ତନାର ମେଲଣ ଉଦଯାପିତ

blank
କେନ୍ଦ୍ରାପଡ଼ା,୮ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ପଞ୍ଚାୟତର ତନାର ଗ୍ରାମରେ ଦୋଳପୂର୍ଣ୍ଣିମା ମେଲଣ ଉଦଯାପିତ ହୋଇଯାଇଛି। ୠରାପୁର ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଏଥିରେ ଯୋଗଦେଇ ବିମାନରେ ଉପବେସନ କରିଥିବା ପ୍ରଭୁଙ୍କୁ ପୂଜାର୍ଚ୍ଚନା କରିଥିଲେ। ଏହି ମେଲଣରେ ୩୩ଟି ବିମାନ ବିଶାଳ ସୁସଜିତ ପଟୁଆରରେ ଗ୍ରାମ ପରିକ୍ରମା କରି ତନାର ମଠ ମେଲଣ ପଡିଆରେ ପହଞ୍ଚି ଥିଲେ। ସେଠାରେ ସମସ୍ତ ବିମାନ ଗୁଡିକୁ ଭୋଗ ଲାଗି କରାଯିବା ପରେ ବିମାନ ଗୁଡିକ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ମେଲଣ ଦେଖିବାକୁ କୋରୋ, ଗଇଦୁଆ, ତନାର, ପାଳକଣା, ପିଙ୍ଗଳ, ବାରୋ, ଚାରିଗାଁ, ଅସୁରଢିହ ଓ ନଳପାରି କନ୍ତିଆ ପ୍ରଭୃତି ଗ୍ରାମର ସହସ୍ରାଧିକ ଲୋକ ଆସିଥିଲେ। ଦୋଳମଣ୍ଡପରେ ଦୋଳଗୋବିନ୍ଦ ପଞ୍ଚଶଖା ଝୁଲନ୍ତି। ରାଧାଗୋବିନ୍ଦ, କୁଞ୍ଜବିହାରୀ, ରାଧାମୋହନ ପ୍ରଭୃତି ବିମାନ ଗୁଡିକରେ ଝୁଲିଥାନ୍ତି ପ୍ରଭୁ। ବୁଢିଜାଗୁଳାଇ ପୀଠରେ ଭାଗବତ ପାଠ, ଶଙ୍ଖ ଧ୍ୱନୀ ଓ ଆଡପ ଚାମର କରାଯାଇଥାଏ। ସେହି ଗ୍ରାମରେ ଥିବା ଶିବାନନ୍ଦ ଆଶ୍ରମ, ଜୟଗୁରୁ ଆଶ୍ରମ, ଅଭିରାମ ଆଶ୍ରମ ଓ ସତ୍ୟସାଇ ଆଶ୍ରମର ମୁଖ୍ୟ ପୁରୋଧା ଆଚାର୍ଯ୍ୟମାନଙ୍କ ଦ୍ୱାରା ପୂଜା ଓ ଆରତୀ କରାଯିବା ପରେ ହୋମଯଜ୍ଞ, ଗୀତାପାଠ ଓ ବେଦମନ୍ତ୍ର ପାଠ କରାଯାଇଥାଏ। ଏହାପରେ ପ୍ରଭୁଙ୍କୁ ନିଜ ନିଜ ସ୍ଥାନକୁ ନିଆଯିବା ପରେ ଲୋକମାନେ ଦର୍ଶନ କରିଥାନ୍ତି। ଏହି କାର୍ଯ୍ୟକ୍ରମରେ ହରିପଦ ବେହେରା, ସରପଞ୍ଚ ରଞ୍ଜିତ ପ୍ରସାଦ ଜେନା, ନାରଣ ପ୍ରଧାନ,ହେମନ୍ତ ପ୍ରଧାନ, ଅରୁଣ ପ୍ରଧାନ, ଯଦୁନାଥ ପାତ୍ର, ନୃସିଂହ ରାଉତ, ଗଣେଶ୍ୱର ଦାସ, ବିଷ୍ଣୁ ଚରଣ ସାମଲ, ଅକ୍ଷୟ ପାତ୍ର, ଅଖିଳ ଦାସ, ଅନିଳ ଦାସ, ଭରତ ପଣ୍ଡା, ଭାଗବତ ଦାସ, ଶ୍ରୀଧର ରାଉତ, ମନ୍ମଥ ବରାଳ, ଅଶୋକ ବରାଳ ପ୍ରମୁଖ ଗ୍ରାମବାସୀଙ୍କ ସହଯୋଗରେ ଏହି ମେଲଣ ସମ୍ପର୍ଣ୍ଣ ହୋଇଥାଏ।

Next Post

ଦ୍ୱିତୀୟ ଥର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି , ପ୍ରତିବାଦରେ ପରିଚଳନା କମିଟିର ସଭାପତିଙ୍କୁ ଦାବିପତ୍ର

Sun Mar 8 , 2026
କେନ୍ଦ୍ରପଡ଼ା ୭/୩ : କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଏପ୍ରିଲ ୨ରୁ ୩ ଦିନ ଧରି ପାଳନ ପାଇଁ ପ୍ରସ୍ତୁତି ଚାଲିଛି । ଏଥିନେଇ ଆଲ୍ୟୁମିନି ଆସୋସିଏସନର ନୂର୍ତ୍ତନ କର୍ମକର୍ତର୍ା ଚୟନ ପ୍ରକ୍ରୀୟା ହୋଇଛି । ମାତ୍ର ଏହାକୁ କେତେଜଣ ପୁରାତନ ଛାତ୍ର ବିରୋଧ କରି ଶନିବାର ଏ ସମ୍ପର୍କରେ ଉପଜିଲାପାଳ ତଥା ମହା ବିଦ୍ୟାଳୟର ପରିଚଳନା କମିଟିର ସଭାପତିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading