୩ଜଣ ବାଂଲାଦେଶୀଙ୍କୁ କେନ୍ଦ୍ରାପଡାରୁ ଦେଶାନ୍ତର

blank
କେନ୍ଦ୍ରାପଡ଼ା,୩୦ା୧:କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁର ଗ୍ରାମରେ ରହୁଥିବା ୩ ଜଣ ବାଂଲାଦେଶୀଙ୍କୁ ଦେଶାନ୍ତର କରାଯାଇଛି। ସେମାନେ ହେଉଛନ୍ତି ମୁନତାଜ ଖାନ୍‌(୬୪), ଅମୀନା ବିବି(୭୦)ଓ ଇନ୍‌ସାନ ଖାନ୍‌(୫୮)। ଏମାନେ ୧୯୭୦ ମସିହାରେ ବାଂଲାଦେଶରୁ କେନ୍ଦ୍ରାପଡ଼ା ପଳାଇ ଆସିଥିଲେ। ସେବେଠାରୁ ସେମାନେ ଏହି ଜିଲାରେ ରହୁଛନ୍ତି। ପ୍ରଶାସନ ପକ୍ଷରୁ ଅନୁପ୍ରବେଶକାରୀ ଯାଞ୍ଚ ଅଭିଯାନ ସମୟରେଗୋଟିଏ ପରିବାରର ଏହି ୩ଜଣଙ୍କୁ ଚିହ୍ନଟ କରାଯାଇଥିଲା। ଏମାନେ ଦୁଇ ଭାଇ ଓ ଭଉଣୀ ବୋଲି ଜଣାପଡିଛି। ବର୍ତ୍ତମାନ ସେମାନଙ୍କ ନିକଟରେ ଭାରତୀୟ ଭୋଟରକାର୍ଡ ଓ ଆଧାର କାର୍ଡ ରହିଛି। ହେଲେ ସେମାନଙ୍କ ଜମି ପଟ୍ଟା ନାହିଁ। ତେଣୁ ସେହି ଆଧାରରେ ସେମାନେ ଭାରତୀୟ ନୁହଁନ୍ତି ବୋଲି ଚିହ୍ନଟ କରାଯାଇଛି। ଏହାସହ ସେମାନଙ୍କ ପୂର୍ବଜଙ୍କ ଜମିବାଡି ରେକର୍ଡ ଯାଞ୍ଚ କରିବା ପରେ ତାହା ପୂର୍ବ ମେଦିନାପୁର ବୋଲି ଜଣାପଡିଛି। ତେଣୁ ସେହି ଆଧାରରେ ସେମାନଙ୍କୁ ଦେଶାନ୍ତର କରାଯାଇଛି ବୋଲି ଜନୈକ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଏହି ପରିବାରର ୫ଜଣ ସଦସ୍ୟ ୧୯୭୦ମସିହାରେ ଭାରତରେ ଅନୁପ୍ରବେଶ କରିଥିଲେ। ସେମାନଙ୍କ ମଧ୍ୟରୁ ୩ଜଣ କେନ୍ଦ୍ରାପଡାକୁ ଆସି ସ୍ଥାୟୀ ଭାବେ ବସବାସ କରୁଥିଲେ। ତେବେ ୫ଜଣଙ୍କ ମଧ୍ୟରୁ ୩ଜଣ ଭାଇଭଉଣୀଙ୍କୁ ଦେଶାନ୍ତର କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣ ମୃତ ବୋଲି ସୂଚନା ଦିଆଯାଇଛି। ୩ଦେଶାନ୍ତରଙ୍କ ମଧ୍ୟରୁ ଦୁଇଭାଇ ମୁନତାଜ ଓ ଇନ୍‌ସାନ ସଦର ଥାନା ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ବସ୍ତିରେ ରହୁଥିବା ବେଳେ ସେମାନଙ୍କ ଭଉଣୀ ଅମିନା ବିବି ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଅରୁଣନଗରରେ ରହୁଥିଲେ। ସଂପୃକ୍ତ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ବାଂଲାଦେଶୀଙ୍କୁ ଚିହ୍ନଟ କରି ଦେଶାନ୍ତର କରିବା ପାଇଁ କେନ୍ଦ୍ର ଗୃହ ବିଭାଗ ପକ୍ଷରୁ ଓଡ଼ିଶା ଡିଜିଙ୍କୁ ନିର୍ଦ୍ଦେଶ ଆସିଥିଲା। ଡିଜି ଏ ନେଇ କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶ ଅନୁଯାୟୀ ବାଂଲାଦେଶୀ ଧରପଗଡ଼ ଅଭିଯାନ ଆରମ୍ଭ ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ୩ ଜଣଙ୍କୁ ଦେଶାନ୍ତର କରାଯାଇଛି। ଆଗାମୀ ଦିନରେ ବାକି ବଂଲାଦେଶୀଙ୍କୁ ଦେଶାନ୍ତର କରାଯିବ ବୋଲି ସଂପୃକ୍ତ ପୋଲିସ ଅଧିକାରୀ ଜଣକ ସୂଚନା କରିଛନ୍ତି।

Next Post

କେନ୍ଦ୍ରାପଡାରେ ଜାତୀୟ ସଡ଼କ ସୁରକ୍ଷା ମାସ ଉଦଯାପିତ

Fri Jan 30 , 2026
କେନ୍ଦ୍ରାପଡ଼ା,୩୦ା୧:ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ସଡ଼କ ସୁରକ୍ଷା ସମ୍ପର୍କିତ ସଚେନତା କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି। ଏହି ମାସେ ବ୍ୟାପି ସଡକ ସୁରକ୍ଷା ସମ୍ପର୍କିତ ବିଭିନ୍ନସଚେତନତା ଶିବିର, ଆଖି ପରୀକ୍ଷା ଶିବିର, ରକ୍ତଦାନ ଶିବିର, କର୍ମଶାଳା, ଲୋକନୃତ୍ୟ ଆୟୋଜନ ସହିତ ବିଭିନ୍ନ ସ୍କୁଲ ଏବଂ କଲେଜ ମାନଙ୍କରେ ପ୍ରତିଯୋଗିତାମାନ ଆୟୋଜିତ ହୋଇଥିଲା। ଆଜି ସ୍ଥାନୀୟ ସଂସ୍କୃତି ଭବନରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର. ଆୟାର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading