କେନ୍ଦ୍ରାପଡା ଜିଲାରେ ବନ୍ୟା ପରିସ୍ଥିତି ଗମ୍ଭୀର, ବନ୍ୟା ବିପନ୍ନଙ୍କୁ ମିଳିଲାନାହିଁ ରିଲିଫ୍‌: ବଢୁଛି ଅସନ୍ତୋଷ

blank
ପଟ୍ଟାମୁଣ୍ଡାଇ ୭/୯- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଦେଇ ପ୍ରବାହିତ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ଗତ ଜୁଲାଇ ୭ରୁ ଆଜି ପର୍ଯ୍ୟନ୍ତ ୪ ଥର ବନ୍ୟା ଆସି ୧୪ ପଚାଂୟତ ସମେତ ପୌରାଂଚଳର ୧୧ ଓାଡରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ବହୁ ଗ୍ରାମ ବହ୍ୟଜଗତରୁ ବିଛିନ୍ନ ଅଛି । କିଛି ମାସ ଭିତରେ ୪ ଥର ବନ୍ୟା ଆସିବା ଫଳରେ ହଜାର ହଜାର ହେକ୍ଟର ଚାଷଜମିରେ ଫସଲ ଉଜୁଡ଼ି ଯାଇଛି । ଚାଷୀଙ୍କ ଆର୍ôଥକ ମେରୁଦଣ୍ଡ ଦୋହଲି ଯାଇଛି । ବନ୍ୟା ଛାଡ଼ିବା ପରେ ଅଂଟା ସଳଖି ଚାଷ କାମ ଆରମ୍ଭ କରୁଥିବା ବେଳେ ପୁଣି ବନ୍ୟା ଚିନ୍ତାରେ ପକାଇ ଦେଇଛି । ଅନ୍ୟପକ୍ଷରେ ଗରିବ ଖଟିଖିଆ ମୁଲିଆ ଶ୍ରେଣୀର ଲୋକମାନେ ଜଳବନ୍ଦିରେ ରହି କାମକୁ ଯାଇ ନପାରି ଭୋକ ଉପାସରେ କାଳାତିପାତ କରୁଛନ୍ତି । ମାତ୍ର ପ୍ର୍ରଶାସନ ପକ୍ଷରୁ ଏଯାବତ କୌଣସି ସରକାରୀ ସହାୟତା ରିଲିଫ, ପଲିଥିନ, ବ୍ଲିଚିଂ ଆଦି ଯୋଗାଇ ଦିଆଯାଇନାହିଁ । ଏଣେ ଝିପ୍‌ଝିପ୍ ବର୍ଷା ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି।

blank
ଧୋଯାଞ୍ଚଳର ଲୋକ ନରେନ୍ଦ୍ର ଧଳ , ହିମାଶୁଂ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ନାୟକ, ହେମନ୍ତ ବିଶ୍ୱାଳ,ସହଦେବ ମଲ୍ଲିକ ପ୍ରମୁଖ କୁହନ୍ତି ନଦୀନାଳ ଘେରା ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ପାଖାପାଖି ୭୦ରୁ ଉଦ୍ଦ୍ୱର୍ ଗାଁରେ ଥରେଥରେ କରି ଚାରିଥର ବନ୍ୟା ତାଣ୍ଡବ ରଚି ଚାଲିଛି। ଶହ ଶହ ଲୋକେ ଜଳବନ୍ଦିରେ ଥିବା ଗାଁ ଦାଣ୍ଡରେ ଅଢେଇରୁ ୪ ଫୁଟର ବନ୍ୟାଜଳ ଲହଡି ମାରୁଛି । ଏଭଳିସ୍ଥଳେ ଗରିବ ଖଟିଖିଆ ପରିବାରଙ୍କ ଘରେ ଖାଇବାକୁ ଚୁଲି ଜଳୁନାହିଁ । ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଛି। ଘର ଭିତରକୁ ପାଣି ପଶିଯିବାରୁ ସରିସୃପ ମାନେ ଫସିଯାଉଛନ୍ତି । ମାତ୍ର ପ୍ରଶାସନ ପକ୍ଷରୁ ଠୋଷ ପଦେକ୍ଷପ ନିଆଯାଉନାହିଁ ।

blank

ସହସ୍ରାଧିକ ଗରିବ ପରିବାର ଜୀବନ ବଂଚାଇବା ପାଇଁ ଉଚ୍ଚ ସ୍ଥାନକୁ ଚାଲି ଯାଇଛନ୍ତି। ଗରିବ ଖଟିଖିଆ ମୁଲିଆ ଶ୍ରେଣୀର ଲୋକମାନେ ଜଳବନ୍ଦିରେ ରହି କାମକୁ ଯାଇ ନପାରି ଭୋକ ଉପାସରେ କାଳାତିପାତ କରୁଛନ୍ତି । ମାତ୍ର ତାଙ୍କ ପାଇଁ ୪ଟି ବ୍ୟା ହେଲାଣି ଥରେବି ପ୍ରଶାସନ ପକ୍ଷରୁ ରାନ୍ଧାଖାଦ୍ୟ ତ ଦୂରର କଥା ଶୁଖିଲା ଖାଦ୍ୟ ଦିଆଯାଉନାହିଁ । ପୂର୍ବରୁ କେବଳ ଗୋରୁଗାଈଙ୍କ ପାଇଁ ଖାଦ୍ୟ ପହଁଚି ଥିଲା । ହେଲେ ତାହା ସମୁଦ୍ରକୁ ଶଙ୍ଖେ । ମାତ୍ର ଗରିବ ଗୁରୁବା କୁନିକୁନି ପିଲାଙ୍କ ପାଇଁ ରିଲିଫ ଦିଆଯାଇନାହିଁ ।

blank

ବ୍ରାହ୍ମଣୀ ଶାଖା ନଦୀ ଗୁଡ଼ିକରେ ପାଣି ବଢୁଥିବାରୁ ନଦୀକୂଳିଆ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ରବିବାର ପୂର୍ଣ୍ଣମି ହୋଇଥିବା ବେଳେ ୪ ଦିନ ପର୍ଯ୍ୟନ୍ତ ପାଣି ଛାଡିବ ନାହିଁ । ପ୍ରଭାବିତ ଅଂଚଳରେ ବିଦ୍ୟୁତ ବିଚ୍ଛିନ୍ନ ହୋଇଥିବାରୁ ମହମବତୀ ବି ପହଁଚିନି। କେବଳ ଗୋଖାଦ୍ୟ ଦେଇ ପ୍ରଶାସନ ଦାୟିତ୍ୱ ଶେଷ କରିଥିବା ଅଭିଯୋଗ ହୋଇଛି।

blank

ଅନ୍ୟପକ୍ଷରେ ବନ୍ୟା ଅଂଚଳରେ ବିଶୁଦ୍ଧ ପାଣି ମିଳୁନାହିଁ। ବିଭିନ୍ନ ଗାଁରେ ଥିବା ନଳକୂପଗୁଡ଼ିକ ବନ୍ୟାଜଳରେ ବୁଡ଼ି ଯାଇଛି। ନିୟମ ଅନୁଯାୟୀ, ବନ୍ୟା ଜଳରେ ବୁଡ଼ି ରହିଥିବା ନଳକୂପଗୁଡିକୁ ବନ୍ୟାଜଳ ହ୍ରାସ ପରେ ବ୍ଲିଚିଂ ପକାଯାଇ ସେହି ଜଳକୁ ବିଶୋଧନ କରି ବାହାରୁ ଥିବା ପାଣିର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଇବା କଥା । ମାତ୍ର ଗତ ୩ଥର ବନ୍ୟା ପରେ ମଧ୍ୟ ବିଭାଗ ତରଫରୁ ନଳକୂପର ଜଳକୁ ବିଶୋଧନ କରାଯାଇ ନାହିଁ। ଫଳରେ ପେଣ୍ଠପାଳ ପଂଚାୟତ ଦାଣ୍ଡିସାହିରେ ଅଗଷ୍ଠ ୧୪ରେ ଜଣ୍ଡିସ ରୋଗ ବ୍ୟାପିଥିଲା । ବିଭିନ୍ନ ଅଂଚଳ ବନ୍ୟା ଜଳରେ ବୁଡି ରହିବା ଫଳରେ ପାନୀୟ ଜଳ ଉତ୍ସ ଗୁଡିକ ବୁଡି ଯାଇଥିଲା । ଯାହା ଫଳରେ ପାନୀୟ ଜଳ ସଂକଟ ଦେଖା ଦେଇଥିଲା । ବିଶୁଦ୍ଧ ପାନୀୟ ଜଳ ଅଭାବରୁ ଲୋକମାନେ ନଇ ପୋଖରୀ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ।ଏହାଦ୍ୱାରା ଆଗାମୀ ଦିନରେ ବିଭିନ୍ନ ପ୍ରକାର ରୋଗ ବ୍ୟାପିବାର ଆଶଙ୍କା ସୃଷ୍ଟି ହେଉଛି

Next Post

ବନିତା ରାଉତ ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚତଦନ୍ତ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

Mon Sep 8 , 2025
କେନ୍ଦ୍ରାପଡ଼ା,୮ା୯: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିନ ଭେଣ୍ଡିଂ ଜୋନ କ୍ୟାବିନରେ ବୋଧଗାଁର ଝିଅ ବନିତା ରାଉତ ବିଭତ୍ସ ହତ୍ୟା ଘଟଣାର ପ୍ରତିବାଦରେ ସୋମବାର ଜିଲାପାଳଙ୍କ ଅଫିସ ସମ୍ମୁଖରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି। ପୋଲିସିର ନିଷ୍କ୍ରିୟତା ଓ ପକ୍ଷପାତିତା, ଦୋଷୀମାନଙ୍କୁ ଘଣ୍ଟ ଘୋଡାଇବା, ମୃତ ବନିତାଙ୍କ ବିରୁଦ୍ଧରେ ପୋଲିସର ବୟାନ ବାଜି ଏବଂ ପୋଲିସର ତଦନ୍ତ ଉପରେ ସନ୍ଦେହ ପ୍ରକାଶ କରିବା ସହିତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading