ପଟ୍ଟାମୁଣ୍ଡାଇ ଏମ.ଏନ ହାଇସ୍କୁଲ ୮୩ତମ ପ୍ରତିଷ୍ଠା ଦିବସ

 

blank
ପଟ୍ଟାମୁଣ୍ଡାଇ ୧୪/୧ – ପଟ୍ଟାମୁଣ୍ଡାଇ ଅଚଂଳର ସର୍ବପୁରାତନ ଗୌରବମୟ ସରକାରୀ ଶିକ୍ଷାନୁଷ୍ଠାନ ଏମ.ଏନ ହାଇସ୍କୁଲର ୮୩ତମ ପ୍ରତିଷ୍ଠା ଦିବସ ପୁରାତନ ଛାତ୍ରସଂସଦ ପକ୍ଷରୁ ପାଳିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦ ସଭାପତି ସଚିନନ୍ଦନ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ପୁରାତନ ଛାତ୍ର ସଂସଦ ଉପଦେଷ୍ଟା ପ୍ର-ଦୁର୍ଯ୍ୟଧନ ପରିଡା, ଭରତ ଚନ୍ଦ୍ର ପାତ୍ର, କୈଲାସ ଚନ୍ଦ୍ର ପାତ୍ର, ସମ୍ପାଦକ ପୂର୍ବତନ ପ୍ରଧାନଶିକ୍ଷକ କଣ୍ଡୁରି ଚରଣ ସ୍ୱାଇଁ, କୋଷାଧ୍ୟକ୍ଷ ଗୋପୀନାଥ ତ୍ରିପାଠୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତପନ ଦାଶ, ବିଜୟ ସାହୁ, ଇଂ ତପନ ପାତ୍ର, ରାଜେନ୍ଦ୍ର ଦାଶ, ରମେଶ ଦେ, ସଂଜୟ ବର୍ମ. ଗୋମତୀ ସ୍ୱାଇଁ, ଅନୀତା ଧଳ, ଶୁଭଶ୍ମିତା ବେହେରା ଓ ଅଭିଶେଖ ବେହେରା ସମେତ ପୁରାତନ ଛାତ୍ରୀଛାତ୍ରୀ ଓ ଶିକ୍ଷୟିତ୍ରୀଶିକ୍ଷକ ଯୋଗଦାନ କରି ଏହି ପୁରାତନ ଶିକ୍ଷାନୁଷ୍ଠାନ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟର ଗୌରବମୟ ଇତିହାସ ବିଷୟରେ ଆଲୋକପାତ କରିବା ସହିତ ବିଦ୍ୟାଳୟ ପ୍ରତିଷ୍ଠାତା ସଦସ୍ୟ ମାନଙ୍କୁ କୃତଜ୍ଞତା ଜଣାଇଥିଲେ । ପୁରାତନ ଛାତ୍ରୀଛାତ୍ର ଭାବରେ ଉକ୍ତ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ । ସଭା ପ୍ରାରମ୍ଭରେ ଜଗତରନାଥ ଜଗନ୍ନାଥଙ୍କୁ ପୂର୍ଜାଚନା ଅର୍ପଣ ପରେ ବିଦ୍ୟାଳୟର ପ୍ରତିଷ୍ଠାତା ଦିବପ୍ସଗତ ମନ୍ମଥନାଥ ମିତ୍ରଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ଇହଲୀଳା ସମ୍ବରଣ କରିଥିଲେ । ଶେଷରେ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଅଶୋକ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Next Post

ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳନ

Thu Jan 15 , 2026
କେନ୍ଦ୍ରାପଡ଼ା,୧୫ା୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମ ପଞ୍ଚାୟତ ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ସ୍ୱାମୀ ବିବେକାନ୍ଦଙ୍କର ୧୬୩ ତମ ଜୟନ୍ତୀ ପଞ୍ଚାୟତର ସଭାଗୃହରେ ଶିକ୍ଷାବିତ ବ୍ରଜ କିଶୋର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ପାଳନ ହୋଇଯାଇଛି । ଉକ୍ତ ଉତ୍ସବରେ ଡଃ ସର୍ବେଶ୍ୱର ସେଣ ମୁଖ୍ୟ ଅତିଥି ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥ ମୁଖ୍ୟ ବକ୍ତା ଭ୍ରମରବର ନନ୍ଦ ସମ୍ମାନନୀୟ ଅତିଥି ଭାବେ ଯୋଗଦାନ କରିଥିଲେ । ଜୟନ୍ତୀ ସଂଯୋଜକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading