ପୁନର୍ବାସ ପକ୍ଷରୁ ସ୍ୱତନ୍ତ୍ର ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରଞ୍ଚ

blank
କେନ୍ଦ୍ରାପଡା ୨୮/୩ – ଭିନ୍ନକ୍ଷମଙ୍କ ଥେରାପି ଚିକିତ୍ସା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ପୁନର୍ବାସ ଅନୁଷ୍ଠାନ ଦ୍ୱାରା ସ୍ଥାନୀୟ ମାଧପୁରସ୍ଥିତ ଶିଶୁ ଥେରାପି କେନ୍ଦ୍ରରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସ୍ୱାଗତ ଦାସ ଏହି ଶିଶୁ ଥେରାପି କେନ୍ଦ୍ରରେ ବିବିଧ ଥେରାପି ଚିକିତ୍ସା ଗ୍ରହଣ କରୁଥିବା ସମୁଦାୟ ୨୮ ଜଣ ସ୍ୱତନ୍ତ୍ର ଶିଶୁ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ଔଷଧୀୟ ପରାମର୍ଶ ପ୍ରଦାନ କରିଛନ୍ତି। ଏହା ଦ୍ୱାରା ଅଟିଜିମ୍ , ମସ୍ତିଷ୍କ ପକ୍ଷାଘାତ ଓ ବୌଦ୍ଧିକ ଅନଗ୍ରସର ସ୍ୱତନ୍ତ୍ର ଶିଶୁ ହିତାଧିକାରୀମାନେ ନିଶୁଳ୍କ ଭାବେ ଗୋଟିଏ ସ୍ଥାନରେ ଶିଶୁ ବିଶେଷଜ୍ଞଙ୍କ ଦ୍ୱାରା ସହଜରେ ଡାକ୍ତରୀ ପରାମର୍ଶ ପାଇବା ସହ ଥେରାପି କେନ୍ଦ୍ରକର୍ମଚାରୀଙ୍କ ଦ୍ୱାରା ଓଜନ ଓ ଉଚ୍ଚତା ମାପ ମଧ୍ୟ କରାଇପାରିଥିଲେ। ଅନୁଷ୍ଠାନ ପକ୍ଷରୁ ଫିଜିଓଥେରାପିଷ୍ଟ, ଆକ୍ୟୁପେଶନାଲଥେରାପିଷ୍ଟ ଓ ସପୋର୍ଟ ଷ୍ଟାଫ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡେପୁଟି ମ୍ୟାନେଜର ପ୍ରଜନନ ଓ ଶିଶୁସ୍ୱାସ୍ଥ୍ୟ, ସୁକାନ୍ତ ପ୍ରଧାନ ଏହି ଅବସରରେ ଉପସ୍ଥିତ ରହିଥିଲେ। ଏଥିପାଇଁ ପୁନର୍ବାସ ପକ୍ଷରୁ ଶିଶୁ ବିଶେଷଜ୍ଞ ଡାକ୍ତର ସ୍ୱାଗତ ଦାସଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଜିଲ୍ଲା ଚିକିତ୍ସାଳୟର ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ନାୟକଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ ଜଣାଇଛନ୍ତି।

Next Post

ପୂର୍ବତନ ସାଂସଦ ଗୟାଚାନ୍ଦ ଭୂୟାଁଙ୍କ ସ୍ମୃତିସଭା ସ୍ୱର୍ଗତ ଭୂୟାଁ କର୍ମୀଙ୍କ କଥାକୁ ପ୍ରାଧାନ୍ୟ ଦେଉଥିଲେ

Sun Mar 29 , 2026
କେନ୍ଦ୍ରାପଡ଼ା,୨୯ା୩: ଜିଲ୍ଲା ପ୍ରତିଭା ପୂଜା ସଂସଦ ଆନୁକୂଲ୍ୟରେ ପୂର୍ବତନ ସାଂସଦ ସ୍ୱର୍ଗତ ଗୟାଚାନ୍ଦ ଭୂୟାଁଙ୍କ ୩୮ତମ ଶ୍ରାଦ୍ଧଦିବସ ଅବସରରେ ମାଧପୁରସ୍ଥିତ ଅମରଉଦ୍ୟାନ ପରିସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ଡାକ୍ତର ବିଶ୍ୱପ୍ରକାଶ କାନୁନଗୋ, ଡ. ସର୍ବେଶ୍ୱର ସେଣ, ଶିକ୍ଷାବୀତ ଶୈଳବାଳା ସାମଲ ଓ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦୀର୍ଘ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading