
ପଟ୍ଟାମୁଣ୍ଡାଇ ୨୮/୭ – ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ସାନଜରିଆ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ବିଶ୍ୱ ଯକୃତ ଦିବସ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସ୍ୱାସ୍ଥ୍ୟକର୍ମୀ ଓ ବିଶେଷଜ୍ଞମାନେ ଯୋଗଦେଇ ଯକୃତକୁ ସୁସ୍ଥ ରଖିବା ପାଇଁ ଜୀବନଶୈଳୀରେ ପରିବର୍ତନ ଓ ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଅତ୍ୟଧିକ ମଦ୍ୟପାନ, ଅସନ୍ତୁଳିତ ଆହାର, ଓଜନ ବୃଦ୍ଧି ଏବଂ ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ଯକୃତ ଜନିତ ରୋଗ ବଢ଼ୁଥିବା ନେଇ ଆଲୋଚନା କରାଯାଇଥିଲା।ଏହି ସଚେତନତା କାର୍ଯ୍ୟକ୍ରମରେ ସାନଜରିଆ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଚିକିତ୍ସା ଅଧିକାରୀ ଡ଼ା ପ୍ରଦୀପ କୁମାର ଚମ୍ପତି ଯୋଗ ଦେଇ ରୋଗର ଲକ୍ଷଣ , କାରଣ ଓ ନିରାକରଣ ଉପରେ ଆଲୋକପାତ କରିଥିବା ବେଳେ ଡାକ୍ତରଖାନାର ବରିଷ୍ଠ ଫାର୍ମାସୀ ପ୍ରଭାତ ରଞ୍ଜନ ଦାସ, ଲାବ୍ ଅଫିସର ରଜନୀକାନ୍ତ ସୂତାର, ନର୍ସିଂ ଅଫିସର ସାଗରିକା ବେହେରା, କାର୍ତିକ ପରିଡ଼ା, ମହେଶ୍ୱର ଦାସ , ମନୋରଞ୍ଜନ ସୂତାର ,ସୁଶାନ୍ତ ଦେବତା, ସରୋଜ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରି ଥିଲେ।
