୍ରମୁଖ ଯୋଗ ଦେଇ ଲୁପ୍ତପ୍ରାୟ କଳା ସଂସ୍କୃତି ଓ ସାହିତ୍ୟକୁ ରୁଦ୍ଧିମନ୍ତ କରିବା ସହିତ ନୌବାଣିଜ୍ୟ ପରମ୍ପରାର ରୋମନ୍ଥନ କରିବା ବୋଇତବନ୍ଦାଣ ଉତ୍ସବ ଆୟୋଜନ ପଟ୍ଟାମୁଣ୍ଡାଇ ବିକାଶ ପରିଷଦର ଏକ ପ୍ରଶଂସନୀୟ ପଦକ୍ଷେପ । ଉତ୍କଳ ନୌବାଣିଜ୍ୟ ପରମ୍ପରା ଉତ୍କଳୀୟଙ୍କ ସାହାସୀକତାର ପରିଚୟ । ଅତୀତରେ ପୃଥିବୀର ସବୁ ସଭ୍ୟତା ନୌବାଣିଜ୍ୟ ସହ ଊଣା ଅଧିକେ ଜଡିତ ଥିଲେ ମଧ୍ୟ ବୋଇତକୁ ନେଇ ଏଭଳି ଏକ ପରମ୍ପରା ପୃଥିବୀର ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ । ଏହା ହିଁ ପ୍ରମାଣିତ କରିଥାଏ କଳିଙ୍ଗ ହେଉଛି ବୋଇତ ଓ ନୌବାଣିଜ୍ୟର ଉଦ୍ଭାବକ ଦେଶ । ଉଦ୍ଭାବକ ଓ ଅନୁଗତ ସଭ୍ୟତାମାନଙ୍କ ଭିତରେ ଏଇଟା ହିଁ ସବୁଠୁ ବେଶି ଆଖିଦୃଶିଆ ତଫାତ । ଯେମିତି ଜଗନ୍ନାଥଙ୍କୁ ଜଗତର ନାଥ ବୋଲି ଯେତେ କୁହାଗଲେ ବି ତାଙ୍କର ପୂଜା କେବଳ ଓଡିଆ ସଭ୍ୟତାରେ ହିଁ ଦେଖିବାକୁ ମିଳିଥାଏ । ଜଗନ୍ନାଥ ସଂସ୍କୃତି ଦ୍ୱାରା ଯଥେଷ୍ଟ ପ୍ରଭାବିତ ହୋଇ ବି ଅନ୍ୟ କୌଣସି ସଭ୍ୟତାରେ ତାଙ୍କୁ ପିଢ଼ିପିଢ଼ି ଧରି ପୂଜା କରାଯିବାର ପରମ୍ପରା ଦେଖିବାକୁ ମିଳେନାହିଁ । ସେହିଭଳି ବୋଇତ ବନ୍ଦ୍ଧଚ୍ଚ ବେଳେ ବୋଲା ଯାଉଥିବା ‘ଆକା–ମା ବୋଇ’ର ଅର୍ଥ ସଂସ୍କୃତ ବା ଦ୍ରାବିଡ ବଦଳରେ କଳିଙ୍ଗରୁ ଖୋଜିଲେ ମିଳିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ ।

blank

ଏହି ସଭା ପ୍ରାରମ୍ଭରେ ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ରଙ୍କ ବେଦମନ୍ତ୍ର ପାଠରେ ପ୍ରଦୀପ ପଜ୍ୱଳନ କରାଯାଇଥିଲା । ବିକାଶ ପରିଷଦର ବରିଷ୍ଠ ସଭ୍ୟ ଶ୍ରୀଧର ରାଉତ ସ୍ୱାଗତଭାଷଣ ଦେଇଥିଲେ । କସ୍ତୁରୀ କଳା ନିକେତର ସଭ୍ୟା ଶିକ୍ଷୟତ୍ରୀ ଆରତୀ ବଳ ଅତିଥିପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ ନେତା ବିଜୟ କୁମାର ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସଂପାଦକ ଆଡଭୋକେଟ ଗୋପିନାଥ ତ୍ରିପାଠୀ ସଂପାଦକୀୟ ବିବରଣୀ ପାଠ କରି ପରିଷଦର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । କସ୍ତୁରୀ କଳା ନିକେତନ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗୀତା କରାଯାଇଥିଲା। କୃତିତ୍ୱ ପ୍ରଦର୍ଶନ କରିଥିବା ବିଭିନ୍ନ ସ୍କୁଲ କଲେଜ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବ ପରେ ଅତୀଥିମାନେ ସାଧବ ପୁଅ ଓ ବୋହୁଙ୍କ ଗହଣରେ ପତ୍ରପୁର ବ୍ରାହ୍ମଣୀ ନଦୀରେ ବୋଇତ ବନ୍ଦାଣ କରିଥିଲେ । କସ୍ତୁରୀ କଳା ନିକେତନ କଳାକାରମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଉତ୍ସବ ଆରମ୍ଭ ପୂର୍ବରୁ ପଟ୍ଟାମୁଣ୍ଡାଇ ବାଇପାସ ଠାରୁ ବିଭିନ୍ନ ସାଂସ୍କୃତିକ ଦଳ ଏବଂ ଆତସ ବାଜି ସହିତ ଆକର୍ଷଣୀୟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ କଷଣଅଂଟା-ପତ୍ରପୁର ମଧ୍ୟସ୍ଥଳ ବ୍ରାହ୍ମଣୀ ନଦୀ ଉପକଣ୍ଠ ବୋଇତ ବନ୍ଦାଣ ଉତ୍ସବ ସ୍ଥଳରେ ପହଂଚି ଥିଲେ ।

blank

ଏହି କାର୍ଯ୍ୟକ୍ରମରେ ପ୍ରଫେସର ରମେଶ ଚନ୍ଦ୍ର ଜେନା ଶିକ୍ଷାବିତ କଣ୍ଡୁରୀ ଚରଣ ସ୍ୱାଇଁ ଓ ସୁରେଶ ଚନ୍ଦ୍ର ଜେନା, କବି ସଚିତ୍ର ବେହୁରା, ପରିବେଶବିତ ବିଜୟ କବି, ଆଡ଼ଭୋକେଟ ପ୍ରମୋଦ ସାହୁ, ମିଟୁମନୋଜ ନାୟକ, ନବକିଶୋର ପଣ୍ଡା, ବିପିନ ବିହାରୀ ପରିଡା, କୃପାସିନ୍ଧୁ ନାୟକ, କବି ମନୋଜ ଶତପଥୀ, କବୟିତ୍ରୀ ଆରାଧନା ଦାଶ, ମଳୟ ଓଝା, ବାରେଣୀ ସେଠୀ, ଧନେଶ୍ୱର ଦାସ ଗୋବିନ୍ଦ ସେଠୀ, ଗୌରାଙ୍ଗ ଚନ୍ଦ୍ର ମହାନ୍ତି, ଚନ୍ଦନ ପାତ୍ର, ନରେଶ ଜେନା, ପ୍ରମୋଦ ସାହୁ , ହାଡିବନ୍ଧୁ ନାୟକ, ରଶ୍ମି ରଞ୍ଜନ ପାଢ଼ୀ, ଇଂ ତପନ ପାତ୍ର, ରାଜେନ୍ଦ୍ର ଦାଶ, ରବୀନ୍ଦ୍ର ପାତ୍ର, ପ୍ରଶାନ୍ତ ସୂତାର, ଆନନ୍ଦ ମହାପାତ୍ର, ଅନିତା ଧଳ, ସରୋଜ ସ୍ୱାଇଁ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶରତ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ । ଶେଷରେ ସୁସଜ୍ଜିତ ବୋଇତରେ ସାଧବମାନଙ୍କୁ ସାଧବାଣୀମାନେ ବନ୍ଦାପନା କରି ବିଦାୟ ଦେଇଥିଲେ । ଏହି ଉତ୍ସବରେ ସ୍ଥାନୀୟ ଅଂଚଳର ହଜାର ହଜାର ଲୋକ ଯୋଗ ଦେଇ ବୋଇତ ବନ୍ଦାଣ ଉତ୍ସବକୁ ଉପଭୋଗ କରିଥିଲେ ।

Next Post

ରିବନକଟା ଗାମୁଛା ପକାରେ ମାତୁଛନ୍ତି ଜନପ୍ରତିନିଧି , ଅଂଚଳ ସମସ୍ୟାକୁ ଅଣଦେଖା ବଢୁଛି ବେକାରୀ ସମସ୍ୟା

Mon Nov 10 , 2025
ଭାରତରେ, ପ୍ରତ୍ୟେକ ରାଜ୍ୟର ବିଧାନସଭାରେ ବିଧାୟକଙ୍କ ସଂଖ୍ୟା ରାଜ୍ୟର ଜନସଂଖ୍ୟା ଏବଂ କ୍ଷେତ୍ରଫଳ ଆଧାରରେ ନିର୍ଣ୍ଣୟ କରାଯାଏ। ଏହି ବିଧାୟକମାନେ ସେମାନଙ୍କ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କୁ ପ୍ରତିନିଧିତ୍ୱ କରନ୍ତି ଏବଂ ନିଜ ଅଂଚଳର ସମସ୍ୟା ବିଧାନସଭା ଅଧିବେଶନରେ ଆଗତ କରନ୍ତିା ରାଜ୍ୟ ସରକାରଙ୍କ ନୀତି ଏବଂ ଆଇନ ପ୍ରଣୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ସେହିପରି ଏକ ସଂସଦୀୟ କ୍ଷେତ୍ରରେ ମଧ୍ୟ ଜଣେ ସାଂସଦ ନିଜ ଅଂଚଳର ସମସ୍ୟା ସଂସଦରେ ଆଗତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading