ପଟ୍ଟାମୁଣ୍ଡାଇ ୫/୬ -ପଟ୍ଟାମୁଣ୍ଡାଇରୁ କଥାକାର ପ୍ରଦୀପ ନାୟକଙ୍କ ସମ୍ପାଦନାରେ ପ୍ରକାଶିତ ସର୍ଜନାର ଊର୍ମୀ ” ସାହିତ୍ୟଭୂମି ” ପତ୍ରିକାର ଷଷ୍ଠ ବର୍ଷ ସଂଖ୍ୟା ସ୍ଥାନୀୟ ଟାଉନ କ୍ଳବ୍ ପରିସରରେ ଉନ୍ମୋଚିତ ହୋଇଯାଇଛି । ସାହିତ୍ୟଭୂମି ଲେଖକ ସଂସଦର ସଭାପତି ଶିକ୍ଷାବିତ୍ ଶଚିନନ୍ଦନ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ପ୍ର. ଅନିରୁଦ୍ଧ ରାଉଳ ମୁଖ୍ୟ ଅତିଥି, ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଦୁଃଶାସନ ପରିଡ଼ା ମୁଖ୍ୟବକ୍ତା,ପ୍ର. ରମେଶ ଚନ୍ଦ୍ର ଜେନା, ପ୍ର. କୈଳାଶ ଚନ୍ଦ୍ର ପାତ୍ର ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ ।ଏଇ ଅବସରରେ କବି ପ୍ରାଧ୍ୟାପକ ରଞ୍ଜିତ ସେନାପତିଙ୍କୁ ସାହିତ୍ୟଭୂମି ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଥିଲା । କବି ପୁଣ୍ୟଶ୍ଲୋକ ଅଶୋକ ପରିଡ଼ା ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ସ୍ତମ୍ଭକାର ବ୍ରଜବନ୍ଧୁ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଉନ୍ମୋଚନ ଉତ୍ସବରେ ପ୍ରଫେସର ଭରତ ଚନ୍ଦ୍ର ପାତ୍ର, ଶିକ୍ଷାବିତ୍ କଣ୍ଡୁରି ଚରଣ ସ୍ୱାଇଁ, ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ପ୍ରାଧ୍ୟାପକ ମନୋଜ ପରିଡା,ଚତୁର୍ଭୁଜ ରାଉଳ, ବ୍ରଜ କିଶୋର ପଣ୍ଡା, କବି ସୁଚିତ୍ରା ଗୁପ୍ତା, କବି ଦେବାଶିଷ ପ୍ରଧାନ, ଶିକ୍ଷକ ନେତା ବିଜୟ କୁମାର ସାହୁ, ନବକିଶୋର ପଣ୍ଡା , ଇ.ତପନ ପାତ୍ର, ନାଟ୍ୟକାର ହରେକୃଷ୍ଣ ଦାଶ, ଟାଉନ କ୍ଳବର ସଭାପତି ଅଖିଳ ଦାସ, ସମ୍ପାଦକ ରମେଶ ଦେ ପ୍ରମୁଖ ଯୋଗ ଦେଇଥିଲେ । ବେଲେଶ୍ୱର ସାହିତ୍ୟ ସଂସଦର ସମ୍ପାଦକ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।
Discover more from Lokamata Odisha
Subscribe to get the latest posts sent to your email.