ବିବାହର ପ୍ରତିଶୃତି ଦେଇ ରଖିଲେ ଶାରିରୀକ ସମ୍ପର୍କ, ୧୪ଲକ୍ଷ ଲୁଟି ନେଇ ଅଭିଯୁକ୍ତ ଫେରାର

blank

କେନ୍ଦ୍ରାପଡ଼ା,୧୧ା୧୧: କେନ୍ଦ୍ରାପଡା ଟାଉନ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବ୍ୟକ୍ତି ଜଣଙ୍କ ଶାରୀରିକ ସମ୍ପର୍କ ରଖିବା ସହିତ ଜାଗା କିଣାଇ ଦେବା ବାହାନାରେ ୧୪ ଳକ୍ଷ ଟଙ୍କା ନେଇଥିଲେ । ପୁଅ ବାହାଘର ସରିବା ପରେ ମହିଳାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଲେ। ହେଲେ ମହିଳାଙ୍କୁ ବିବାହ କଲେ ନାହିଁ କି ତାଙ୍କ ଟଙ୍କା ଫେରାଉ ନାହାଁନ୍ତି। ଓଲଟା ମହିଳାଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଉଛନ୍ତି। ଏ ନେଇ ମହିଳା ଜଣକ ଟାଉନ୍ ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି । ପୀଡିତାଙ୍କ ଅଭିଯୋଗ ପରେ ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ମହିଳାଙ୍କ ଅଭିଯୋଗ ମୁତାବକ, ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତି ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ମହିଳା ଜଣକ ସହରରେ ଏକ ଜମି କିଣିବେ ବୋଲି ତାଙ୍କୁା କହିିଥିଲେ। ଉକ୍ତ ବ୍ୟକ୍ତି ତାଙ୍କୁ ଜମି କିଣାଇ ଦେବେ ବୋଲି କହିଥିଲେ। ଏ ନେଇ ମହିଳା ଜଣକ ତାଙ୍କୁ ୧୪ ଲକ୍ଷ ଟଙ୍କା ଦେଇଥିଲେ। ବ୍ୟକ୍ତି ଜଣଙ୍କର ପୁଅ ବାହାଘର ପରେ ସେ ମହିଳାଙ୍କୁ ବିବାହ କରି ଘରକୁ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଦିନ ଗଡିବା ସହିତ ସେ ଆଉ ମହିଳାଙ୍କୁ ବିବାହ କରି ନଥିଲେ। ସେ ଏ ନେଇ ଜିଦି କରିବା ପରେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଦୁର୍ବଳ ମୁହୂର୍ତ୍ତର ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଦେବେ ଓ ଆବଶ୍ୟକ ପଡିଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଉଥିଲେ ବୋଲି ମହିଳା ଜଣକ ତାଙ୍କ ଏତଲାରେ ଦର୍ଶାଇଛନ୍ତି। ଅଭିଯୋଗ ହେବା ପରେ ପୋଲିସ ଉକ୍ତ ବ୍ୟକ୍ତଙ୍କି ବିରୋଧରେ ୨୫୦/୨୦୨୫ରେ ଭାରତରୟ ନ୍ୟାୟ ସଂହିତାର ୬୯, ୩୫୧(୩) ଓ ୨୯୬ ଦଫାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ବୋଲି ଥାନାଧିକାରୀ ଦିଲ୍ଲୀପ କୁମାର ସାହୁ ସୂଚନା ଦେଇଛନ୍ତି।

Next Post

ଶିକ୍ଷକ ଅଭାବରୁ ଶିକ୍ଷାଦାନ ବ୍ୟାହତ , ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୩ ସ୍କୁଲରେ ତାଲା

Tue Nov 11 , 2025
ପଟ୍ଟାମୁଣ୍ଡାଇ ୧୧/୧୧ – ପଟ୍ଟାମୁଣ୍ଡାଇ ବ୍ଲକରେ ଥିବା ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଶିକ୍ଷକ ଅଭାବରୁ ବହୁ ସ୍କୁଲରେ ଶିକ୍ଷାଦାନ ବ୍ୟାହତ ହୋଇପଡିଛି । ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରିବା ପାଇଁ ଅଂଚଳବାସୀ ବାରମ୍ବାର ଦୌଡ଼ି ନିରାଶ ହେବା ପରେ ମଙ୍ଗଳବାର ପଟ୍ଟାମୁଣ୍ଡାଇ ବ୍ଲକର ୩ଟି ସ୍କୁଲରେ ତାଲା ପଡିଛି । ଛାତ୍ରୀଛାତ୍ର ଅଭିଭାବକ ମାନେ ରାସ୍ତାରେ ବସି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading