କେନ୍ଦ୍ରାପଡା ସାଇକେଲ କ୍ଲବ ର ବାର୍ଷିକ ବନ୍ଧୁମିଳନ

blank
କେନ୍ଦ୍ରାପଡା ୧୨/୪: କେନ୍ଦ୍ରାପଡା ସାଇକେଲ କ୍ଲବର ବାର୍ଷିକ ବନ୍ଧୁମିଳନ ସ୍ଥାନୀୟ ଇଚ୍ଛାପୁର ସ୍ଥିତ ଶ୍ୟାମାକାଳୀ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ “ସମାଜ ଗଠନରେ ସୁସ୍ଥ ଯୁବଗୋଷ୍ଠୀଙ୍କ ଭୂମିକା’ ଶୀର୍ଷକ ଏକ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବରିଷ୍ଠ ଶଲ୍ୟ ଚିକିତ୍ସକ ଡାକ୍ତର ବିରେନ୍ଦ୍ର ଦାଶ ଯୁବକମାନେ ନିଶା ଠାରୁ ଦୁରେଇ ରହିବା ସହିତ ସବୁଦିନ ସକାଳେ ସାଇକେଲ ଚଳାଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହିତ ମନ ଚଞ୍ଚଳ ରହିବ । ଏଥି ସହିତ ନିୟମିତ ବ୍ୟାୟାମ କରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟତମ ବକ୍ତା ପୂର୍ଣ୍ଣଚନ୍ଦ୍ର ପଣ୍ଡା ଯୋଗର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ । ସମାଜସେବୀ ପତିତପାବନ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସୁକାନ୍ତ କୁମାର ବିଶ୍ୱାଳ, ନିରଞ୍ଜନ ମହାରଣା, ଆଶିଷ ଦାସ, ମାନସ ତ୍ରିପାଠୀ, ରଶ୍ମି ରଞ୍ଜନ ସ୍ୱାଇଁ, ଭବାନୀ ପ୍ରସାଦ ଓଝା, ପ୍ରବୋଧ କୁମାର ପଣ୍ଡା, ଜଗନ୍ନାଥ ଧଳ, ମନୋଜ ନାୟକ, ରାଜେନ୍ଦ୍ର ମହାପାତ୍ର, ପ୍ରଦ୍ୟୁମ୍ନ ବେହୁରାଙ୍କ ସମେତ ବହୁ ସଦସ୍ୟ ଅଂଶଗ୍ରହଣ କରିଥିଲେ । ଆଗାମୀ ଦିନରେ ବିଭିନ୍ନ ଅଞ୍ଚଳରୁ ଛାତ୍ର ଓ ଯୁବକମାନଙ୍କୁ ସାଇକେଲ କ୍ଲବରେ ସଦସ୍ୟତା ଦେବା ସହ ସାଇକେଲ ଚଳାଇବା ପାଇଁ ପ୍ରେରିତ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Next Post

କେନ୍ଦ୍ରାପଡା ଜିଲ୍ଲା ବାଳକ ଓ ବାଳିକାମାନଙ୍କ କ୍ରିକେଟ ଟୁର୍ଣ୍ଣାମେଟ ପ୍ରସ୍ତୁତି

Sun Apr 12 , 2026
କେନ୍ଦ୍ରାପଡା ତା.୧୨/୪ :କେନ୍ଦ୍ରାପଡା ଜିଲ୍ଲା ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ୧୬ବର୍ଷ ଓ ୧୯ବର୍ଷରୁ କମ ବାଳକ ଓ ସେହିପରି ବାଳିକାମାନଙ୍କର ପ୍ରସ୍ତୁତି ମ୍ୟାଚ ହେଉଥିବା ସମୟରେ କେନ୍ଦ୍ରାପଡା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ଆସି ସେଠାରେ ପିଲାମାନଙ୍କୁ ଉତ୍ସହିତ କରିଥିଲେ । ଅତିଥିମାନେ ପିଲାମାନଙ୍କ ସହିତ ପରିଚିତ ହୋଇ ଖେଳିଥିଲେ । ଏଥିସହିତ କେନ୍ଦ୍ରାପଡା ଜିଲ୍ଲା ଡିଏସଓ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା କ୍ରିକେଟ ଆସୋସିଏସନର ସମ୍ପାଦକ ଶୁଭାଶିଷ ସେନାପତି, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading