କେନ୍ଦ୍ରାପଡା,୨ା୬: କେନ୍ଦ୍ରାପଡା ମ୍ୟୁନିସିପାଲିଟି ୧୫ ନଂ ୱାର୍ଡରେ ଥିବା ୧୦୦ ବର୍ଷର ଦୁଇଟି କଲଭର୍ଟ କିଛି ଖଳ ପ୍ରକୃତିର ଲୋକ ମାଟି ପକାଇବା ଦ୍ୱାରା ଜଳ ନିଷ୍କାସନ ହେଉ ନାହିଁ । ଯାହା ଫଳରେ ଟିକେ ବର୍ଷାହେଲେ ୧୫ନଂ ୱାର୍ଡରେ ପାଣି ଯାଇ ନପାରିବାରୁ ସେଠାରେ ରହୁଥିବା ପୌରବାସୀମାନେ ନାହି ନଥିବାର ଅସୁବିଧା ଭୋଗୁଛନ୍ତି । ତେଣୁ ଜନଶକ୍ତି ପାର୍ଟି ଅଧ୍ୟକ୍ଷ ବରିଷ୍ଠ ଆଇନଜୀବୀ ପ୍ରଦୀପ ଦାଶ ଓ ସେଠିକାର ବାସିନ୍ଦାମାନେ ସୋମବାର ଦିନ ମ୍ୟୁନିସିପାଲିଟି ଟାଉନହଲ୍ରେ ଜିଲ୍ଲାପାଳଙ୍କୁ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଭାବରେ ଅଭିଯୋଗ କରିଛନ୍ତି । ଯଦି ବର୍ଷାଋତୁ ଭିତରେ ତୁରନ୍ତ କାର୍ଯ୍ୟ ନହେଲେ ଗଣଧାରଣା ଦିଆଯିବ ବୋଲି ସଭାପତି ଶ୍ରୀ ଦାସ କହିଛନ୍ତି । ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା ମ୍ୟୁନିସିପାଲିଟିର ୧୫ ନଂ ୱାର୍ଡରେ ଥିବା ୧୦୦ ବର୍ଷର ଦୁଇଟି କଲଭଟ କିଛି ଖଳ ପ୍ରକୃତିର ଲୋକ ମାଟି ପକାଇବା ଦ୍ୱାରା ଜଳ ନିଷ୍କାସନ ହେଉନାହିଁ । ଫଳରେ ନହେବାରୁ ନୁର ମସ୍ଜିଦ୍ ସମ୍ମୁଖରେ ଆଣ୍ଠୁଏ ପାଣି ଜମିବା ଦ୍ୱାରା ବିଭିନ୍ନ ରୋଗ, ଏପରିକି କରୋନା ବ୍ୟାପିବାର ସମ୍ଭାବନା ସଂପୃକ୍ତ କଣ୍ଟ୍ରାକ୍ଟର ରାସ୍ତା କାର୍ଯ୍ୟ ନକରିବା ନେଇ ଶ୍ରୀ ଦାଶ କ୍ଷୋଭ ପ୍ରକାଶ କରିଛନ୍ତି । କେନ୍ଦ୍ରାପଡା ତହସିଲଦାର ନିଯୁକ୍ତି ନହେବା ଦ୍ୱାରା ଅନେକ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜି ଏହି ଅଭିଯୋଗ ବେଳେ ସେକ୍ ବୁନା, ବାବୁଲି ପଣ୍ଡା, ସେକ୍ ସରତଭଲା, ସେକ୍ ଅନିରୁଦ୍ଦିନ, ନାରାୟଣ ମଲ୍ଲିକ, ବନମାଳି ମଲିିକ, ପୀତବାସ ଦାସ, ଅଶୋକ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ତୁରନ୍ତ ଜଳ ନିଷ୍କାସନ ନହେଲେ ଜନଶକ୍ତି ପାର୍ଟି ତରଫରୁ ଗଣଧାରଣା ଦିଆଯିବ ବୋଲି ସଭାପତି ଶ୍ରୀ ଦାଶ କହିଛନ୍ତି ।
Discover more from Lokamata Odisha
Subscribe to get the latest posts sent to your email.