ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନରେ କେନ୍ଦ୍ରାପଡା ଜିଲ୍ଲା କନ୍‌ଭେନସନ

blank
କେନ୍ଦ୍ରାପଡା,୬ା୧୨: ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନରେ ଜିଲ୍ଲା କନଭେନସନ ଦୁହୁରିଆ ସ୍ଥିତ ଶିକ୍ଷକ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ଓଷ୍ଟା ସଭାପତି ଅଶୋକ କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଅଛି । ପ୍ରାରମ୍ଭରେ ଜିଲ୍ଲା ଓଷ୍ଟା ସମ୍ପାଦକ ଭଗବାନ ସାହୁ କନଭେନସନର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ରାଜ୍ୟ ସମ୍ପାଦକ ପ୍ରଣବ କୁମାର ଜେନା ଶିକ୍ଷକମାନଙ୍କର ବିଭିନ୍ନ ସମସ୍ୟା ବିଭିନ୍ନ ସମସ୍ୟା ଉପରେ ଆଲୋଚନା ପୂର୍ବକ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ଆଲୋକ ପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘ ସଭାପତି ରମେଶ ଚନ୍ଦ୍ର ସାହୁ, ଅଣଅନୁଦାପ୍ରାପ୍ତ ବିଦ୍ୟାଳୟ ଶିକ୍ଷକ ନେତା ପଙ୍କଜ କୁମାର ବେହୁରା, ମାର୍ଶାଘାଇ ବ୍ଲକ ସମ୍ପାଦକ ପ୍ରଶନ୍ନ କୁମାର ପରିଡା, ମହାକାଳପଡା ବ୍ଲକ ସମ୍ପାଦକ ରଘୁନାଥ ଦାସ, କେନ୍ଦ୍ରାପଡା ବ୍ଲକ ସଭାପତି ତପନ କୁମାର ଦାସ, ସମ୍ପାଦକ ନାରାୟଣ ପଣ୍ଡା, ପଟ୍ଟାମୁଣ୍ଡାଇ ବ୍ଲକ ସମ୍ପାଦକ ଅକ୍ଷୟ କୁମାର ମହାନ୍ତି, ଜିଲ୍ଲା ଯୁଗ୍ମ ସମ୍ପାଦିକା ସରୋିନି ସ୍ୱାଇଁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ କୁମାର ବରାଳ, ମହେଶ୍ୱର ସାହୁ, ବିଶ୍ୱଜିତ ଦାସ, ମଧୁଚ୍ଛନ୍ଦା ଶର୍ମା, ନିମାଇ ଚରଣ ରାଉତ, ରବିନ୍ଦ୍ର କୁମାର ସ୍ୱାଇଁ, ଶିକ୍ଷକ ନେତା ଲକ୍ଷ୍ମୀକାନ୍ତ ବେହେରା, ଶାନ୍ତନୁ କୁମାର ବିଶ୍ୱାଳ, ମଳୟ କୁମାର ଦାସ, ଉମାକାନ୍ତ ଦାସ ପ୍ରମୁଖ ନିନଜନିଜର କ୍ଷୋଭ ପ୍ରକାଶ ପୂର୍ବକ ମୁଖ୍ୟମନ୍ତ୍ରୀ ପବିତ୍ର ବିଧାନ ସଭାରେ ରଖିଥିବା ବିବୃତ୍ତି ପରିବର୍ତ୍ତନ କରି ଶିକ୍ଷକ, କର୍ମଚାରୀମାନଙ୍କ ସମସ୍ୟା ସମାଧାନ ପାଇଁ ୬ସାମ ପରିବର୍ତ୍ତେ ଏକ ମାସ ମଧ୍ୟରେ ସମାଧାନ କରନ୍ତୁ ବୋଲି ଅନୁରୋଧ କରିଛନ୍ତି । ସମ୍ପାଦକ ଭଗବାନ ସାହୁ ରାଜ୍ୟ ସଂଘ ଆହ୍ୱାନରେ ଆସନ୍ତା ୧୦ତାରିଖ ଗାନ୍ଧୀ ମାର୍ଗରେ ଆହୁତ ମହାସମାବେଶରେ କେନ୍ଦ୍ରାପଡା ଜିଲ୍ଲାରୁ ଏକ ହଜାରରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷିକା କର୍ମଚାରୀମାନେ ଯୋଗଦେବେ ବୋଲି କହିଛନ୍ତି । ଏହି ଗୁଡିକ ହେଲା ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ, ମହାବିଦ୍ୟାଳୟର ଶିକ୍ଷକ/ଶିକ୍ଷିକା, କର୍ମଚାରୀମାନଙ୍କୁ ଅବସରକାଳିନ ସୁବିଧା ସୁଯୋଗ ପେନସନ ପ୍ରଦାନ, ଅଣଅନୁଦାନ ପ୍ରାପ୍ତ ବିଦ୍ୟାଳୟମାନଙ୍କୁ ଅନୁଦାନ ପ୍ରଦାନ, ୨୦୦୪ରୁ ୨୦୧୩ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକ/ଶିକ୍ଷିକାମାନଙ୍କୁ ୬ଟି ନେସନାଲ ଇନକ୍ରିମେଣ୍ଟ ପ୍ରଦାନ ସହ ବରିଷ୍ଠତା ପ୍ରଦାନ, ଗ୍ରେଡ ପେରେ ଥିବା ଅସଙ୍ଗତି ଦୂରୀକରଣ, ଅବସର ବୟସ ୬୦ରୁ ୬୨ବର୍ଷକୁ ବୃଦ୍ଧି ।

Next Post

ଆମ୍ବେଦକରଙ୍କ ୭୦ ତମ ମହାପରାୟଣ ଦିବସ

Sat Dec 6 , 2025
ପଟ୍ଟାମୁଣ୍ଡାଇ ୬/୧୨ -ପଟ୍ଟାମୁଣ୍ଡାଇ ଆମ୍ବେଦକର ସ୍ମୃତି ସଂସଦ ପକ୍ଷରୁ ସମ୍ବିଧାନ ପ୍ରଣେତା ଭି ଆର ଆମ୍ବେଦକରଙ୍କ ୭୦ତମ ମହାପରାୟଣ ଦିବସ ପାଳିତ ହୋଇଯାଇଛି । ସ୍ମୃତି ସଂସଦ ସଭାପତି ବାରେଣୀ ସେଠୀଙ୍କ ପୌରହିତ୍ୟରେ ସ୍ଥାନୀୟ ବାଇପାସ ଠାରେ ଆୟୋଜିତ ସ୍ମୃତି ସଭାରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ଷ୍ଟେଟବ୍ୟାଙ୍କ ଶାଖା ପରିଚାଳକ ଅଶୋକ ରାଉତ, ଆଦର୍ଶ ଥାନା ଅଧିକାରୀଣୀ ବନ୍ଦନା ପାତ୍ର ସଂଖ୍ୟାଲଘୁ ସେଲରୁ ରିଜଓାନ ବେଗମ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading