ଗୋଷ୍ଠୀ ତତ୍ୱ ହେଉଛି ବସ୍ତୁର ଭୌତିକ ଗୁଣ ପ୍ରତିସମତାର ଗାଣିତିକ ପ୍ରୟୋଗ

ପଟ୍ଟାମୁଣ୍ଡାଇ କଲେଜ ଗଣିତ ବିଭାଗ ଆଲୋଚନାଚକ୍ର

blank
ପଟ୍ଟାମୁଣ୍ଡାଇ ୨୦/୧ – ପଟ୍ଟାମୁଣ୍ଡାଇ କଲେଜ ଗଣିତ ବିଭାଗ ପକ୍ଷରୁ ଗୋଷ୍ଠୀ ତତ୍ୱ ଏବଂ ଏହାର ପ୍ରୟୋଗ ଶୀର୍ଷକ ଆଲୋଚନାଚକ୍ର ମଙ୍ଗଳବାର କଲେଜ ସ୍ମାଟ କ୍ସସରୁମରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ର ପୌରହିତ୍ୟ ଓ ଗଣିତ ବିଭାଗ ମୂଖ୍ୟ ଅଧ୍ୟାପକ ଅରବିନ୍ଦ ପାଣ୍ଡବଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ରରେ ପଟ୍ଟାମୁଣ୍ଡାଇ କଲେଜ ପୁରାତନ ଛାତ୍ର ତଥା ଦାଣ୍ଡିସାହି ବ୍ରହ୍ମଣୀ ମହାବିଦ୍ୟାଳୟର ଗଣିତ ଅଧ୍ୟାପକ ଶିବଚରଣ ଦାସ ଯୋଗ ଦେଇ ଗୋଷ୍ଠୀ ତତ୍ୱ ହେଉଛି ଏକ ବସ୍ତୁର ଭୌତିକ ଗୁଣ ବିଷୟରେ ଜ୍ଞାନ ପାଇବା ପାଇଁ ପ୍ରତିସମତାର ଗାଣିତିକ ପ୍ରୟୋଗ। ଯାହା ସାରଣୀକୁ ଆଣି କିପରି ଏକ ଅଣୁର ପ୍ରତିସମତାର ଭୌତିକ ଗୁଣ ସହିତ ଜଡିତ କରି ଅଣୁର ପ୍ରାସଙ୍ଗିକ ଭୌତିକ ସୂଚନା ନିର୍ଣ୍ଣୟ କରିବା ପାଇଁ ଏକ ସରଳ ପଦ୍ଧତି ପ୍ରଦାନ କରେ। ଏକ ଅଣୁର ପ୍ରତିସମତା ଆପଣଙ୍କୁ କକ୍ଷପଥଗୁଡ଼ିକର ଶକ୍ତି ସ୍ତର କେତେ ହେବ, କକ୍ଷପଥର ପ୍ରତିସମତା କ’ଣ, ଶକ୍ତି ସ୍ତର ମଧ୍ୟରେ କେଉଁ ପରିବର୍ତନ ଘଟିପାରେ, ଏପରିକି କିଛି ନାମ ଦେବା ପାଇଁ ବନ୍ଧନ କ୍ରମ ମଧ୍ୟ ମିଳିପାରିବ । ଏସବୁ କଠୋର ଗଣନା ବିନା ସମତାରୁ ଏତେ ଗୁରୁତ୍ୱପୂର୍ଣ୍ଣ ଭୌତିକ ଦିଗଗୁଡ଼ିକ ପ୍ରାପ୍ତ ହୋଇପାରିବ ଏହା ଏକ ଅତ୍ୟନ୍ତ ଗଭୀର ବିବୃତି ଏବଂ ଏହା ହିଁ ଗୋଷ୍ଠୀ ତତ୍ୱକୁ ଏତେ ଶକ୍ତିଶାଳୀ କରିଥାଏବୋଲି ଉପସ୍ଥିତ ଛାତ୍ରୀ ଛାତ୍ର ମାନଙ୍କ ସହିତ ଆଲୋଚନା କରିଥିଲେ । ଗଣିତ ବିଭାଗ ମୂଖ୍ୟ ଅଧ୍ୟାପକ ଅରବିନ୍ଦ ପାଣ୍ଡବ ଅତଥି ପରିଚୟ ପ୍ରଦାନ କରିବା ଗୋଷ୍ଠୀ ତତ୍ୱର ପରିଚୟ ବିଷୟରେ ଅଳୋଚନା ପୂର୍ବକ ଛାତ୍ରୀଛାତ୍ର ମାନଙ୍କୁ ବୁଝାଇ କହିଥିଲେ ଯେ ଗୋଷ୍ଠୀ ତତ୍ୱ ହେଉଛି ଗଣିତର ଏକ ଶାଖା ଯାହା ‘ଗୋଷ୍ଠୀ’ ନାମକ ବୀଜଗାଣିତିକ ଗଠନ ଅଧ୍ୟୟନ କରେ, ଯେଉଁଠାରେ ଉପାଦାନଗୁଡ଼ିକର ଏକ ସେଟ୍ ଉପରେ ଏକ ବାଇନାରୀ କାର୍ଯ୍ୟ (ଯେପରିକି ଯୋଗ କିମ୍ବା ଗୁଣନ) କିଛି ନିୟମ ପାଳନ କରି ସହଭାଗୀତା, ପରିଚୟ ଉପାଦାନ, ବିପରୀତ ଗାଣିତିକ ପ୍ରୟୋଗଗୁଡ଼ିକ ମଧ୍ୟରେ ସାରାଂଶ ବୀଜଗଣିତ, ଜ୍ୟାମିତି, ସଂଖ୍ୟା ତତ୍ୱ ଏବଂ କ୍ରିପ୍ରୋଗ୍ରାଫି ଅନ୍ତର୍ଭୁକ୍ତ। ସେ ଗାଣିତିକ ପ୍ରୟୋଗ ବିଷୟରେ ପିଲାମାନଙ୍କୁ ବୁଝାଇ କହିଥିଲେ ଯେ ସାରାଂଶ ବୀଜଗଣିତ- ବଳୟ, କ୍ଷେତ୍ର ଏବଂ ଭେକ୍ଟର ସ୍ପେସ୍ ଭଳି ଅନ୍ୟାନ୍ୟ ଗଠନର ଆଧାର ଗଠନ କରେ। ସଂଖ୍ୟା ତତ୍ୱ- ବିଶେଷକରି ସାଧାରଣୀକୃତ କ୍ଷେତ୍ରରେ, ମୌଳିକ ସଂଖ୍ୟା ଏବଂ ଗୁଣନକରଣର ଗୁଣଧର୍ମ ବୁଝିବାରେ ସାହାଯ୍ୟ କରେ। ଜ୍ୟାମିତି- ପ୍ରତିସମତା ଏବଂ ରୂପାନ୍ତରଣ ଅଧ୍ୟୟନ କରେ, ଯେପରିକି ଏକ ବସ୍ତୁର ସମସ୍ତ ପ୍ରତିସମତା ରୂପାନ୍ତରଣର ସେଟ କରେ ବୋଲି କହିଥିଲେ ।କଲେଜ ଅଧ୍ୟକ୍ଷ ପ୍ରଫେସର ପାତ୍ର ସ୍ୱାଗତ ଭାଷଣ ଦେଥିବା ବେଳେ ଆଇକ୍ୟୁସି ସଂଯୋଜକ ଶୁଭାଶୀଷ ମିଶ୍ର ବିଷୟଭତିିକ ସନ୍ଧର୍ଭ ପାଠ କରିଛନ୍ତି । ଅନ୍ୟତମ ଅତିଥିରସାୟନ ବିଜ୍ଞାନ ବିଭାଗ ମୂଖ୍ୟ ଡ଼. ସୁନୀଲ କୁମାର ପ୍ରଧାନ ପୁରାତନ ଛାତ୍ର ମାନଙ୍କର ଅନୁଷ୍ଠାନ ପ୍ରତି ଅବଦାନ ଅତୁଳନୀୟ ବୋଲି ବାଖ୍ୟା କରିଥିଲେ । ଅନ୍ତିମ ପ୍ରର୍ଯ୍ୟାୟରେ ଉପସ୍ଥିତ ଛାତ୍ରିଛାତ୍ର ମାନଙ୍କ ସହିତ ପ୍ରଶ୍ନ ଉତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପିକା ଅଧ୍ୟାପକ ଛାତ୍ରୀଛାତ୍ର ଯୋଗ ଦେଇଥିଲେ । ଶେଷରେ ଗଣିତ ଅଧ୍ୟାପକ ନିର୍ମଳ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।

Next Post

ଭୂମି ଅଧିକାର ପ୍ରଥା ପୃଥିବୀରେ ଥିବା ଯାଏଁ ଫକୀର ମୋହନଙ୍କ ସାରିଆ ଓ ଭଗିଆ ବଂଚିଥିବେ

Tue Jan 20 , 2026
ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ପଟ୍ଟାମୁଣ୍ଡାଇ ୨୦/୧ – ଆଧୁନିକ ଓଡ଼ିଆ ଗଳ୍ପର ଜନକ ବ୍ୟାସକବି ଫକୀରମୋହନ ସେନାପତି ତାଙ୍କ କାଳଜୟୀ କୃତି ପାଇଁ ରାଜ୍ୟବାସୀଙ୍କ ହୃଦୟରେ ଚିରସ୍ମରଣୀୟ ହୋଇ ରହିଛନ୍ତି। ବ୍ୟାସକବି ଏକାଧାରରେ ଜଣେ କବି, ଔପନ୍ୟାସିକ, ଦାର୍ଶନିକ ଓ ସମାଜ ସଂସ୍କାରକ ଥିଲେ। ଓଡ଼ିଆ ଭାଷାର ସୁରକ୍ଷା, ଓଡ଼ିଆ ସାହିତ୍ୟର ପ୍ରଚାରପ୍ରସାର ପାଇଁ ସେ ଯେଉଁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି, ସେଥିପାଇଁ ସେ ସର୍ବଦା ସ୍ମରଣୀୟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading