
ପଟ୍ଟାମୁଣ୍ଡାଇ ତା ୫/୪-ଆଜୀବନ ଶିକ୍ଷା ଓ ସଂସ୍କାର ସହ ଜୀବନ ଅତିବାହିତ କରି ଆସିଥିଲେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ସ୍ୱର୍ଗତଃ ସନାତନ ବେହୁରା। ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟରେ ସେ କେବଳ ଶିକ୍ଷକତା କରି ତାଙ୍କ ବୃତିଗତ ସମୟ ଶେଷ କରିନଥିଲେ ବରଂ ଆଜୀବନ ସେ ଥିଲେ ଏକ ଚଳନ୍ତି ପାଠଶାଳା । ଭୂଗୋଳ, ଇତିହାସ, ଗଣିତଠୁ ଇଂରାଜୀ ଯାଏ ତାଙ୍କର ଥିଲା ଗଭୀର ଜ୍ଞାନ। ସାହିତ୍ୟ ରଚନା, ସମାଜସେବା ଓ ଶିକ୍ଷାନୁଷ୍ଠାନ ଗଢିବାରେ ତାଙ୍କ ଜୀବନକୁ ନିୟୋଜିତ କରିଥିଲେ। ଗାଳ୍ପିକ ପ୍ରଦୀପ ନାୟକଙ୍କ ସଂଯୋଜନାରେ ଆୟୋଜିତ ରାଜ୍ୟ ପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ସନାତନ ବେହୁରାଙ୍କ ସ୍ମୃତି ସଭାରେ ଯୋଗ ଦେଇ ବକ୍ତାମାନେ ଏହି ମତ ଦେଇଥିଲେ । ସନାତନ ବେହୁରାଙ୍କ ଦ୍ୱାଦଶାହ ଅବସରରେ ପ୍ରହରାଜପୁର ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ବିଧାୟକ ଡ଼ ଅଲେଖ କୁମାର ଜେନା ପୂର୍ବତନ ପ୍ରଶାସକ ଡ. କେଳୁ ଚରଣ ସ୍ଵାଇଁ , ପୌରାଧ୍ୟକ୍ଷ ହେମନ୍ତ କୁମାର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିଶିକାନ୍ତ ପ୍ରଧାନ, ଡ. ଚାରୁଚନ୍ଦ୍ର ହାଜରା, ଡ. ଅଭୟ କୁମାର ବେହୁରା, ଦୟାନିଧି ସ୍ୱାଇଁ, ଆରାଧନା ଦାଶ , ଆଡଭୋକେଟ୍ ସୂର୍ଯ୍ୟ ରାଉଳ, ରଜନୀକାନ୍ତ ମହାନ୍ତି ଶିକ୍ଷକ ଅଶୋକ ଦାଶ , ଅଶୋକ ପରିଡ଼ା, ଶୁଭ୍ରାଂଶୁ ଦାସ ତପନ ମିଶ୍ର ପ୍ରମୋଦ ନାୟକ, ପୂର୍ଣ୍ଣ ଚନ୍ଦ୍ର ମିଶ୍ର ତ୍ରୈଲୋକ୍ୟ ପ୍ରସାଦ ମିଶ୍ର କବି ବ୍ରଜସୁନ୍ଦର ସାହୁ ରମେଶ ଦେ, ସଂଜୀବ କର, ସାମ୍ୱାଦିକ ଭାସ୍କର ରାଉତରାୟ, ଜଗନ୍ନାଥ ଦାସ,ଚିତ୍ତ ରଞ୍ଜନ ମଲ୍ଲିକ, ରାମକୃଷ୍ଣ ଦାଶ ଦେବପ୍ରସାଦ ଦାସ, ଅଭିମନ୍ୟୁ ରାଉତ, ସୁଶାନ୍ତ କୁମାର ପାଣି, ତପନ ପାତ୍ର,ସଞ୍ଜୟ ବର୍ମା, ଶୁଭ କାନ୍ତ ପଣ୍ଡା,ଆଡ଼ଭୋକେଟ ପ୍ରମୋଦ ଦାସ, ବାବୁଲି ସାହୁ, ଆଦ୍ୟାଶା ରାଉତ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶହ ଶହ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇ ଦିବଂଗତ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ସନାତନ ବେହୁରାଙ୍କ କର୍ମମୟ ଜୀବନ ଶିକ୍ଷା କ୍ଷେତ୍ରକୁ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହିତ ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ରମେଶ ଚନ୍ଦ୍ର ସାହାଣୀ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଭାତ ରଞ୍ଜନ ବେହୁରା ଓ ନିହାର ରଞ୍ଜନ ବେହୁରା ପରିଚାଳନା କରିଥିଲେ ।
