ପଟ୍ଟାମୁଣ୍ଡାଇ ୯/୬ – ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଅବସରରେ ହାଇସ୍କୁଲ ଖେଳ ପଡିଆ ପାର୍ଶ୍ୱରେ ଥିବା ଗୋବରୀ ନଦୀ କୂଳରେ ବୃକ୍ଷ ରୋପଣ କରାଯାଇଥିଲା । ପୁରାତନ ଛାତ୍ର ସଂସଦ ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡାଙ୍କ ନେତୃତ୍ୱରେ ଉପଦେଷ୍ଟା ପ୍ରଫେସର ଅନିରୁଦ୍ଧ ରାଉଳ, ପ୍ରଫେସର କୈଳାଶ ଚନ୍ଦ୍ର ପାତ୍ର, ପ୍ରଫେସର ରମେଶ ଚନ୍ଦ୍ର ଜେନା, ପ୍ରଫେସର ଭରତ ଚନ୍ଦ୍ର ପାତ୍ର, କାର୍ଯ୍ୟକାରୀ ସଭାପତି ସଚିନନ୍ଦନ ଦାସ,ଉପସଭାପତି ବିଜୟ ସାହୁ ଓ ରାଜେନ୍ଦ୍ର ବର୍ମା ସମ୍ପାଦକ କଣ୍ଡୁରି ଚରଣ ସ୍ୱାଇଁ, କୋଷାଧ୍ୟକ୍ଷ ଆଡଭୋକେଟ ଗୋପୀନାଥ ତ୍ରିପାଠୀ, କାଉନସିଲର ଗୋପୀବଲ୍ଲଭ ନାୟକ, ଚିତ୍ରଶିଳ୍ପୀ ରାଜେନ୍ଦ୍ର କୁମାର ଦାଶ ଓ ରମେଶ ଦେ,ଇଂ ତପନ କୁମାର ପାତ୍ର, ଶିଶିର ମଲ୍ଲିକ, କବି ବ୍ରଜ ସୁନ୍ଦର ସାହୁ, ଯୋଗ ଗୁରୁ ନଟବର ସେଠୀ ପ୍ରମୁଖ ଯୋଗ ଦେଇ ହାଇସ୍କୁଲ ଖେଳ ପଡିଆ ପାର୍ଶ୍ୱରେ ଗୋବରୀ ନଦୀ କୂଳରେ ବର,ଅଶ୍ୱସ୍ତ ଆକାଶିଆ ଇତ୍ୟାଦି ଚାରା ରୋପଣ କରିଥିଲେ ।
Discover more from Lokamata Odisha
Subscribe to get the latest posts sent to your email.