ଜିଲ୍ଲା ପାରାକ୍ରୀଡା ସଂଘର ପରିବର୍ଦ୍ଧିତ କମିଟି ଗଠିତ

blank
କେନ୍ଦ୍ରାପଡା ୨୭/୧୨- କେନ୍ଦ୍ରାପଡ଼ା ଜିଲ୍ଲାରେ ପାରାକ୍ରୀଡାର ବିକାଶ ଓ ପ୍ରୋତ୍ସାହନ ପ୍ରଦାନ ଅଭିଲକ୍ଷ୍ୟରେ ପୂର୍ବରୁ ଗଠିତ କେନ୍ଦ୍ରାପଡ଼ା ପାରାକ୍ରୀଡା ସଂଘର ପୁନର୍ଗଠନ କରାଯାଇଛି । ଆଗାମୀ ଦିନରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଥମ କରି ଜିଲ୍ଲାସ୍ତରୀୟ ଏକ ପାରାକ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ କରାଇବା ଉଦ୍ଦେଶ୍ୟରେ ପୂର୍ବ ଗଠିତ କମିଟିକୁ ପରିବର୍ଦ୍ଧିତ କରାଯାଇଛି ବୋଲି ଏହାର ଅନ୍ୟତମ ଉପଦେଷ୍ଟା ମହମ୍ମଦ୍ ଜାହିଦ୍ ଖାନ୍ ପ୍ରକାଶ କରିଛନ୍ତି । ଏହି ନବ ନିର୍ବାଚିତ କମିଟିରେ ମନୋରଞ୍ଜନ ସିଂହ ସଭାପତି, ସରୋଜକାନ୍ତ ସାହୁ କାର‌୍ୟ୍ୟକାରୀ ସଭାପତି, ସାଗର କୁମାର ଜେନା ସମ୍ପାଦକ ଓ କମିଟିର କୋଷାଧକ୍ଷ ଭାବେ ବଂଶୀଧର ମହାନ୍ତି, ସଂଗଠନ ସମ୍ପାଦକ ରୂପେ ଜାତୀୟ ପାରା କ୍ରୀଡାବିତ୍ ପ୍ରଶାନ୍ତ ନାୟକ ସହ ସମ୍ପାଦିକା ଭାବେ ଅନ୍ତର୍ଜାତୀୟ ପାରାକ୍ରୀଡ଼ାବିତ୍ ମୋନାଲି ସ୍ୱାଇଁ, ଉପ ସଭାପତି ରୂପେ ଜାତୀୟ ପାରାସନ୍ତରଣକାରୀ ବଳରାମ ସ୍ୱାଇଁ ପ୍ରମୁଖଙ୍କୁ ନିର୍ବାଚିତ କରାଯାଇଛି। ଜିଲ୍ଲାସ୍ତରରେ ଗଠିତ ଏହି ପାରାକ୍ରୀଡା ସଂଗଠନକୁ ଅଧିକ ସକ୍ରିୟ ଓ ମାର୍ଗଦର୍ଶନ ନିମନ୍ତେ ଏହି କମିଟିର ସ୍ଥାୟୀ ମୁଖ୍ୟ ଉପଦେଷ୍ଟା ରୂପେ କେନ୍ଦ୍ରାପଡା ଜିଲ୍ଲାରେ ଭିନ୍ନକ୍ଷମଙ୍କ ସଶକ୍ତିକରଣ ନିମନ୍ତେ କାର‌୍ୟ୍ୟାରତ ଅନୁଷ୍ଠାନ ପୁନର୍ବାସର ପ୍ରତିଷ୍ଠାତା ବିରଜା ରାଉତରାୟ ଉପଦେଷ୍ଟା ରୂପେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେହୁରା, ପ୍ରଫେସର ତ୍ରିଲୋଚନ ପ୍ରଧାନ ଓ ବରିଷ୍ଠ ଆଡ଼ଭୋକେଟ୍ ସୁଶ୍ରୀ ନାୟକଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି। ଏହା ବ୍ୟତୀତ ଏହି ନୂତନ ପରିବର୍ଦ୍ଧିତ କମିଟିର କାର‌୍ୟ୍ୟକାରୀ ପରିଷଦର ସଭ୍ୟ ରୂପେ କେନ୍ଦ୍ରାପଡ଼ା ଜିଲ୍ଲା ଆଥଲେଟିକ୍ ସଂଘର ଅଭିଜ୍ଞ କ୍ରୀଡା ପ୍ରଶିକ୍ଷକ ଜ୍ୟୋତିର୍ମୟ ଦାଶ, ପ୍ରଶିକ୍ଷକ ଶେଖ୍ ସୌକତ ଅଲ୍ଲୀ, ଜାତୀୟ ପାରାକ୍ରୀଡ଼ାବିତ୍ ସୁଧୀର କୁମାର ମଲ୍ଲିକ ଓ ସ୍ୱତନ୍ତ୍ର ଶିକ୍ଷକ ସ୍ୱପ୍ନାଂଶୁ କୁମାର ଦାସ ପ୍ରମୁଖ ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି । ଏହି ଅବସରରେ ନିକଟରେ ଓମାନ୍ ଠାରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ପାରାସେଲିଂ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କେନ୍ଦ୍ରାପଡା ଜିଲ୍ଲାର ପାରାକ୍ରୀଡ଼ାବିତ୍ ମୋନାଲି ସ୍ୱାଇଁକୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ସହ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

Next Post

ପିସିସି ସଭାପତିଙ୍କୁ କେନ୍ଦ୍ରାପଡ଼ାରେ ଉତ୍ସସିତ ସମ୍ବର୍ଦ୍ଧନା

Sat Dec 27 , 2025
କେନ୍ଦ୍ରାପଡ଼ା,୨୭ା୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ଓ ପିସିସି ମହିଳା ମୋର୍ଚ୍ଚାର ସଭାପତି ମିନାକ୍ଷୀ ବାହିନୀପତିଙ୍କୁ କେନ୍ଦ୍ରାପଡା ଯୁବ କଂଗ୍ରେସ ପକ୍ଷରୁ ଗରାପୁର ଡାକ ବଙ୍ଗଳା ଠାରେ ଉତ୍ସସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଦିଲ୍ଲୀପ କୁମାର ପ୍ରଧାନଙ୍କ ନେତୃତ୍ୱରେ ବହୁ ଛାତ୍ରକଂଗ୍ରେସ ନେତା ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧର୍ିତ ସମ୍ବର୍ଦ୍ଧିତ କରିଥିଲେ । ଯୁବ ଛାତ୍ର ନେତା ଦିଲିପ କୁମାର ପ୍ରଧାନ, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading