କୁଲିଆତୁଲ ବନାତ୍ ରବେୟା ବସରିଆର ବାର୍ଷିକ ଉତ୍ସବ

blank
କେନ୍ଦ୍ରାପଡା,୧୬ା୨: କେନ୍ଦ୍ରାପଡା ବ୍ଲକ ଅର୍ନ୍ତଗତ ପଳସିଂହା ପଞ୍ଚାୟତର ବଉଳପଡା(ଦୋବନ୍ଧା) ଗ୍ରାମରେ ଅବସ୍ଥିତ କୁଲିଆତୁଲ ବନାତ ରବେୟା ବସରିଆର ସପ୍ତଦଶ ଜସନେ ରିଦାୟେ ଫାରେଗା ଉତ୍ସବ(ବାର୍ଷିକ ଉତ୍ସବ) ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସଭାରେ ସୁଦୂର କଲିକତାରୁ ଆସିଥିବା ଆଲିମା ରୁହି ଫାତମା ଅତିଥି ଭାବରେ ଯୋଗଦେଇ ଏହି ମୁସଲିମ ଶିକ୍ଷାନୁଷ୍ଠାନର ଉତ୍ତରତ୍ତୋତ୍ତର ଉନ୍ନତି କାମନା କରିଥିଲେ। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ସବନମ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟ ମଦ୍ରାସା ବୋର୍ଡର ସଦସ୍ୟ ଅବଦୁଲ ମୋବିନ, ପଳସିଂହା ସରପଞ୍ଚ ଦେବେନ୍ଦ୍ର ପରିଡା ଅନ୍ୟତମ ଅତିଥି ଭାବେ ଯୋଗଦେଇ ନାରୀ ଶିକ୍ଷାର ଅଗ୍ରଗତି ନହେଲେ ସମାଜର ପରିବର୍ତ୍ତନ ସମ୍ଭବ ନୁହେଁ ବୋଲି କହିଥିଲେ । ୨୦୦୮ମସିହାରେ ପ୍ରତିଷ୍ଠିତ ଏହି କୁଲିଆତୁଲ ବନାତ୍ ରବେୟା ବସରିଆ ଶିକ୍ଷାନୁଷ୍ଠାନ ସାରା ଓଡିଶାରେ ଏକମାତ୍ର ମୁସଲମାନ ସଂପ୍ରଦାୟର ବାଳିକାମାନଙ୍କ ଶିକ୍ଷାଦାନ ନିମନ୍ତେ ଉଦ୍ଦିଷ୍ଟ। ଏଥିରେ ବିଗତ ୧୭ବର୍ଷ ମଧ୍ୟରେ ରାଜ୍ୟ ତଥା ରାଜ୍ୟ ବାହାରର ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରୀ ଶିକ୍ଷା ସମାପ୍ତ କରି ପ୍ରମାଣପତ୍ର ହାସଲ କରିଛନ୍ତି। ଅଧୁନା ଦୁଇଶହ ଛାତ୍ରୀ ଶିକ୍ଷାନୁଷ୍ଠାନର ଛାତ୍ରୀନିବାସରେ ରହି ଅଧ୍ୟୟନରତ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସମ୍ପାଦକ ମୈାଲାନା ଫକ୍‌ରୁଦ୍ଦିନ ଆସୀ, ମୈାଲାନା ତବରେଜ ଆଲମ ମିସବାହୀ, ମୈାଲାନା ମୁଫତି ମୁସାରଫ୍‌, ମୈାଲାନା ଜାକିର ହୋସେନ, ମୈାଲାନା ହାଜି ଅବଦୁଲ ମଜିଦ ଖାଁ, ମୈାଲାନା ଜମାଲ୍‌, ମୈାଲାନା ନୁରୁଲ ହାସନ୍‌, ସଂଖ୍ୟାଲଘୁ ନେତା ମୁକ୍ତାର ଖାଁ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତବର୍ଷ ଏହି ଶିକ୍ଷାନୁଷ୍ଠାନରୁ ୨୫ଜଣ ଛାତ୍ରୀ ଆଲିମା ଶିକ୍ଷା (ଗ୍ରାଜୁଏସନ)ସମାପ୍ତ କରିଥିବାରୁ ସେମାନଙ୍କୁ “ରେଦା”(ଦସ୍ତାର) ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ସୟଦା ଖାନମ୍‌, ଫରନାଜ୍‌, ଗୁଲପ୍‌ସା, ତସକିନ୍‌, ଲଜମା, ନାଦିଆ, ରୁକ୍‌ସାନାଙ୍କ ସମେତ ଲଜମୁନ୍ ବିବି ପ୍ରମୁଖ ସହଯୋଗ କରିଥିଲେ।

Next Post

କଲ୍ୟାଣକାରୀ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞ ଉଦଯାପିତ

Sun Feb 16 , 2025
କେନ୍ଦ୍ରାପଡା,୧୬ା୨: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ସାତଦିନ ଧରି ଚାଲିଥିବା ବିଶ୍ୱଶାନ୍ତି ପାଇଁ କଲ୍ୟାଣକାରୀ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞ ଉଦଯାପିତ ହୋଇଯାଇଛି। ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କଲ୍ୟାଣକାରୀ ଶ୍ରୀ ଶ୍ରୀ ବିଷ୍ଣୁ ମହାଯଜ୍ଞରେ କଳସ ଯାତ୍ରା, ଜଳାଭିଷେକ, ମନ୍ତ୍ରପାଠ, ହୋମ, ହବନ, ଅଗ୍ନିସ୍ଥାପନ, ସମିଦ୍ଧ ଓ ନାମ ସଙ୍କୀର୍ତ୍ତନ, ପ୍ରବଚନ ପ୍ରଭୃତି ଅନୁଷ୍ଠିତ ହୋଇଥିଲା। ଶ୍ରୀମା’ଙ୍କ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading