ସଂଶୋଧିତ ପାଠ୍ୟପୁସ୍ତକ ଦାବିକଲା ଇସ୍କଫ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର

blank
କେନ୍ଦ୍ରାପଡ଼ା,୨୦ା୬:ଏସ୍‌.ସି.ଇ.ଆର.ଟି ଦ୍ୱାରା ରାଜ୍ୟର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଇଥିବା ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ଶିକ୍ଷକମାନେ ସଂଶୋଧନ କରି ପଢ଼ାଇବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଦିଆଯାଥିବା ନିର୍ଦ୍ଦେଶକୁ ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସଂଘ ଅତ୍ୟନ୍ତ ଦାୟିତ୍ୱହୀନ ଓ ଅପରିଣାମୀ ଦର୍ଶାଇ ଘୋର ନିନ୍ଦା କରିଛି। ପ୍ରାଥମିକ ଓ ପ୍ରାକ୍‌-ପ୍ରସ୍ତୁତି ସ୍ତରର କୋମଳମତି ପିଲାମାନଙ୍କୁ ଏପରି ତ୍ରୁଟିପୂର୍ଣ୍ଣ ପୁସ୍ତକ ଶିକ୍ଷକମାନେ ସଂଶୋଧିତ କରି ପଢ଼ାଇବା ଗୁଣାତ୍ମକ ଶିକ୍ଷା ପାଇଁ ଥିବା ଶିକ୍ଷା ଅଧିକାର ଆଇନ – ୨୦୦୯ର ଖୋଲା ଉଲଂଘନ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଗୋଟିଏ ନିମ୍ନ ମାନର ଜୋତା ପାଇଁ ସମୁଦାୟ ଜୋତାକୁ ନଷ୍ଟ କରିଦେଇଥିବା ଉତ୍କଳ ଗୌରବ ମଧୁବାବୁଙ୍କ ଠାରୁ ଉଦାହରଣ ଗ୍ରହଣ କରି ସମୁଦାୟ ପାଠ୍ୟପୁସ୍ତକ ଫେରାଇ ନେଇ ନୂତନ ପୁସ୍ତକ ତୁରନ୍ତ ଯୋଗାଇ ଦେବାକୁ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚାରି ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ନବକ୍ରୁଷ୍ଣ ଜେନାଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯିବା ସମୟରେ ସଂଘର ଜିଲ୍ଲା ସଭାପତି ଡ. ବାସୁଦେବ ଦାସ ଓ ସମ୍ପାଦକ ଆଦିକନ୍ଦ ରାଉଳଙ୍କ ସମେତ ଅଧ୍ୟାପକ ଅଜୟ ସାମଲ, ଅବନ୍ତୀ ବେହେରା, ଶୈଳବାଳା ସାମଲ, ରମଣୀରଞ୍ଜନ ରାଉତରାୟ, ଗୟାଧର ଧଳ, ମହେନ୍ଦ୍ର ପଟ୍ଟନାୟକ, ରଣଧୀର ଜେନା, ପ୍ରତାପ ଚନ୍ଦ୍ର ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

Next Post

ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ସ୍ତରୀୟ ଜୈବିକ କୃଷି କର୍ମଶାଳା

Sat Jun 20 , 2026
କେନ୍ଦ୍ରାପଡ଼ା,୨୦ା୬:ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମର ତୃତୀୟ ତଥା ଅନ୍ତିମ ଦିବସରେ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଏକ ଜିଲ୍ଲାସ୍ତରୀୟ ଜୈବିକ କୃଷି କର୍ମଶାଳା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ସୁରେଶ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଜୈବିକ କୃଷିର ମୂଳ ଧାରଣା ଓ ଗୁରୁତ୍ୱ, ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା, ଜୈବିକ ସାର ଓ ଜୈବ କୀଟନାଶକର ବ୍ୟବହାର, ଜୈବିକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading