ପୋଲିସକୁ ଦେଖି ଗୋ-ମାଫିଆ ଓ ଗାଡ଼ି ଚାଳକ ଗାଡ଼ି ଛାଡ଼ି ଫେରାର, ଗୋମାତାଙ୍କୁ ଧରି ଗାଡି ଚଳାଇ ଥାନାକୁ ଆସିଲେ ଥାନାଧିକାରୀ ପଦ୍ମାଳୟା

blank
କେନ୍ଦ୍ରାପଡ଼ା,୨୪ା୫:କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଏରାପୁରୁଷୋତ୍ତମପୁର ନିକଟରେ ଗୋରୁ ଚାଲାଣ ରୋକିବା ସମୟରେ ଗୋରୁ ମାଫିଆ ଓ ଗାଡି ଚାଳକ ଫେରାର ହୋଇଯାଇଛନ୍ତି। ଫଳରେ ଗୋରୁ ଗାଡିକୁ ନିଜେ ଥାନାଧିକାରୀ ପଦ୍ମାଳୟା ପ୍ରଧାନ ଚଳାଇ ଥାନାକୁ ଆଣିଛନ୍ତି। ଏହି ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଓ ସାହସକୁ ପ୍ରଶଂସା କରାଯାଇଛି।

ସୂଚନା ଅନୁଯାୟୀ ଶନିବାର ରାତି ପ୍ରାୟ ୨ଟାରେ କେନ୍ଦ୍ରାପଡ଼ା ସଦରଥାନା ଅଧିନ ଏରା ପୁରୁଷୋତ୍ତମପୁର ଦେଇ ଗୋ ଚାଲାଣ ହେଉଥିବା ସମ୍ପର୍କରେ ଏକ ବିଶେଷ ସୂତ୍ରରୁ ଖବର ପାଇ କେନ୍ଦ୍ରାପଡ଼ା ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନ ତାଙ୍କ ଟିମ ସହ ଛକି ବସିଥିଲେ। ଗୋରୁ ଗାଡି ଏରାପୁରୁଷୋତ୍ତମପୁର ନିକଟରେ ପହଞ୍ଚିବା କ୍ଷଣି ପୋଲିସ ଗାଡିକୁ ଅଟକାଇଥିଲା। ପୋଲିସ ଗାଡି ଦେଖି ଗୋରୁ ମାଫିଆମାନେ ଦୌଡି ପଳାଇଥିଲେ। ଏଥିସହ ଗୋରୁ ଗାଡି ଚଳାଉଥିବା ଚାଳକ ମଧ୍ୟ ଫେରାର ହୋଇ ଯାଇଥିଲା। ପୋଲିସ ଏହି ରାକେଟ୍‌ରେ କାମ କରୁଥିବା ଜଣେ ସହଯୋଗୀଙ୍କୁ ଧରିଥିଲେ। ହେଲେ ସେ ଗାଡି ଚଳାଇବା ଶିଖି ନଥିଲେ। ତେଣୁ ବିଳମ୍ବିତ ଅନ୍ଧକାର ରାତିରେ ସଦର ଥାନାଧିକାରୀ ଶ୍ରୀମତୀ ପ୍ରଧାନ ଗୋରୁ ଗାଡି ଚଳାଇ ଥାନାକୁ ଆସିଥିଲେ। ତାଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ପ୍ରଶଂସା କରାଯାଇଛି। ଏ ସଂକ୍ରାନ୍ତରେ ଥାନାଧିକାରୀ ଶ୍ରୀମତୀ ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ ଗୋରୁ ଚାଲାଣ ହେବା ନେଇ ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଫଳରେ ଆମେ ଟିମ ସହ ଏରା ପରୁଷୋତ୍ତମପୁରରେ ଜଗି ରହିଥିଲୁ। ଗାଡି ଆସିବା ସଙ୍ଗେ ସଙ୍ଗେ ଆମେ ଗାଡିକୁ ଅଟକାଇଥିଲୁ। ହେଲେ ଗାଡିରେ ଥିବା ଚାଳକ ଓ ମାଫିଆମାନେ ଗାଡି ଛାଡି ଫେରାର ହୋଇ ଯାଇଥିଲେ। ଏହି ରାକେଟ୍‌ରେ କାମ କରୁଥିବା ଜଣେ ଯୁବକଙ୍କୁ ଆମେ ଧରିବାରେ ସକ୍ଷମ ହୋଇଥିଲୁ। ଗାଡି ଚଳାଇବା ପାଇଁ କୌଣସି ଚାଳକ ନ ଥିବାରୁ ମୁଁ ନିଜେ ୧୦ କିଲୋମିଟର ଗାଡି ଚଳାଇ ଥାନାକୁ ଆଣିଥିଲିି ବୋଲି ସେ କହିଛନ୍ତି।

Next Post

ଛାତ୍ରୀଙ୍କୁ ଅସଦାଚରଣ କରି ଯୁବକ ଗିରଫ

Sun May 24 , 2026
କେନ୍ଦ୍ରାପଡ଼ା,୨୪ା୫:କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳର ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ସଂପୃକ୍ତ ଛାତ୍ରୀଙ୍କୁ ରାସ୍ତାଘାଟରେ ହଇରାଣ ହରକତ କରୁଥିଲେ। ଏହାସହ ତାଙ୍କୁ ଅସଦାଚରଣ କରୁଥିଲେ। ଏ ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯିବା ପରେ ସେହି ଅଭିଯୋଗକୁ ଭିତ୍ତିକରି ପୋଲିସ ଥାନା କେଶ ନମ୍ବର -୩୧୯/୨୦୨୬ରେ ଏକ ମାମଲା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading