କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ କୃତିତ୍ୱ

blank
କେନ୍ଦ୍ରାପଡ଼ା,୨୯ା୪: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ୬ଜଣ ଛାତ୍ରଛାତ୍ରୀ ଏବଂ ପଦାର୍ଥ ବିଜ୍ଞାନର ଜଣେ ଛାତ୍ର ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ ଅଧିନସ୍ତ ଆନ୍ତର୍ଜାତୀୟ ଫାଇନାନସିଆଲ ଟେକନୋଲୋଜି ନେଟୱାର୍କ ଦ୍ୱାରା ପ୍ରଦତ୍ତ ସାର୍ଟିଫିକେଟ ଇନ ଫିନ୍ଟେକ ଆଣ୍ଡ ଇନସରଟେକ କୋର୍ସ ପାଇଁ ମନୋନୀତ ହୋଇଛନ୍ତି। ସାରା ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଲିଖିତ ପରୀକ୍ଷା ମାଧ୍ୟମରେ ଯୋଗ୍ୟତା ଅର୍ଜ୍ଜନ କରିଛନ୍ତି। ଏହି କୋର୍ସ ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ। ଏହି ସଫଳତାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଶାନ୍ତନୁ କୁମାର ଜେନା ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ସମସ୍ତ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ବାଣିଜ୍ୟ ବିଭାଗ ଅଧ୍ୟାପକ ବିକାଶ କୁମାର ନାୟକଙ୍କ ତତ୍ୱାବଧାନରେ ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ।

Next Post

ଭାଷା ଓ ସାହିତ୍ୟ ଉପରେ ଗର୍ବ ହିଁ ଜାତିପ୍ରେମ , ସାହିତ୍ୟ ଭୂମି ପତ୍ରିକା ଉନ୍ମୋଚିତ

Wed Apr 29 , 2026
ପଟ୍ଟାମୁଣ୍ଡାଇ ୨୯/୪ -ଭାଷା ଓ ସାହିତ୍ୟ ହେଉଛି ଗୋଟିଏ ଜାତିର ପ୍ରାଣ, ସ୍ୱାଭିମାନ ଓ ପରିଚୟର ମୂଳଦୁଆ ।ଏହା କେବଳ ଭାବ ବିନିମୟର ମାଧ୍ୟମ ନୁହେଁ, ବରଂ ଜାତିର ଐତିହ୍ୟ, ସଂସ୍କୃତି ଓ ସଭ୍ୟତାକୁ ବଂଚାଇ ରଖେ । ସମୃଦ୍ଧ ସାହିତ୍ୟ ଜାତିର ଚିନ୍ତାଧାରା ଓ ଉନ୍ନତିକୁ ପ୍ରତିଫଳିତ କରେ, ଏବଂ ଭାଷା ହିଁ ଜାତିର ସ୍ୱତନ୍ତ୍ର ଅସ୍ତିତ୍ୱକୁ ସୁଦୃଢ଼ କରି ସ୍ୱତନ୍ତ୍ର ପରିଚୟ ପ୍ରଦାନ କରେ । ଭାଷା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading