ବିପ୍ଲବୀ ଆନନ୍ଦ ଜେନା ସ୍ମୃତି କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି

blank
କେନ୍ଦ୍ରାପଡ଼ା,୯ା୧:ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ବଡହାଟସ୍ଥିତ ବିଶିଷ୍ଟ ଶିକ୍ଷାବିତ ହୃଷିକେଶ ସିଂହଙ୍କ ଧର୍ମପତ୍ନୀ ସ୍ୱର୍ଗତା ସତ୍ୟଭାମା ସିଂହଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସ୍ମୃତି କମିଟି ସଭାପତି ବରିଷ୍ଠ ଆଇନଜୀବୀ ବିଚିତ୍ରାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସଞ୍ଜୟ କୁମାର ଜେନା, ବରିଷ୍ଠ ଆଇନଜୀବୀ ଗଗନବିହାରୀ ଜେନା, ନିରଞ୍ଜନ ମେକାପ, ସଂଗଠନ ସମ୍ପାଦକ ମୁକ୍ତାର ଖାଁ, ରଞ୍ଜିତ ସିଂହ, ଗୋଲଖ ପରିଡା, ଶ୍ରୀଧର ବେହେରା, ହରିପ୍ରସାଦ କର, କ୍ଷିରୋଦ କୁମାର ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତା ସିଂହଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟପ୍ରିୟ ଦାସ, ସୁଲତାନା ବେଗମ, ଜିଲ୍ଲା ଓକିଲ ସଙ୍ଘ ଉପସଭାପତି ହାଡିବନ୍ଧୁ ସିଂହ, ପୁନମ ସାହୁ, ରଣଧୀର ଜେନା, ଧରଣୀଧର ସାହୁ, ଧିରେନ୍ଦ୍ର ଦାସ, ରବୀୟା ଫିରଦୋସ, ସେକ ସୈାକତ ଖାଁ, ଆଶିଷ ସେନାପତି, ଜ୍ୟୋତିପ୍ରକାଶ ନାୟକ, ପ୍ରଦୀପ୍ତ ସିଂ, ନରେନ୍ଦ୍ର ମଲ୍ଲିକ, ମହେଶ୍ୱର ବେହେରା ପ୍ରମୁଖ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ବୈଠକରେ ଆସନ୍ତା ୨୭ତାରିଖରେ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ତିରୋଧାନ ଦିବସ ଅବସରରେ ଆନନ୍ଦମାର୍ଗସ୍ଥିତ ବିପ୍ଲବୀଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ସାମୁହିକ ମାଲ୍ୟାର୍ପଣ କରାଯିବାକୁ ସ୍ଥିର କରାଯାଇଛି।

Next Post

ଦାଣ୍ଡିସାହି ପିଏମଶ୍ରୀ ଜୟହିନ୍ଦ ହାଇସ୍କୁଲ ବାର୍ଷିକ ଉତ୍ସଵ

Fri Jan 9 , 2026
ପଟ୍ଟାମୁଣ୍ଡାଇ ତା୯/୧ – ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଦାଣ୍ଡିସାହି ପିଏମଶ୍ରୀ ଜୟହିନ୍ଦ ହାଇସ୍କୁଲର ୬୪ତମ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ମନୋଜ୍ଞ ଉତ୍ସବରେ ପୂର୍ବତନ ପ୍ରଧାନଶିକ୍ଷକ ଶିକ୍ଷାବିତ ରଂଜିତ ମଲ୍ଲିକ ମୁଖ୍ୟ ଅତିଥି, ବ୍ରାହ୍ମଣୀ କଲେଜ ଓଡ଼ିଆ ଅଧ୍ୟାପକ ମନୋରଞ୍ଜନ ସାହୁ ମୁଖ୍ୟବକ୍ତା ଚୌଦକୁଲାଟ ଫାଣ୍ଡି ଅଧିକାରୀ ନୃସିଂହ ମହାନ୍ତି,ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଅଧକ୍ଷ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading