୪ର୍ଥ ଦିନରେ ପଟ୍ଟାମୁଣ୍ଡାଇ ଜଳସମ୍ପଦ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ,ଗୁରୁତର ୪ଜଣ ଅନଶନକାରୀ କେନ୍ଦ୍ରାପଡ଼ା ହସ୍ପିଟାଲରେ

blank

ପଟ୍ଟାମୁଣ୍ଡାଇ ୨୫/୬- ପଟ୍ଟାମୁଣ୍ଡାଇ ଜଳସମ୍ପଦ କାର୍ଯ୍ୟାଳୟ ଠାରେ ଶାସନ ପଂଚାୟତର କେତେକ ଅଧିବାସୀ ୨୨ତାରିଖ ଠାରୁ କରିଥିବା ଆମରଣ ଅନଶନରେ ଆଜି ୪ର୍ଥ ଦିବସରେ ପହଁଚିଛି । ଅନଶନକାରୀ ମାନେ ୧୬ନଂ କେନାଲ ରାସ୍ତା କାମ ଦୁର୍ନୀତିର ଉପଯୁକ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଆମରଣ ଅନଶନ କରାଯାଇଛି । ପ୍ରଶାନ୍ତ ମହାନ୍ତି, ଧ୍ରୁବ ପାଣ୍ଡବ, ରମାକାନ୍ତ ଦାଶ,ଅର୍ଜୁନ ସାହୁ, ତୀର୍ଥ ପରିଡା ରଶ୍ମିକାନ୍ତ କୁଣ୍ଡ ପ୍ରମୁଖ ଆମରଣ ଅନଶନରେ ବସିଥିଲେ । ଆମରଣ ଅନଶନ ୪ର୍ଥ ଦିବସ ଗୁରୁବାରରେ ମଧ୍ୟହ୍ନରେ ଅନଶନକାରୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କ ମଧ୍ୟରୁ ପ୍ରଶାନ୍ତ ରମାକାନ୍ତ ଅର୍ଜୁନ ଓ ରଶ୍ମିକାନ୍ତଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ପରେ ପରେ ତତ୍କାଳ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ଜିଲା ହସ୍ପିଟାଲରେ ଭର୍ତି କରାଯାଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ ତୀର୍ଥ ପରିଡା ଓ ଅନ୍ୟମାନେ ଅନଶନ ଜାରି ରଖିଛନ୍ତି । କୌଣସି ଅଘଟଣ ଆଶଙ୍କାରେ ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୁତୟନ ରହିଛନ୍ତି ।

Next Post

ପଟ୍ଟାମୁଣ୍ଡାଇ ପୌର ପରିଷଦରେ ସରକାରଙ୍କ ୨ବର୍ଷ ପୂର୍ତି ପାଳିତ

Thu Jun 25 , 2026
ପଟ୍ଟାମୁଣ୍ଡାଇ ୧୯/୬- ରାଜ୍ୟର ନୂତନ ଭାଜପା ସରକାର କ୍ଷମତାକୁ ଆସିବାର ୨ବର୍ଷ ପୂରଣ ହୋଇଛି । ରାଜ୍ୟ ସରକାରଙ୍କ ନିର୍ଦେଶରେ ସାରା ରାଜ୍ୟରେ ପୂର୍ତି ଉତ୍ସବ ପାଳନ କରାଯାଉଛି । ଏହି କ୍ରମରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ୩ଟି ସ୍ଥାନରେ ପୂର୍ତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୱାର୍ଡ ନଂ ୫, ୬, ୭, ୮, ୯, ୧୦, ୧୧କୁ ନେଇ ବାଲିପଡ଼ା ପାର୍ବତୀ ମଣ୍ଡପ ଠାରେ ପୂର୍ତି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading