ମାଙ୍କଡ ଓ ଷଣ୍ଢଙ୍କ ଉପଦ୍ରବ ଯୋଗୁଁ ଫସଲ କ୍ଷତି : ଆବଶ୍ୟକ ପଦକ୍ଷେପ ପାଇଁ ଜିଲ୍ଲାପାଳଙ୍କୁ ଦାବି

blank

କେନ୍ଦ୍ରାପଡ଼ା,୧୭ା୫:କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅଧିନ କୁରୁଜଙ୍ଗା ପଞ୍ଚାତର ବଡମଙ୍ଗରାଜପୁର, କୁରୁଜଙ୍ଗା, ଆମ୍ବୁରା, ମହେଶପୁର ଓ ନୁଆଗାଁ ସମେତ କୁଶିଆପାଳ ଗ୍ରାମପଞ୍ଚାତରେ ବିଭିନ୍ନ ଗ୍ରାମରେ ଷଣ୍ଢ ଓ ମାଙ୍କଡମାନଙ୍କ ଉତ୍ପାତ ଦିନକୁ ଦିନ ଅଧିକ ହେଲାଣି। ଫଳରେ ବିଲରେ ମୁଗ, ବିରି, ନଳିତା ଓ ପନିପରିବା ଫସଲ ନଷ୍ଟ ହେଉଛି। ବାଡି ବଗିଚାରେ ଆମ୍ବ, ପଣସ, ଅମୃତଭଣ୍ଡା ଓ ପିଜୁଳି ପ୍ରଭୃତି ମଧ୍ୟ ନଷ୍ଟ ହେବାରେ ଲାଗିଛି। ଏଥିପାଇଁ ଚାଷୀ ଆଉ ଚାଷ କରିବାକୁ ରାଜି ହେଉନାହାନ୍ତି। ଫସଲ ନହେବାରୁ ଦର ବୃଦ୍ଧି ଘଟୁଛି। ଗ୍ରାମାଞ୍ଚଳରେ ଲୋକମାନେ ନିଜ ବାଡିରେ ପନିପରିବା କରି ତାକୁ ବିକ୍ରୀକରି ଦୁଇପଇସା ରୋଜଗାର କରିବା ସହ ନିଜେ ମଧ୍ୟ ଖାଇଥାନ୍ତି। ଏହାସହ ଚାଷକାମ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। କିନ୍ତୁ ଷଣ୍ଢ ଓ ମାଙ୍କଡମାନଙ୍କ ଉତ୍ପାତ ଯୋଗୁଁ ଚାଷ ଓ ଫସଲ ଉଭୟ ନଷ୍ଟ ହେଉଛି। ଚାଷୀ ବାରମ୍ବାର କ୍ଷତି ସହୁଛି। ଏହି ଅଞ୍ଚଳରେ ଶହ ଶହ ମାଙ୍କଡ ରହି ଫସଲ ନଷ୍ଟ କରିବା ସହ ରାସ୍ତା ଅବରୋଧ କରି ଯାତାୟତରେ ବାଧା ଉପୁଜାଉଛନ୍ତି। ଏହାବ୍ୟତିତ ସେମାନେ ଲୋକଙ୍କ ଘରେ ପଶି ଖାଦ୍ୟ ଖାଇଦେବା ସହ କାମୁଡାକାମୁଡି କରୁଛନ୍ତି। ଏଅଞ୍ଚଳରେ ମାଙ୍କଡଙ୍କ ଆକ୍ରମଣରେ ବହୁ ଲୋକ କ୍ଷତାକ୍ତ ହେବା ସହ ଦୁଇଜଣ ମୃତ୍ୟୁବରଣ କରିସାରିଲେଣିି। ଅଞ୍ଚଳର ଗୋବରୀ ନଦୀ ପଠା ଜମିରେ ନଳିତା, ଧାନ, ମୁଗ, ବିରି, ଆଳୁ, ବାଇଗଣ, ଟମାଟୋ ଭଳି ଫସଲରେ ଶସ୍ୟଶ୍ୟାମଳା ହେଉଥିଲା। କିନ୍ତୁ ମାଙ୍କଡଙ୍କ ଉପଦ୍ରବ ଯୋଗୁଁ ସେହି ଜମି ଆଜି ବେଣା ଜଙ୍ଗଲରେ ପରିଣତ ହୋଇଛି। ତେଣୁ ତୁରନ୍ତ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଗୋଲକ ଚନ୍ଦ୍ର ସାହୁ, କ୍ଷୀରୋଦ ଚନ୍ଦ୍ର ସାମଲ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।

Next Post

ଭିଜିଲାନ୍ସ ପଞ୍ଝାରେ ପ୍ରଧାନଶିକ୍ଷକ

Mon May 18 , 2026
କେନ୍ଦ୍ରାପଡ଼ା,୧୮ା୫:କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ାସ୍ଥିତ ଚଢେଇଗୁଁଆ ଯୁଗରୁପା ବିଦ୍ୟାଭବନର ପ୍ରଧାନ ଶିକ୍ଷକ ତଥା ମହାକାଳପଡ଼ା ବ୍ଲକ ନୋଡାଲ ପ୍ରଧାନଶିକ୍ଷକ ରଘୁନାଥ ଦାସ ଆଜି ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଏହି ବିଦ୍ୟାଭବନର ରାତ୍ର ଜଗୁଆଳି କ୍ଷୀରୋଦ ଦାସଙ୍କ ବକେୟା ଦରମା ପ୍ରଦାନ କରିବା ପାଇଁ ଶ୍ରୀ ଦାସ ତାଙ୍କୁ ବାରମ୍ବାର ଦଉଡାଉଥିଲେ। ଶେଷରେ ୫ହଜାର ଟଙ୍କା ଲାଞ୍ଚ ଦେଲେ ବକେୟା ଦରମା ପ୍ରଦାନ କରିବେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading