ସାଂସଦ ଖେଳ ମହୋତ୍ସବ ୨୦୨୫ , ବ୍ଲକ ସ୍ତରୀୟ ଖେଳ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି

blank
କେନ୍ଦ୍ରାପଡ଼ା,୨ା୧୨:ସାଂସଦ ଖେଳ ମହୋତ୍ସବ ଅବସରରେ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲାପାଳ ରଘୁରାମ ଆର,ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡ଼ା ପ୍ରତିଯୋଗିତା ଡ଼ିସେମ୍ବର ୬ ଓ ୮ ତାରିଖରେ ଆଳି ବିଧାନସଭା ଅନ୍ତର୍ଗତ ତେଲିପାଟଣା ଖେଳପଡିଆରେ ଅନୁଷ୍ଠିତ ହେବ। ସେହିପରି ଡ଼ିସେମ୍ବର ୬ ଓ ୮ରେ ରାଜକନିକା ବ୍ଲକ ଅନ୍ତର୍ଗତ ରାଜକନିକା ପୋଲିସ ଖେଳ ପଡିଆ, ରାଜନଗର ବିଧାନସଭା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ ଏମ. ଏନ. ହାଇସ୍କୁଲ ଖେଳ ପଡିଆ ଡ଼ିସେମ୍ବର ୫ ଓ ୬ , ରାଜନଗର ବ୍ଲକ -ଖମାରସାହି ଗ୍ରାମପଞ୍ଚାୟତ ଖେଳ ପଡିଆ ଡ଼ିସେମ୍ବର ୬ ଓ ୮, କେନ୍ଦ୍ରାପଡ଼ା ବିଧାନସଭା କେନ୍ଦ୍ରାପଡ଼ା ବ୍ଲକ ଜଝାଙ୍ଗ ଖେଳ ପଡିଆ ଡ଼ିସେମ୍ବର ୫ ଓ ୬, ମହାକାଳପଡା ବିଧାନସଭା ମହାକାଳପଡ଼ା ବ୍ଲକ ଛେରାକନୀ ଖେଳ ପଡିଆ ଡ଼ିସେମ୍ବର ୫ ଓ ୬ରେ ଅନୁଷ୍ଠିତ ହେବ। ଅନୁରୂପ ଭାବେ ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ମିନି ଷ୍ଟାଡିୟମରେ ଡ଼ିସେମ୍ବର ୪ ଓ ୫, ପାଟକୁରା ବିଧାନସଭା ଅନ୍ତର୍ଗତ ଡେରାବିଶ ବ୍ଲକ ଡେରାବିଶ ହାଇସ୍କୁଲ ଖେଳ ପଡିଆରେ ଡ଼ିସେମ୍ବର ୫ ଓ ୬, ଗରଦପୁର ବ୍ଲକ ଅନ୍ତର୍ଗତ କୋରୁଆ ହାଇସ୍କୁଲ ଖେଳ ପଡିଆରେ ଡ଼ିସେମ୍ବର ୩ ଓ ୪ରେ ଅନୁଷ୍ଠିତ ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହି ପ୍ରସ୍ତୁତି ବୈଠକରେ ଉପଜିଲାପାଳ ଅରୁଣ କୁମାର ନାୟକ, ବିଜେପି ଜିଲା ସଭାପତି ଶଶାଙ୍ଖ ଶେଖର ସେଠୀ, ରାଜ୍ୟ ସଂଖ୍ୟାଲଘୁ ସେଲ ଉପସଭାପତି ସଲିମ ଖାନ୍‌, କିଶୋର କୁମାର ପଣ୍ଡା, ସୁନାକର ବେହେରା, ମହିମାନନ୍ଦ ସ୍ୱାଇଁ, ଜିଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ, ଅଭିମନ୍ୟୁ ଗୋଚ୍ଛାୟତ, ଧ୍ରୁବ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Next Post

आज का समाज , सोशियाल मीडिया

Tue Dec 2 , 2025
हमारे देश में कुल आबादी के 80 परसेंट लोग अब मोबाइल फ़ोन इस्तेमाल करते हैं। जिसमें से करीब 40 से 45 परसेंट लोग इंटरनेट से जुड़े हैं। करीब 32 परसेंट लोग सोशल मीडिया इस्तेमाल करते हैं। इससे अंदाज़ा लगाया जा सकता है कि हमारे आज के समाज में सोसियाल मीडिया […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading