କାଶ୍ମୀରରେ ହିନ୍ଦୁଙ୍କୁ ହତ୍ୟା କରିଥିବା ଆତଙ୍କବାଦୀଙ୍କୁ କଠୋର ଶାସ୍ତି ବିଧାନ ପାଇଁ ମଶାଲ ଶୋଭାଯାତ୍ରା

blank
ପଟ୍ଟାମୁଣ୍ଡାଇ ୨୬/୪ – ଗତ ୨୨ ତାରିଖରେ ଜାମ୍ମୁ କାଶ୍ମୀର ପେହେଲଗାମ ପର୍ଯ୍ୟଟନ ସ୍ଥଳୀରେ ଆତଙ୍କବାଦୀ ମାନେ ନିରୀହ ଭାରତୀୟ ହିନ୍ଦୁ ମାନଙ୍କୁ ବର୍ବୋରୋଚିତ ଭାବେ ହତ୍ୟା କରିବା ଘଟଣାକୁ ଦେଶ ବ୍ୟାପି ନିନ୍ଦା କରାଯିବା ସହିତ ସମ୍ପୃକ୍ତ ଆତଙ୍କବାଦୀଙ୍କ ବିରୋଧରେ କଡା ଶାସ୍ତି ବିଧାନ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବୀ କରାଯାଇଛି । ଶନିବାର ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ରାଷ୍ଟ୍ରବାଦୀ ବିଚାର ମଂଚ ପକ୍ଷରୁ କାଶ୍ମୀର ପେହେଲଗାମ ଠାରେ ଆତଙ୍କବାଦୀମାନେ ନିରୀହ ଭାରତୀୟ ହିନ୍ଦୁମାନଙ୍କୁ ବର୍ବୋରୋଚିତ ଭାବେ ହତ୍ୟା କରିବା ଘଟଣାର ପ୍ରତିବାଦ ଓ ଆତଙ୍କବାଦୀ ମାନଙ୍କୁ କଠୋର ଶାସ୍ତି ବିଧାନ ଦାବୀରେ ସ୍ଥାନୀୟ ହରପାର୍ବତୀ ମନ୍ଦିର ଠାରୁ ଏକ ମଶାଲ ଶୋଭାଯାତ୍ରା କରାଯାଇ ପଟ୍ଟାମୁଣ୍ଡାଇ ବଜାର ପରିକ୍ରମା କରାଯାଇଥିଲା । ବରିଷ୍ଠ ଭାଜପା ନେତା ଯୁବ ନେତା ଶଶିକାନ୍ତ ସ୍ୱାଇଁ, ମିଟୁ ମନୋଜ ନାୟକ, ଆଇନଜୀବୀ ପ୍ରମୋଦ ସାହୁ, ସଞ୍ଜୟ ସାହୁ କାଉନସିଲର ବିଦ୍ୟାଧର ସେଠୀ, ଚନ୍ଦନ ପାତ୍ର, ଯୋଗେଶ ବେହେରା, ଆଇନଜୀବୀ ଶିଶିର ମଲିକ ରାଜେନ୍ଦ୍ର ଗିରି,ପାରେଶ୍ୱର ପାତ୍ର, ରାଜକିଶୋର ସାହୁ, ନଗର ଭାଜପା ସଭାପତି ଅଶୋକ ସାହୁ ରବୀନ୍ଦ୍ର ବିଶ୍ୱାଳ, ଅଭିରାମ ସାମଲ, ବ୍ରଜ କିଶୋର ପଣ୍ଡା,ବାବନ ସାହୁ ପ୍ରମୁଖ ବହୁ ରାଷ୍ଟ୍ରବାଦୀ ବିଚାର ମଂଚ ସଦସ୍ୟମାନେ ସାମିଲ ହୋଇ ଏହି ମର୍ମନ୍ତୁଦ ଘଟଣାର ପ୍ରତିବାଦ କରିବା ସହିତ ନରସଂହାରରେ ସମ୍ପୃକ୍ତ ଆତଙ୍କବାଦୀମାନଙ୍କୁ କଠୋର ଶାସ୍ତି ବିଧାନ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବୀ କରିଥିଲେ ।


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ଏମ ଏନ ହାଇସ୍କୁଲରେ ଶିକ୍ଷକ ଅଭିଭାବକ ସମ୍ମିଳନୀ

Sat Apr 26 , 2025
ପଟ୍ଟାମୁଣ୍ଡାଇ ୨୬/୪ -, ରାଜ୍ୟ ଗଣ ଶିକ୍ଷା ବିଭାଗ ନିର୍ଦେଶରେ ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲରେ ଶିକ୍ଷକ-ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ସୁଜୟ କୁମାର ରାଉତରାୟଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ଏମଏନ ହାଇସ୍କୁଲ ପରିଚାଳନା କମିଟି ସଭାପତି ତପନ କୁମାର ଦାଶ, ଉପ ସଭାପତି ଇତିଶ୍ରୀ ଦାଶ, ଅଭିଭାବକ ସଂଘ ସଭାପତି ଆଡଭୋକେଟ ଗୋପୀନାଥ ତ୍ରିପାଠୀ ଯୋଗ ଦେଇ ବିଦ୍ୟାଳୟର ସୁପରିଚାଳନା, ଶିକ୍ଷାର ମାନ […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading