ଅଜଣା ଗାଡି ଧକ୍କାରେ ବୁଦ୍ଧ ମୃତ

blank
ପଟ୍ଟାମୁଣ୍ଡାଇ ୧୦/୧୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନ ଅନ୍ତର୍ଗତ ଗୋଗୁଆ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବୁଦ୍ଧଙ୍କର ମୃତ୍ୟୁ ଘଟିଛି। ବୁଧବାର ସଂଦ୍ଧ୍ୟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ମୃତ ଜଣଙ୍କ ହେଉଛନ୍ତି ସ୍ଥାନୀୟ ଗୋଗୁଆ ଗ୍ରାମର ସୁଦର୍ଶନ ଜେନା (୭୦ ) । ଗାଡିଟି ଦୁର୍ଘଟଣା ଘଟାଇ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଯାହାକୁ ନେଇ ସ୍ଥାନୀୟଲୋକ ଉତ୍ୟାକ୍ତ ହୋଇ ରାସ୍ତାରେ ଟାଇୟାର ଜାଳି ବିକ୍ଷେଭ ପ୍ରଦର୍ଶନ କରିବା ସହିତ ରାସ୍ତା ରୋକ କରିଥିଲେ । ଖବର ପାଇ ଅଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ର ଓ ଅତିରିକ୍ତ ତହସିଲ ଦାର ଦିଲ୍ଲିପ ନାଏକ ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା ।ପରେ ଦୁର୍ଘଟଣାଗ୍ରସ୍ତ ବୁଦ୍ଧଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଡାକ୍ତରଖାନା ପଠାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି ।

Next Post

ସାଧାରଣ ଲୋକମାନଙ୍କ ପାଖରେ ମାନବାଧିକାର ସମ୍ପର୍କରେ ସଚେତନତା ବିଶେଷ ଭାବେ ଦେଖାଯାଏ ନାହିଁ

Wed Dec 10 , 2025
ତାଳୁକ ଆଇନ ସେବା ସମିତି ପକ୍ଷରୁ ମାନବ ଅଧିକାର ଦିବସ ପାଳିତ   ପଟ୍ଟାମୁଣ୍ଡାଇ ୧୦/୧୨ – ମାନବାଧିକାର ଦିବସ କେବଳ ଏକ ସ୍ମୃତିଚାରଣ ନୁହେଁ ବରଂ ଦୈନନ୍ଦିନ ଜୀବନରେ ମର୍ଯ୍ୟାଦା ପ୍ରତିଫଳିତ କରିବା ପାଇଁ ଏକ ଆମନ୍ତ୍ରଣ ବୋଲି ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ପଟ୍ଟାମୁଣ୍ଡାଇ କଲେଜ ପରିସରରେ ବୁଧବାର ଅନୁଷ୍ଠିତ ମାନବ ଅଧିକାର ଆଇନ ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading