
କେନ୍ଦ୍ରାପଡ଼ା,୨୦ା୫: ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପାସ ହାର ୯୫.୭୯ ପ୍ରତିଶତ ହୋଇଛି। ବିଦ୍ୟାଳୟର ୩ଟି ବିଭାଗ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗରେ ମୋଟ ୧୨୪୦ଜଣ ପରୀକ୍ଷା ଦେବା ପାଇଁ ଫର୍ମ ପୁରଣ କରିଥିବା ବେଳେ ସେଥିମଧ୍ୟରୁ ୩ଟି ବିଭାଗରେ ମୋଟ ୧୨୩୭ଜଣ ପରୀକ୍ଷା ଦେଇଛନ୍ତି। ୩ଜଣ ଅନୁପସ୍ଥିତ ରହିଥିଲେ। ୫୨ଜଣ ଅସଫଳ ହେରାଇଥିବା ବେଳେ ୧୧୮୫ଜଣ ପାସ କରିଛନ୍ତି। +୨ କଳାରେ ମୋଟ ୩୭୭ଜଣ ପରୀକ୍ଷା ପାଇଁ ଫର୍ମ ପୁରଣ କରିଥିବା ବେଳେ ୩ଜଣ ଅନୁପସ୍ଥିତ ଥିଲେ। ୧୮ଜଣ ଅସଫଳ ହୋଇଥିବା ବେଳେ ୩୫୬ଜଣ ପାସ କରିଛନ୍ତି। ପ୍ରଥମ ଶ୍ରେଣୀରେ ୨୩୭ଜଣ, ଦ୍ୱିତୀୟ ଶ୍ରେଣୀରେ ୫୬ଜଣ, ତୃତୀୟ ଶ୍ରେଣୀରେ ୫୩ଜଣ ପାସ କରିଥିବା ବେଳେ କମ୍ପାଟମେଣ୍ଟାଲରେ ଜଣେ ପାସ କରିଛନ୍ତି। କଳାରେ ୯୫.୧୯ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି। +୨ବାଣିଜ୍ୟରେ ମୋଟ ୩୪୭ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ୮ଜଣ ଅସଫଳ ହୋଇଛନ୍ତି ଓ ୩୩୯ଜଣ ପାସ କରିଛନ୍ତି। ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୨୩୯ଜଣ, ଦ୍ୱିତୀୟ ଶ୍ରେଣୀରେ ୪୮ଜଣ ଓ ତୃତୀୟ ଶ୍ରେଣୀରେ ୫୨ଜଣ ପାସ କରିଛନ୍ତି। ବାଣିଜ୍ୟରେ ପରୀକ୍ଷା ଫଳାଫଳ ୯୭.୬୯ପ୍ରତିଶତ ହୋଇଛି। ସେହିପରି +୨ବିଜ୍ଞାନରେ ମୋଟ ୫୧୬ଜଣ ପରୀକ୍ଷା ଦେଇଥିବା ବେଳେ ୨୬ଜଣ ଅସଫଳ ହୋଇଥିବା ବେଳେ ୪୯୦ ଜଣ ପାସ କରିଛନ୍ତି। ପ୍ରଥମ ଶ୍ରେଣୀରେ ୪୩୫ଜଣ, ଦ୍ୱିତୀୟ ଶ୍ରେଣୀରେ ୪୩ଜଣ, ତୃତୀୟ ଶ୍ରେଣୀରେ ୯ଜଣ ଓ କମ୍ପାଟମେଣ୍ଟାଲରେ ୩ଜଣ ପାସ କରିଛନ୍ତି। ବିଜ୍ଞାନରେ ୯୪.୯୬ ପ୍ରତିଶତ ପିଲା ପାସ କରିଛନ୍ତି।
କଳା, ବାଣିଜ୍ୟ ଓ ବିଜ୍ଞାନରେ ପ୍ରଥମ
କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ +୨ କଳାରେ ରଶ୍ମୀରେଖା ଦାସ ମୋଟ ୬୦୦ମାର୍କରୁ ୫୮୨ମାର୍କ ଅର୍ଥାତ ୯୩.୧୬ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ବାଣିଜ୍ୟରେ ସୁପ୍ରିୟା ପ୍ରଧାନ ୫୮୪ ଅର୍ଥାତ ୯୭.୩୩ ପ୍ରତିଶତ ଏବଂ ବିଜ୍ଞାନରେ ସର୍ବେଶ୍ୱର ବାରିକ ୫୮୨ ଅର୍ଥାତ ୯୭ପ୍ରତିଶତ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
