କଳାକ୍ଷେତ୍ର ପକ୍ଷରୁ ଓଡିଆ ନବ ବର୍ଷ ପାଳିତ

blank
କେନ୍ଦ୍ରାପଡ଼ା,୧୪ା୪:କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅଧିନ ନରସିଂହପୁର ଗ୍ରାମରେ ଓଡିଶା କଳାକ୍ଷେତ୍ର ପକ୍ଷରୁ ଓଡିଆ ନବବର୍ଷ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ କଳାକ୍ଷେତ୍ରର କେନ୍ଦ୍ରାପଡା ଜିଲ୍ଲା ସଭାପତି ବ୍ରଜବନ୍ଧୁ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସାମ୍ବାଦିକ ସୁଦର୍ଶନ ମହାପାତ୍ର ମୁଖ୍ୟଅତିଥି, ଓଡିଶା ଭାଗବତ ପ୍ରଚାର ସମିତି, ପଟ୍ଟାମୁଣ୍ଡାଇର ବ୍ଲକ ସଭାପତି ବିଦ୍ୟାଧର ମହାନ୍ତି, ପ୍ରବଚକ ଶରତ ଚନ୍ଦ୍ର ସିଂହ, ନାଟ୍ୟ ନିର୍ଦ୍ଦେଶକ ଭୀମସେନ ପ୍ରଧାନ, ପାଲାଗାୟକ ଗୋଲଖ ବେହେରା, ଡେରାବିଶ କଳାପରିଷଦ ସଭାପତି ଶାନ୍ତନୁ କୁମାର ଦାସ, କଳାକାର ବିଜୟ ରଥ, ର୍କୀର୍ତ୍ତନ ମଣ୍ଡଳୀ ସଭ୍ୟା ମିନର୍ଭା ରାଉତ, ଭାଗବତ ଟୁଙ୍ଗୀ ସଭାପତି ରବୀନ୍ଦ୍ର ମହାରଣା ଓ ସମ୍ପାଦିକା ବେବିନା ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଓଡିଆ ନବବର୍ଷ ପାଳନର ଆବଶ୍ୟକତା ଓ ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପ୍ରଦ୍ୟୁମ୍ନ ମଲିକ ହନୁମାନଙ୍କ ବେଶରେ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ଝୋଟୀ, ହୁଳହୂଳି ଓ ପିଠା ପ୍ରଦର୍ଶନୀର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଶେଷରେ ଶାନ୍ତନୁ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀ ଅବସରରେ ବିଶ୍ୱହିନ୍ଦୁ ପରିଷଦ,ବଜରଙ୍ଗ ଦଳର ଶୋଭାଯାତ୍ରା

Tue Apr 14 , 2026
  ୨୦୨୬ ହନୁମାନ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ଜିଲାର ବିଭିନ୍ନ ସ୍ଥାନରେ ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ବିରାଟ ଶୋଭାଯାତ୍ରା ଓ ଝଣ୍ଡା ଯାତ୍ରା ଆୟୋଜିତ ହୋଇଛି । ଏହି ଶୋଭାଯାତ୍ରା ଦେଖିବା ପାଇଁ ସହରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା ।  ପୋଲିସ ଦ୍ୱାରା ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପଟ୍ଟାମୁଣ୍ଡାଇ ୧୪/୪ ମହା ବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀ ଅବସରରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading