ଜିଲ୍ଲା କଂଗ୍ରେସ ପକ୍ଷରୁ ଇନ୍ଦିରାଗାନ୍ଧୀଙ୍କ ଜୟନ୍ତୀ ପାଳିତ

blank
କେନ୍ଦ୍ରାପଡ଼ା,୧୯ା୧୧:କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ୧୦୯ତମ ଜୟନ୍ତୀ ପାଳିତ ହୋଇଯାଇଛି। କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ କୁମାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ରାଜକନିକା ବ୍ଲକ ସଭାପତି ରବିନାରାୟଣ ବେହେରା, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଭାଗିରଥୀ ଜେନା, ଆଳି ବ୍ଲକ କଂଗ୍ରେସ ସଭାପତି ମଙ୍ଗୁଳି ଚରଣ ବେହେରା, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଜିଲ୍ଲା କିଷାନ କଂଗ୍ରେସ ସଭାପତି ଜୟଦେବ ପରିଡା, ଯୁବକଂଗ୍ରେସ ସାମାଜିକ ଗଣମାଧ୍ୟମ ସଂଯୋଜକ ହିମାଂଶୁ ନନ୍ଦ, ବିଧୁଭୂଷଣ ମହାପାତ୍ର, ଦର୍ପନାରାୟଣ ସାହୁ, ମାନଗୋବିନ୍ଦ ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରି କହିଥିଲେ ଯେ ସ୍ୱର୍ଗତା ଗାନ୍ଧୀଙ୍କ ଅମଳରେ ବୈଦେଶିକ ନୀତି,ଦାରିଦ୍ର‌୍ୟ ଦୂରିକରଣ ଯୋଜନା, ଦେଶବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଜନହିତକର ଯୋଜନା ପ୍ରଣୟନ ହୋଇଥିବା ବେଳେ ଦେଶରକ୍ଷା ଦିଗରେ ଅଭୂତ ପୂର୍ବ ସାହସ ଦେଖାଇ ଲୈାହ ମାନବୀ ଭାବେ ସେ ପରିଚିତ ହୋଇଥିଲେ। ଉମେଶ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଥମେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଓ ପରେ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ଫଟୋଚିତ୍ରରେ ସାମୁହିକ ମାଲ୍ୟାର୍ପଣ କରାଯିବା ପରେ ସଭା ଆରମ୍ଭ ହୋଇଥିଲା।

Next Post

ସମବାୟ ବ୍ୟାବସ୍ଥା ଦିଗହରା, ପ୍ରହଶନ ପାଲଟିଛି ଜିଲା ସ୍ତରୀୟ ସମବାୟ ସପ୍ତା ପାଳନ

Fri Nov 21 , 2025
ଦେରାବିଶ ୨୧/୧୧ ଲୋକମତ ବ୍ୟୁରୋ-କୃଷି ଭିତିକ ସେବା, ଋଣ ପ୍ରଦାନ, ଜୀବିକା ସହାୟତା କ୍ଷେତ୍ରରେ ସମବାୟ ଅନୁଷ୍ଠାନର ଉଲ୍ଲେଖନୀୟ ଅବଦାନ ରହିଛି । ସମବାୟ ଅନୁଷ୍ଠାନକୁ ଆର୍ଥିକ ଭାବେ ଆତ୍ମନିର୍ଭର କରିବା ସହ ଏହି ନୀତି ଓଡ଼ିଶାର ସମବାୟ ଆନ୍ଦୋଳନକୁ ଅଧିକ କ୍ରିୟାଶୀଳ ଓ ଡିଜିଟାଲ୍ ଭାବେ ସଶକ୍ତ କରିବା ପାଇଁ ଭାଜପା ସରକାରଙ୍କ ଦ୍ୱାରା ପ୍ରଚେଷ୍ଠା ଜାରି ରହିଛି । ଏହା ଫଳରେ ୨୦୪୭ ସୁଦ୍ଧା ବିକଶିତ ଭାରତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading