ପିଏମଜି ଓ ପ୍ରଗତୀ ଅଧିନରେ ଭିତ୍ତିଭୂମୀ ତଥା ପ୍ରମୁଖ ଉନ୍ନୟନ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା

blank
କେନ୍ଦ୍ରାପଡ଼ା,୧୨ା୫:ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରୋଜେକ୍ଟ ମନିଟରିଂ ଗ୍ରୁପ (ପିଏମଜି) ଏବଂ ପ୍ରଗତି ଅଧିନରେ ଚାଲୁଥିବା ବିଭିନ୍ନ ଭିତ୍ତିଭୂମି ଓ ପ୍ରମୁଖ ଉନ୍ନୟନ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି, ସମସ୍ୟା ଏବଂ ସମାଧାନ ନେଇ ସବିଶେଷ ଆଲୋଚନା କରାଯାଇଥିଲା। ବୈଠକରେ ବିଦ୍ୟୁତ ପ୍ରକଳ୍ପ, ରାସ୍ତା ଓ ସେତୁ ନିର୍ମାଣ, ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ ଏବଂ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ପ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ବିଶେଷକରି ଜମି ଅଧିଗ୍ରହଣ, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ଏବଂ କାର୍ଯ୍ୟାନ୍ୱୟନ ସମୟରେ ଆସୁଥିବା ଅର୍ନ୍ତ ବିଭାଗୀୟ ସମସ୍ୟାଗୁଡ଼ିକ ଉପରେ ଗଭୀର ଆଲୋଚନା କରାଯାଇ ସେଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା। ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଗୁଣାତ୍ମକ ଭାବେ ସାରିବା ପାଇଁ ସମସ୍ତ ବିଭାଗ ଓ ସଂସ୍ଥା ମଧ୍ୟରେ ସୁଦୃଢ଼ ସମନ୍ୱୟ ରଖିବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଅଧିକାରୀମାନଙ୍କୁ ନିୟମିତ ତଦାରଖ କରିବା ସହ ବକେୟା କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦିଆଯାଇଥିଲା।ବୈଠକରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ମହାକାଳପଡ଼ା ବିଧାୟକଙ୍କ ପ୍ରତିନିଧି ପ୍ରଶାନ୍ତ ସେଠୀ, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ସମେତ ସମସ୍ତ ବିଡିଓ, ତହସିଲଦାର ଓ ବିଭିନ୍ନ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Next Post

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବ୍ଲକ ପ୍ରଶାସନର ଅଣଦେଖା

Tue May 12 , 2026
ଅନ୍ତରୀଣ ଅଙ୍କୁଶକ ଥାଇ ମଧ୍ୟ ଚାଲିଛି ପ୍ରକଳ୍ପ କାର୍ଯ୍ୟ ପଟ୍ଟାମୁଣ୍ଡାଇ୧୧/୫ – ଗ୍ରାମସଭା ପ୍ରସଙ୍ଗକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରଶାସନ ଅବମାନନା କରୁଛି । ବଡପଡା ପଂଚାୟରେ ଅନୁମୋଦନ ନଥିବା ପ୍ରକଳ୍ପ ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ଅଙ୍କୁଶକୁ ପଟ୍ଟାମୁଣ୍ଡାଇ ବିଡିଓ ଅଣଦେଖା କରିବା ସହ ତରବରିଆ ଭାବେ କାର୍ଯ୍ୟ ସାରିବାକୁ ମସୁଧା ଜାରି ରଖିଛନ୍ତି । ଯାହାକୁ ନେଇ ସ୍ଥାନୀୟ ପଂଚାୟତ ବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading