ଯକ୍ଷ୍ମା ସ୍କ୍ରିନିଙ୍ଗରେ କେନ୍ଦ୍ରାପଡା ରାଜ୍ୟରେ ଏକ ନମ୍ବର

blank
କେନ୍ଦ୍ରାପଡ଼ା,୨୧ା୩:ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲାସ୍ତରୀୟ ବିଭିନ୍ନ ସ୍ୱାସ୍ଥ୍ୟ ବୈଠକ ଓ ସମୀକ୍ଷା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ପୁରୁଣା ମେଡିକାଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ମାତୃ ସ୍ୱାସ୍ଥ୍ୟ, ପ୍ରଜନନ ସ୍ୱାସ୍ଥ୍ୟ, ନବଜାତ ଶିଶୁ ଯତ୍ନ ଓ ଶିଶୁ ମୃତ୍ୟୁ ସମୀକ୍ଷା ସହିତ ଅମ୍ଲାନ, ଟୀକାକରଣ, ପରିବାର ନିୟୋଜନ ଓ ପିସିପିଏନଡିଟି କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷକରି ଏଚ୍‌ପିଭି ଟୀକାକରଣ ମାଧ୍ୟମରେ ଜରାୟୁ କର୍କଟ ପ୍ରତିରୋଧ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଫେବୃଆରୀ ମାସରେ ଆଳି, କେନ୍ଦ୍ରାପଡ଼ା ଓ ରାଜନଗର ବ୍ଲକରେ ଘଟିଥିବା ଶିଶୁ ମୃତ୍ୟୁ ଘଟଣା ଉପରେ ସମୀକ୍ଷା କରାଯାଇଥିଲା। ଆଶା ଓ ମହିଳା ସ୍ୱାସ୍ଥ୍ୟ କର୍ମୀମାନଙ୍କ ଭୂମିକାକୁ ଗୁରୁତ୍ୱ ଦେଇ ଜିଲ୍ଲାପାଳ “ମମତା ଦିବସ” କୁ ଗୁଣାତ୍ମକ ଦିଗ ଓ ସମସ୍ତ ଆବଶ୍ୟକୀୟ ପରୀକ୍ଷା, ଔଷଧ, ଯୁଗ୍ମ ପରିଦର୍ଶନ ଓ ତଦାରଖ ପ୍ରଭୃତି କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ଗର୍ଭବତୀଙ୍କ ପଞ୍ଜିକରଣ, ଡାକ୍ତରଖାନା ରେ ପ୍ରସବ ଓ ଜନ୍ମ ପରବର୍ତ୍ତୀ ଯତ୍ନକୁ ସୁଦୃଢ କରିବା ସହିତ ବ୍ଲକ ସ୍ତରରେ ଯୁଗ୍ମ ବୈଠକକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଓଡିଶାରେ ଯକ୍ଷ୍ମା ସ୍କ୍ରିନିଂରେ ୨୦୨୫ କ୍ୟାଲେଣ୍ଡର ବର୍ଷରେ ନାଟ୍ ମେସିନ୍ ମାଧ୍ୟମରେ ୬୭ହଜାର୧୮୯ ଜଣକୁ ସ୍ପୁଟମ ସାମ୍ପଲ ନେଇ ସ୍କ୍ରିନିଂ କରି କେନ୍ଦ୍ରାପଡ଼ା ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ପାଇଥିବାରୁ ଜିଲ୍ଲାପାଳ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଥିବା ସମସ୍ତ ସେବା ପ୍ରଦାନକାରୀ ଓ ଅଧିକାରୀବୃନ୍ଦଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରକାଶ ଥାଉକି ଏହି ସ୍କ୍ରିନିଙ୍ଗ ମାଧ୍ୟମରେ ୪୪୫ ଜଣ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ସେମାନଙ୍କୁ ତୁରନ୍ତ ଚିକିତ୍ସା ଆରମ୍ଭ କରାଯାଇଛି। ଏହା ସହିତ ପୁଷ୍ଟି ପୁନର୍ବାସ କେନ୍ଦ୍ରରୁ ଫେରୁଥିବା ପିଲାମାନଙ୍କ ପାଇଁ ଅତିରିକ୍ତ ଖାଦ୍ୟ ସହାୟତା(ଫୁଡ କିଟ୍‌)ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ସିଡିଏମଓ ଡା଼. ମନୋରଞ୍ଜନ ରାଉତ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡା଼. ସଚ୍ଚିଦାନନ୍ଦ ମିଶ୍ର, ଡା଼. ଶ୍ୟାମ ସୁନ୍ଦର ଟୁଡୁ, ଏଡିଏମ ମେଡିକାଲ ଡା଼. କିଶୋର ଚନ୍ଦ୍ର ମିଶ୍ର, ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୁଷମା ମହାନ୍ତି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଫାଇନାନ୍ସସିଆଲ ଅଫିସର ଆଶୁତୋଷ ତ୍ରିପାଠୀ, ଡିପିଏମ ଡ଼. ମନୋରଞ୍ଜନ ସାହୁ, ଏପିଡେମିଓଲୋଜିଷ୍ଟ ଡ଼ା ଅଶୋକ କୁମାର ସାହୁ, ଡି ପି ଏଚ୍ ସି ଓ ଶୁଭ ନାରାୟଣ ନାୟକ, ଡି ପି ସି ବିଶ୍ୱରଞ୍ଜନ ଦାସ ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ଜିତେନ୍ଦ୍ର ଖଡିରତ୍ନଙ୍କ ସମେତ ସମସ୍ତ ମେଡିକାଲ ଅଫିସର ଇନ୍ ଚାର୍ଜ, ସିଡିପିଓ, ୍ୱିପିଏମ, ପିଏଚଇଓ, ଜିଲ୍ଲା ଓ ବ୍ଲକସ୍ତରୀୟ ଜାତୀୟ ସ୍ୱାସ୍ଥ୍ୟ ମିଶନର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ଡେପୁଟୀ ମ୍ୟାନେଜର, (ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ) ଡ. ସୁକାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ବିନା କାଗଜପତ୍ରରେ ଚାଲିଛି ଏନଏଚ ଠିକାସଂସ୍ଥାର ଗାଡି

Sat Mar 21 , 2026
କେନ୍ଦ୍ରାପଡ଼ା,୨୧ା୩:୫୩ନମ୍ବର ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ କରୁଥିବା ଠିକାସଂସ୍ଥା ର ଗାଡି ଗୁଡିକର ଆବଶ୍ୟକ କାଗଜପତ୍ର ନଥାଇ ଜାତୀୟ ରାଜପଥରେ ଚାଲୁଥିବା ଦେଖାଯାଇଛି। ଏନେଇ କେନ୍ଦ୍ରାପଡା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜାତୀୟ ରାଜପଥରେ ଗାଡି ଯାଞ୍ଚ ସମୟରେ ଏଭଳି ଘଟଣା ଲୋକଲୋଚକୁ ଆସିଛି। ଶନିବାର ପୂର୍ବାହ୍ନରେ ଶ୍ୟାମସୁନ୍ଦରପୁରଗଡା ନିକଟସ୍ଥ କେନାଲବ୍ରିଜ ଉପରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗାଡି ଗୁଡିକ ଯାଞ୍ଚ ଚାଲିଥିବା ବେଳେ ଏହି ଠିକାସଂସ୍ଥାର ବୋଲେରୋ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading