ବକ୍ତାରପୁର ନୋଡାଲ ୟୁପି ସ୍କୁଲ ଶିକ୍ଷକ ବଦଳି ପ୍ରତିବାଦରେ ଧାରଣା

blank
ପଟ୍ଟାମୁଣ୍ଡାଇ ୧୩/୧୧ -ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ବକ୍ତାରପୁର ନୋଡାଲ ଉ. ପ୍ରା. ସ୍କୁଲର ଶିକ୍ଷକ ବଦଳି ପ୍ରତିବାଦରେ ଗୁରୁବାର ସ୍କୁଲ ସମ୍ମୁଖରେ ଛାତ୍ର ଅଭିଭାବକ ଓ ସ୍କୁଲ କମିଟି ସଦସ୍ୟମାନେ ଧାରଣା ଦେଇଥିଲେ । ଏଥି ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବକ୍ତାରପୁର ନୋଡାଲ ୟୁପି ସ୍କୁଲ ଏକ ଖ୍ୟାତ ନାମା ସ୍କୁଲ ଭାବେ ସ୍ଥାନୀୟ ଅଂଚଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହି ସ୍କୁଲରେ ଶିଶୁବାଟିକା ଠାରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ୮ଟି ଶ୍ରେଣୀ ରହିଛି । ୮ଟି ଶ୍ରେଣୀରେ ପ୍ରାୟ ୨୪୦ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି । ପିଲାମାନଙ୍କୁ ପଢାଇବା ପାଇଁ ଛାତ୍ରୀଛାତ୍ର ଆନୁପାତିକ ହାରରେ ୭ ଜଣ ଶିକ୍ଷୟିତ୍ରୀ/ଶିକ୍ଷକ ଜଣେ ସାମୟିକ କଳା ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଉତମ ଶିକ୍ଷାଦାନ ସହିତ ବିଭିନ୍ନ କ୍ଷେତ୍ରରେ ଗୌରବ ଆଣିଥିବା ଏହି ସ୍କୁଲର ଜନୈକା ଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଇଛି । ଯାହାଫଳରେ ସ୍କୁଲର ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନ ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି । ଏପରିକି ପିଲାମାନଙ୍କର ପାଠପଢାରେ ବ୍ୟାଘାତ ସୃଷ୍ଟି ହେବା ସହିତ ଭବିଷ୍ୟତ ଅନିଶ୍ଚିତ ହୋଇ ପଡିବ ବୋଲି ଅଭିଭାବକ ଅଭିଭାବିକା ଓ ସ୍କୁଲ କମିଟି ସଦସ୍ୟ ମାନେ ଅଭିଯୋଗ କରିଛନ୍ତି । ଶିକ୍ଷୟତ୍ରୀଙ୍କ ବଦଳି ପ୍ରତିବାଦରେ ଆଜି ସ୍କୁଲ ପରିଚାଳନା କମିଟି ସଭାପତି ଜଗବନ୍ଧୁ ନାୟକ କାଉନସିଲର ଝରଣା ବେହେରା, ଉପେନ୍ଦ୍ର ମିଶ୍ର ,ବୁଢା ଜେନା, ଶଶିକାନ୍ତ ପଣ୍ଡା ଅଲେଖ ଜେନା,ସୁଶାନ୍ତ ଜେନା, ସନ୍ତୋଷ ଜେନା, ରଞ୍ଜନ ଜେନା, ସୁବାଷ ଜେନା, ମୁକୁନା ଜେନା, ରାଜକିଶୋର ଜେନା,ଶ୍ରୀମତୀ ଜେନା କଣ୍ଢେଇ ଜେନା, ପୁଷ୍ପା ଜେନାବୁଲି ଜେନା ପ୍ରମୁଖ ଛାତ୍ର ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟ ମାନେ ସ୍କୁଲ ସମ୍ମୁଖରେ ଧାରଣା ଦେଇଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ସ୍ଥିତିର ଗମ୍ଭୀରତା ଉପଲବଧି କରି ଯେପର୍ଯ୍ୟନ୍ତ ବଦଳି ଆଦେଶ ବାତିଲ ନକରିଛନ୍ତି ସେପର୍ଯ୍ୟନ୍ତ ଧାରଣା ଜାରୀ ରହିବ ବୋଲି ସ୍କୁଲ ପରିଚାଳନା କମିଟି ସଦସ୍ୟ ଓ ଛାତ୍ର ଅଭିଭାବକମାନେ ପ୍ରକାଶ କରିଛନ୍ତି । ବକ୍ତାରପୁର ନୋଡାଲ ୟୁ ପି ସ୍କୁଲରେ ଶିକ୍ଷୟତ୍ରୀ ବଦଳି ପ୍ରତିବାଦ ରେ ସ୍କୁଲ ସମ୍ମୁଖରେ ଧାରଣା ଦିଆଯାଇଥିବା ସମ୍ପର୍କରେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ଅଜିତ କୁମାର ବାରିକ ଖବର ପାଇବା ପରେ ବକ୍ତାରପୁର କ୍ଲଷ୍ଟର ସିଆରସିସି ସଂଘମିତ୍ରା ନାୟକଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ । ସିଆରସିସି ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀଙ୍କୁ ସମସ୍ତ ବିଷୟରେ ଅବଗତ କରାଯାଇଛି । ସେ ସ୍କୁଲ ଓ ଛାତ୍ରୀଛାତ୍ରଙ୍କ ହିତ ଦୃଷ୍ଟିରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

Next Post

ପଟ୍ଟାମୁଣ୍ଡାଇ ରୋଗୀକଲ୍ୟାଣ ସମିତି ବୈଠକ,ଉତମ ରୋଗୀ ସେବା ଓ ଭିତି ଭୂମି ବିକାଶ ଉପରେ ଗୁରୁତ୍ୱାରୋପ

Thu Nov 13 , 2025
ପଟ୍ଟାମୁଣ୍ଡାଇ ୧୩/୧୧ – ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ସଭା ଗୃହରେ ବୁଧବାର ପଟ୍ଟାମୁଣ୍ଡାଇ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରୋଗୀ କଲ୍ୟାଣ ସମିତି ଅଧ୍ୟକ୍ଷ ରାଜନଗର ବିଧାୟକ ଧ୍ରୁବ ସାହୁ ବୈଠକରେ ଅଧ୍ୟକ୍ଷତା କରି କଷଣଅଂଟା ଠାରେ ନିର୍ମାଣାଧୀନ ୧୦୦ ଶଯ୍ୟା ବିଶିଷ୍ଟ ନୂତନ ସବଡିଭିଜନ ହସ୍ପିଟାଲ କାର୍ଯ୍ୟ ତ୍ୱରାନ୍ୱିତ କରିବା, ୨୪ଘଂଟା ଉତମ ରୋଗୀ ସେବା ଯୋଗାଇବା, ମାଗଣା ଔଷଧ ବଂଟନ, ହସ୍ପିଟାଲ ପରିବେଶ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading