କଲେଜ ସମ୍ମୁଖରେ ରାଜନେତାଙ୍କ ହୋର୍ଡିଂ ଉଚ୍ଛେଦ ପାଇଁ ପୈାରପାଳିକାକୁ ଚିଠି ଲେଖିଲେ ଅଧ୍ୟକ୍ଷ

blank
କେନ୍ଦ୍ରାପଡ଼ା,୨୨ା୨:କେନ୍ଦ୍ରାପଡପା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ କେତେକ ରାଜନେତା ନିଜର ଓ ଦଳର ପ୍ରଚାର ଓ ପ୍ରସାର କରିବା ପାଇଁ ହୋର୍ଡିଂ ମାରିଛନ୍ତି। ଏହି ହୋର୍ଡିଂକୁ ସେଠାରୁ ଉଚ୍ଛେଦ କରିବା ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା କେନ୍ଦ୍ରାପଡା ପୈାରପାଳିକା ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ଅଧ୍ୟକ୍ଷ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ସଂପୃକ୍ତ ରାଜନେତା ଏହି ସ୍ଥାନରେ ହୋର୍ଡିଂ ମାରିବା ପାଇଁ କଲେଜ କତ୍ତୃପକ୍ଷଙ୍କ ଠାରୁ କୈାଣସି ଅନୁମତି ନେଇନାହାନ୍ତି। ତେଣୁ ଏହା ଏକ ବେଆଇନ କାର୍ଯ୍ୟ ବୋଲି ସେ କହିଛନ୍ତି। ପୂର୍ବରୁ ଏହି ସ୍ଥାନରେ କ୍ୟାବିନ ପଡିଥିଲା। ପୋଲିସ ବଳ ସାହାଯ୍ୟରେ ତାହାକୁ ହଟାଯାଇଥିଲା। ଫଳରେ ପିଲାମାନେ କଲେଜକୁ ଯିବାଆସିବା କରିବାରେ ସୁବିଧା ହୋଇଥିଲା। ଏବେ ପୁନର୍ବାର ସେହି ସ୍ଥାନଟି ରାଜନେତାଙ୍କ ହୋର୍ଡିଂ ଯୋଗୁ ଜବରଦଖଲ ହୋଇ ରହିଛି ବୋଲି ଅଧ୍ୟକ୍ଷ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ଏସଂକ୍ରାନ୍ତରେ ଅଧ୍ୟକ୍ଷ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରିଛନ୍ତି।

Next Post

କେନ୍ଦ୍ରାପଡ଼ାରେ କୁନି ଚିତ୍ରଶିଳ୍ପୀଙ୍କ କରିସ୍ମା

Mon Feb 23 , 2026
କେନ୍ଦ୍ରାପଡ଼ା,୨୩ା୨:କେନ୍ଦ୍ରାପଡା ସହରର ମହିପାଳ ସ୍ଥିତ କୁନ୍ତଳାକୁମାରୀ ଚାରୁ ଓ କାରୁ କଳା ବିଦ୍ୟାଳୟରେ ଚାଲିଥିବା ବାର୍ଷିକ ପରୀକ୍ଷା ଶେଷ ହୋଇଛି। ଏଥିରେ କୁନି କୁନି ଚିତ୍ରଶିଳ୍ପୀମାନେ ସେମାନଙ୍କ କରିସ୍ମା ଦେଖାଇଛନ୍ତି। ପିଲାମାନେ ଗ୍ରୀଷ୍ମ ପ୍ରବାହ ସଂକ୍ରାନ୍ତରେ ସଚେତନତା ବାର୍ତ୍ତ ଥିବା ଚିତ୍ର, ଗ୍ରୀଷ୍ମ ଲହରୀରୁ କିପରି ରକ୍ଷା ପାଇ ହେବ ସେ ସଂକ୍ରାନ୍ତୀୟ ଚିତ୍ର, ଗ୍ରୀନ୍ ହାଉସ ଗ୍ୟାସକୁ ରୋକିବା ପାଇଁ ହେଲେ ସବୁଜ ବଳୟ ସୃଷ୍ଟି କରିବାର ଚିତ୍ର, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading