ମଇ ୧୦ରେ କେନ୍ଦ୍ରାପଡାରେ ରାଷ୍ଟ୍ରୀୟ ଲୋକଅଦାଲତ

blank
କେନ୍ଦ୍ରାପଡ଼ା,୨୧ା୪ : ଆସନ୍ତା ମଇମାସ ୧୦ତାରିଖରେ କେନ୍ଦ୍ରାପଡା ଜିଲ୍ଲାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାରେ ଥିବା ଜିଲ୍ଲା ଅଦାଲତ ସମେତ ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗରରେ ଥିବା ଅଦାଲତ ଗୁଡିକରେ ମଧ୍ୟ ଅନୁଷ୍ଠିତ ହେବ। ଜନସାଧାରଣଙ୍କୁ ବିନା ମୂଲ୍ୟରେ ଆଇନସେବା ଯୋଗାଇ ଦେବା ଲକ୍ଷ୍ୟରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଉଛି। ଏଥିରେ ସାଲିସ ଯୋଗ୍ୟ ଫୈାଜଦାରୀ ମାମଲା, ଚେକ ବାଉନ୍‌ସ ସମ୍ବନ୍ଧୀୟ ମାମଲା, ଟଙ୍କା ପୁନରୁଦ୍ଧାର ମାମଲା, ମୋଟରଯାନ ଦୂର୍ଘଟଣା ଜନିତ ମାମଲା, ଶ୍ରମବିବାଦ ଜନିତ ମାମଲା, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ ଦେୟ ଜନିତ ବିବାଦ(ସାଲିସ ବିହୀନ ବିବାଦକୁ ବାଦ ଦେଇ), ବୈବାହିକ ବିବାଦ(ବିବାହ ବିଛେଦ ବ୍ୟତିତ), ଉଚ୍ଚ ନ୍ୟାୟାଳୟ ଓ ଦେୱାନୀ ଅଦାଲତରେ ଥିବା ଜମି ଅଧିଗ୍ରହଣ ମାମଲା, ଚାକିରୀ ସମ୍ବଦ୍ଧୀୟ ଅବସରକାଳୀନ ପ୍ରାପ୍ୟ ସହିତ ମାମଲା, ଉଚ୍ଚ ନ୍ୟାୟାଳୟ ଓ ଦେୱାନୀ ଅଦାଲତରେ ଥିବା ରାଜସ୍ୱ ମାମଲା, ଅନ୍ୟାନ୍ୟ ଦେୱାନୀ ମାମଲା(ଭଡା, ସହଜ ଅଧିକାର ନିର୍ଦ୍ଦିଷ୍ଟ କାର୍ଯ୍ୟଦକ୍ଷତା ସୁଟ, ନିର୍ଦ୍ଦେଶକ ସୁଟ), ଖାଉଟି ବିବାଦ ଓ ଅନ୍ୟାନ୍ୟ ଫୈାଜଦାରୀ ମାମଲା ଗୁଡିକର ଫଇସଲା ହେବ। ଏଥିସହିତ ଅଦାଲତରେ ଦାୟର ହୋଇନଥିବା ମାମଲା ଯଥା ଚେକ ବାଉନ୍‌ସ ସମ୍ବନ୍ଧୀୟ ମାମଲା, ଟଙ୍କା ପୁନରୁଦ୍ଧାର ମାମଲା, ଶ୍ରମବିବାଦ ଜନିତ ମାମଲା, ସ୍ଥାୟୀ ଲୋକ ଅଦାଲତର ଅନ୍ୟାନ୍ୟ ଦେୱାନୀ(ସାଲିସ ବିହୀନ ବିବାଦକୁ ବାଦ ଦେଇ), ରକ୍ଷଣାବେକ୍ଷଣ ମାମଲା ଓ ଅନ୍ୟାନ୍ୟ ମୋକଦ୍ଦମା ଗୁଡିକର ଫଇସଲା କରାଯିବ। ମଇମାସ ୧୦ତାରିଖ ପୂର୍ବାହ୍ନ ୧୦ଟାରୁ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଲା ଦୈାରାଜଜଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆରମ୍ଭ ହୋଇ ଉପରୋକ୍ତ ମାମଲା ଗୁଡିକର ଫଇସଲା କରାଯିବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁ ସୂଚନା ଦେଇଛନ୍ତି।


Discover more from Lokamata Odisha

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ,କେନ୍ଦ୍ରାପଡାର ବିଶିଷ୍ଟ ବ୍ୟକ୍ତିବିଶେଷ ସମ୍ମାନିତ

Mon Apr 21 , 2025
କେନ୍ଦ୍ରାପଡ଼ା,୨୧ା୪ : କେନ୍ଦ୍ରାପଡା ଜିଲ୍ଲାର ସାହିତ୍ୟ, ସଂସ୍କୃତି ଓ ସମାଜସେବା ଭଳି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶିଷ୍ଟବ୍ୟକ୍ତିମାନଙ୍କୁ ରାଜ୍ୟ ସ୍ତରୀୟ ସାରସ୍ୱତ ସମାରୋହରେ ସମ୍ମାନିତ କରାଯାଇଛି। ଏହି ଉପଲକ୍ଷେ ରାଷ୍ଟ୍ରୀୟ ପୂଜ୍ୟପୂଜା ପରିଷଦ, କଟକ ପକ୍ଷରୁ ଶ୍ରୀରାମଚନ୍ଦ୍ର ଭବନ ପରିସରରେ ସଭାପତି ବରିଷ୍ଠ ସାମ୍ବାଦିକ ଡକ୍ଟର ସତ୍ୟ ରାୟଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ପ୍ରାକ୍ତନ ପୋଲିସ ଆଇ.ଜି. ରାଜକିଶୋର ଦାଶ ମୁଖ୍ୟଅତିଥି, ବିଶିଷ୍ଟ ସାରସ୍ୱତ ସାଧକ ଡ. […]
blank

ଲୋକମତ

Discover more from Lokamata Odisha

Subscribe now to keep reading and get access to the full archive.

Continue reading