ଦିଲ୍ଲୀ ବିଷ୍ପୋରଣ ପରେ କେନ୍ଦ୍ରାପଡା ପୋଲିସ ସଜାଗ , ଜିଲ୍ଲାରେ ହାଇ ଆଲର୍ଟ ଜାରି, ଆତଙ୍କୀଙ୍କ ପାଇଁ ସମୁଦ୍ର ପଥ ସହଜ

blank

କେନ୍ଦ୍ରାପଡ଼ା,୧୩ା୧୧: ଦିଲ୍ଲୀର ଲାଲକିଲ୍ଲା ଅଂଂଚଳରେ ହୋଇଥିବା ଭୟଙ୍କର ବିସ୍ଫୋରଣ ପରେ, ଓଡିଶା ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କତା ଅବଲମ୍ବନ କରିଛନ୍ତି। ଉପକୂଳ ଅଂଚଳରେ ସତର୍କ ସୂଚନା ଜାରି କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।ସେହିପରି କେନ୍ଦ୍ରାପଡ଼ା ଜିଲାରେ ହାଇ ଆଲର୍ଟ ଜାରି କରାଯାଇଛି। ମହାକାଳପଡ଼ା ଓ ରାଜନଗର ବ୍ଲକରେ ଥିବା ସାମୁଦ୍ରିକ ଥାନାଗୁଡିକୁ ଆଲର୍ଟ ଜାରି କରାଯାଇଛି ।ଜିଲ୍ଲାର ୧୬ଟି ଥାନା ଅଂଚଳରେ ସୋମବାର ସକାଳୁ ନାକାବନ୍ଦୀ ଆରମ୍ଭ ହୋଇଛି। ଯେଉଁମାନେ ସନ୍ଦେହଜନକ ଭାବେ ବୁଲାବୁଲି କରୁଛନ୍ତି ସେମାନଙ୍କୁ ସଂପୃକ୍ତ ଥାନା ଅଂଚଳରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ବିଶେଷ କରି ବିଭିନ୍ନ କାରଗୁଡିକୁ ଯାଂଚ କରାଯାଉଛି। କାରଣ ଦିଲ୍ଲୀରେ ଯେଉଁ ବିଷ୍ଫୋରଣ ଘଟିଛି ତାହା କାର ଦ୍ୱାରା ବିଷ୍ଫୋରଣ କରାଯାଇଛି। କାରରେ ଆତଙ୍କବାଦୀମାନେ ବିଷ୍ଫୋରକ ଦ୍ରବ୍ୟ ରଖି ବିଷ୍ଫୋରଣ କରିଛନ୍ତି। ତେଣୁ ସମାନ ତରିକାରେ ଆତଙ୍କୀମାନେ କାଳେ ଏଠାରେ ବିଷ୍ଫୋରଣ କରିବେ ତାହାକୁ ଆଖି ଆଗରେ ରଖି ଯାଞ୍ଚ କରାଯାଉଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ଶ୍ରୀବଳଦେବଜୀଉଙ୍କ ମନ୍ଦିର ନିକଟରେ ବୋମା ନିଷ୍କ୍ରିୟକାରୀ ଦଳ ଯାଞ୍ଚ କରିଛନ୍ତି। କାରଣ ମନ୍ଦିର ଭଳି ଯେଉଁ ସ୍ଥାନରେ ଜନଗହଳି ପୂର୍ଣ୍ଣ ରହିଛି ତାହାକୁ ଆତଙ୍କୀମାନେ ଟାର୍ଗେଟ୍ କରୁଛନ୍ତି। ତେଣୁ ମନ୍ଦିର ସମେତ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନଗୁଡିକରେ ବୋମା ନିଷ୍କ୍ରିୟକାରୀ ଦଳକୁ ମୁତୟନ କରାଯାଇଛି। କୌଣସି ଅନୁପ୍ରବେଶକାରୀଙ୍କ ଉପରେ ସନ୍ଦେହ ସୃଷ୍ଟି ହେଲେ ତାହାକୁ ଛଡା ଯିବ ନାହିଁ ବୋଲି ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ କହିଛନ୍ତି। ପୋଲିସ ଡିଜିଙ୍କ କାର୍ଯ୍ୟାଳୟରୁ ଏ ନେଇ ନିର୍ଦ୍ଦେଶ ଆସିବା ପରେ କେନ୍ଦ୍ରାପଡ଼ା ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆଙ୍କ ନେତୃତ୍ୱରେ ପୋଲିସ ଅଧିକାରୀମାନେ ନିଜ ନିଜ ଥାନା ଅଞ୍ଚଳରେ ଗାଡିମୋଟର ଯାଞ୍ଚ କରୁଛନ୍ତି। ଏହି ସମୟରେ କେତେକ ବ୍ୟକ୍ତିଙ୍କୁ ଥାନାକୁ ଅଣାଯାଇ ପଚରାଉଚରା କରାଯାଇଛି। ପୋଲିସ ଇନ୍ସପେକ୍ଟରମାନଙ୍କ ଛୁଟିକୁ ବାତିଲ କରିଦିଆଯାଇଛି। ଯେଉଁମାନେ ଛୁଟିରେ ଥିଲେ ସେମାନେ ସୋମବାର ସକାଳେ କାର୍ଯ୍ୟରେ ଯୋଗଦେଇଛନ୍ତି। ପୋଲିସ ଇନ୍ସପେକ୍ଟରମାନେ ନିଜ ଥାନା ଅଞ୍ଚଳରେ ସଜାଗ ରହିଛନ୍ତି। ଯେକୌଣସି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପୋଲିସ ବାହିନୀ ସଜାଗ ଅଛି। ଅପରପକ୍ଷରେ ମହାକାଳପଡ଼ା ଓ ରାଜନଗର ଦେଇ ଅନୁପ୍ରବେଶକାରୀ କେନ୍ଦ୍ରାପଡ଼ା ଜିଲ୍ଲାକୁ ପ୍ରବେଶ କରିବାର ଅଧିକ ଆଶଙ୍କା ରହିଛି। ଏହାର କାରଣ ହେଉଛି ଏହି ଦୁଇ ବ୍ଲକରେ ମୁକୁଳା ଜଳରାଶି ରହିଛି। ଏହି ଜଳରାଶି ବାଟେ ଅନୁପ୍ରବେଶକାରୀଙ୍କୁ ପ୍ରତିହତ କରିବା ପାଇଁ ପୋଲିସ ପକ୍ଷରୁ ସେପରି କିଛି ବ୍ୟବସ୍ଥା ନଥିବା ଜଣାପଡିଛି। ଯେଉଁ ଏକମାତ୍ର ସ୍ପିଡ ବୋଟ ରହିଛି ତାହାକୁ ଚଳାଇବା ପାଇଁ ପୋଲିସ ପାଖରେ ତେଲର ଅଭାବ ରହିଛି। ଏହାସହ ତାଳଚୁଆ, ତନ୍ତିଆପାଳ ଓ ଜମ୍ବୁ ସାମୁଦ୍ରିକ ଥାନାରେ ମଞ୍ଜୁରୀ ସଂଖ୍ୟା ଠାରୁ ଯଥେଷ୍ଟ କମ ସଂଖ୍ୟକ ପୋଲିସ କର୍ମଚାରୀ ଅଛନ୍ତି। ପୋଲିସ ନିକଟରେ ଅତ୍ୟାଧୂନିକ ଅସ୍ତ୍ରଶସ୍ତ ନାହିଁ। ତେଣୁ ଏହି ତିନୋଟି ଥାନା ଅଞ୍ଚଳରେ ଯେଉଁ ବିସ୍ତୀର୍ଣ୍ଣ ଜଳରାଶି ରହିଛି ସେଇ ବାଟ ଦେଇ ଆତଙ୍କୀ ପ୍ରବେଶ କରିବାର ଆଶଙ୍କା ଅଧିକ ରହିଛି ବୋଲି ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ କହିଛନ୍ତି।
ତାଙ୍କ କହିବା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲାର ସମ୍ବେଦନଶୀଳ ସ୍ଥାନ ହେଉଛି ଉପରୋକ୍ତ ତିନୋଟି ଥାନା ଅଞ୍ଚଳ। ସେହି ଥାନା ଅଞ୍ଚଳରେ ପୋଲିସ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ଉଚିତ। ପୋଲିସକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯିବା ଆବଶ୍ୟକ। ରାଜ୍ୟ ସରକାର ଏଥିପ୍ରତି ଅଧିକ ସମ୍ବେଦନଶୀଳ ହେବା ଉଚିତ। କିନ୍ତୁ ଏହି ୩ ଥାନାକୁ ଗୋଟିଏ ମାତ୍ର ସ୍ପିଡ ବୋଟ ଦିଆଯାଇଛି। ହେଲେ ଏହି ବୋଟ୍‌ଟି ଚାଲିବା ପାଇଁ ସରକାର ଯେତିକି ତେଲ ଦେଉଛନ୍ତି ତାହା ସମୁଦ୍ରକୁ ଶଙ୍ଖେ ଭଳି। ତେଣୁ ସରକାର ଓ ଗୃହ ବିଭାଗ ଏହି ତିନି ଥାନା ଅଞ୍ଚଳକୁ ଅଧିକ ଗୁରୁତ୍ୱ ଦେବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
ଜମ୍ବୁ ସାମୁଦ୍ରିକ ଥାନାଧିକାରୀ ସୌମ୍ୟରଞ୍ଜନ ବିଶ୍ୱାଳ କହିଛନ୍ତି ସମୁଦ୍ରରେ ପାଟ୍ରୋଲିଂ ଚାଲିଛି। ସମୁଦ୍ରରେ ଯେଉଁ ବୋଟଗୁଡିକ ଚଳପ୍ରଚଳ କରୁଛନ୍ତି ସେଗୁଡିକରେ ବିଷ୍ଫୋରକ ଥିବା ସନ୍ଦେହରେ ଯାଞ୍ଚ କରାଯାଇଛି। ସମୁଦ୍ରକୂଳ ଗ୍ରାମଗୁଡିକରେ ମଧ୍ୟ ଯାଞ୍ଚ କରାଯାଇଛି। ଚଳପ୍ରଚଳ କରୁଥିବା ଗାଡିମୋଟର ଗୁଡିକୁ ଯାଞ୍ଚ କରାଯାଇଛି। ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ କହିଛନ୍ତି କେନ୍ଦ୍ରାପଡ଼ା ପୋଲିସ ମୁଖ୍ୟାଳୟ ପକ୍ଷରୁ ସମସ୍ତ ଥାନାର ଅଧିକାରୀଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ସ୍ଥାନରେ ବମ ସ୍କ୍ୱାଡ ମୁତୟନ ହୋଇଛନ୍ତି। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଯାଞ୍ଚ କରାଯାଉଛି। ସାମୁଦ୍ରିକ ଥାନା ଅଞ୍ଚଳରେ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏଥିସହ ସ୍ପିଡ ବୋଟକୁ ପ୍ରସ୍ତୁତ କରି ରଖାଯାଇଛି। ସ୍ପିଡ୍ ବୋଟ ସମୁଦ୍ରରେ ପଇଁତରା ମାରୁଛି ବୋଲି ଏସ୍‌ପି କହିଛନ୍ତି।

Next Post

घुटनों के बल कतार में खड़े दिव्यांग , ब्लॉक स्तरीय भीमभोई दिव्यांग समर्थ शिविर में अव्यवस्थाएँ

Fri Nov 14 , 2025
भुवनेश्वर-केंद्रपड़ा ज़िले के पट्टामुंडई एमएन हाई स्कूल परिसर में शुक्रवार को ब्लॉक स्तरीय भीमभोई दिव्यांग सशक्तिकरण शिविर का आयोजन किया गया हे । स्कूल के अंदर डॉक्टर दिव्यांगों की नंबर अनुजाई भिन्न्ख्यम का पहचान कर रहे थे, लेकिन बाहर खोलमेला स्थान पर   नंबर दिया जा रहता ।  दिव्यांग लोगोने लाइन […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading