ଭିଜିଲାନ୍ସ ଜାଲରେ ଜଳସେଚନ ଯନ୍ତ୍ରୀ

blank

କେନ୍ଦ୍ରାପଡ଼ା,୭ା୩:ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ସବଡିଭିଜନର ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କୁ ଭିଜିଲାନ୍ସ ଧରିଛି। ଦୁଇଜଣ ଅତିରିକ୍ତ ଏସପି, ୯ଜଣ ଡିଏସପି ଓ ୯ଜଣ ଇନସପେକ୍ଟରଙ୍କ ସମେତ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ତାଙ୍କର ବିଭିନ୍ନ ସ୍ଥାନରେ ଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଉପରେ ଚଢାଉ କରିଛନ୍ତି। ତାଙ୍କର ଭୁବନେଶ୍ୱର ବାଲିଅନ୍ତାରେ ଥିବା ୪ମହଲା କୋଠା, କଟକ ଚୈାଦ୍ୱାରରେ ଥିବା ଦୁଇ ମହଲା କୋଠା ସହିତ ବାଙ୍କିରେ ଥିବା ପୈତୃକ ଘର, ଭଦ୍ରକର ବୁଡାଙ୍ଗରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର, ଡେରାବିଶରେ ଥିବା ତାଙ୍କ କାର୍ଯ୍ୟାଳୟ ଓ ଅସ୍ଥାୟୀ ବାସଭବନ, ଢେଙ୍କାନାଳରେ ଥିବା ସମ୍ପର୍କୀୟଙ୍କ ବାସଭବନ, ପଟିଆରେ ଥିବା ସମ୍ପର୍କୀୟଙ୍କ ବାସଭବନ ଉପରେ ଏକାସଙ୍ଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଶ୍ରୀ ରାୟଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଡେରାବିଶରୁ ଧରିବା ପରେ କଟକ ଭିଜିଲାନ୍ସ ଏସପିଙ୍କ କାର୍ଯ୍ୟାଳୟକୁ ନେଇଯାଇଛନ୍ତି।

Next Post

ଆତ୍ମନିର୍ଭରଶୀଳ ପାଇଁ ଦାଦନ

Sat Mar 7 , 2026
ତୃଟିପୂର୍ଣ୍ଣ ଜଳପରିଚାଳନ ଯୋଗୁଁ କୃଷିକାର୍ଯ୍ୟ ବାଧା ମୌଳିକ ସୁବିଧାରୁ ବଂଚିତ ସାଧାରଣ ଲୋକେ   ପଟ୍ଟାମୁଣ୍ଡାଇ 7/3 -କେନ୍ଦ୍ର ସରକାର ୨୦୪୭ ସୁଦ୍ଧା ଭାରତକୁ ସମ୍ପୂର୍ଣ୍ଣ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସଂକଳ୍ପ ନେଇଛନ୍ତି । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଗାଁରୁ ସହରରେ ଆର୍ôଥକ ବିକାଶ କରି ବୃହତମ ଅର୍ଥନୀତିରେ ପରିଣତ କରିବା. ଭିତିଭୂମି-ଉନ୍ନତ ସଡ଼କ, ରେଳ, ଏବଂ ବିମାନବନ୍ଦର ନିର୍ମାଣ, ଶିକ୍ଷା ବ୍ୟବସ୍ଥାରେ ସଂସ୍କାର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading