ପଟ୍ଟାମୁଣ୍ଡାଇରେ ରାମଚରିତ ମାନସ ପ୍ରବଚନ ଜ୍ଞାନଯଜ୍ଞ ଆରମ୍ଭ

blank
ପଟ୍ଟାମୁଣ୍ଡାଇ ତା ୧୯/୩-ପଟ୍ଟାମୁଣ୍ଡାଇ ଶ୍ରୀରାମ କଥାମୃତ ପ୍ରଚାରିଣୀ ସଭା ଓ ବଣିକ ସଂଘ ମିଳିତ ଆନୁକୂଲ୍ୟରେ ଶ୍ରୀରାମ ଚରିତ ମାନସ ଓ ପ୍ରବଚନ ଜ୍ଞାନଯଜ୍ଞ ୧୯ ତାରିଖ ଠାରୁ ୨୭ତାରିଖ ପର୍ଯ୍ୟନ୍ତ ୯ଦିନ ବ୍ୟାପି ସ୍ଥାନୀୟ ଶ୍ରୀରାମ ମନ୍ଦିର ମାନସ ମଣ୍ଡପ ଠାରେ ଆୟୋଜିତ ଏହି ମହାର୍ଘ୍ୟ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରାଯାଇଛି । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମକୁ ପୁରୀ ଗୋବର୍ଧନ ପୀଠ ସନ୍ଥ ସଂରକ୍ଷକ ପଟ୍ଟାମୁଣ୍ଡାଇ ରାଧାରମଣ ମଠ ମହନ୍ତ ସ୍ୱାମୀ ଅସୀମାନନ୍ଦ ଦାସ ମହାରାଜ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ୯ ଦିନ ବ୍ୟାପି ଆୟୋଜିତ ଆଧ୍ୟାତ୍ମିକ ମହୋତ୍ସବର ପ୍ରଥମ ଦିବସରେ ସତସଙ୍ଗ ମହିମା ଓ ଶିବ ବିବାହ, ଦ୍ୱିତୀୟ ଦିବସରେ ଶ୍ରୀରାମ ଜନ୍ମ, ବାଲ୍ୟଲୀଳା, ତୃତୀୟ ଦିବସରେ ସୀତା ବିବାହ ଓ ପର୍ଶୁରାମ ଭେଟ, ଚତୁର୍ଥ ଦିବସରେ ଶ୍ରୀରାମ ବନ ଗମନ, କୈବର୍ତ୍ତ ପ୍ରସଙ୍ଗ,ପଞ୍ଚମ ଦିବସରେ ଦଶରଥ ମହାରାଜାଙ୍କ ମହାପରାୟଣ ଓ ଭରତଙ୍କ ଚିତ୍ରକୂଟ ଯାତ୍ରା, ଷଷ୍ଠ ଦିବସରେ ଶ୍ରୀରାମ ଭରତ ମିଳନ ଓ ସୀତା ହରଣ,ସପ୍ତମ ଦିବସରେ ଶ୍ରୀରାମ ହନୁମାନ ମିଳନ, ଲଙ୍କା ଦହନ, ଅଷ୍ଟମ ଦିବସରେ ରାବଣ ବଧ ଓ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ଓ ନବମ ତଥା ଉଦଯାପନ ଦିବସରେ ଶ୍ରୀରାମଙ୍କ ରାଜ୍ୟାଭିଷେକ,କାଳଭୂଷଣ୍ଡି ଓ ଗରୁଡ଼ ସମ୍ବାଦ ଆଦି ବିଭିନ୍ନ ପ୍ରସଙ୍ଗରେ ପ୍ରତିଷ୍ଠିତ ପ୍ରବଚକ ମାନେ ତାତ୍ଵିକ ବିଶ୍ଳେଷଣ କରିବାର କାର୍ଯ୍ୟ କ୍ରମ ପ୍ରସ୍ତୁତ ହୋଇଛି ।ଏଥିରେ ବ୍ୟାସ ଭାବେ ପୁରୀ ବଡ଼ ଶଙ୍ଖ ଶ୍ରୀରାମକୁଟୀରର ବାବାଜୀ ବିଷ୍ଣୁ ବନମାଳୀ ଦାସ ଓ ଆଚାର୍ଯ୍ୟ ଭାବେ ନୂଆଗାଁର ପଣ୍ଡିତ ଭ୍ରମରବର ତ୍ରିପାଠୀ ଦାୟିତ୍ୱ ନିର୍ବାହ କରୁଛନ୍ତି । ଏହି ମହାନ ଆଧ୍ୟାତ୍ମିକ ମହୋତ୍ସବରେ ଢେଙ୍କାନାଳ ଭୁବନ ଆଶ୍ରମର ପଣ୍ଡିତ ସନ୍ତୋଷ ଚୈତନ୍ୟ, ଜଗତପୁର ହରିହରାନନ୍ଦ ଆଶ୍ରମର ତ୍ରିଜୀବ ଦାଶ, ଭଦ୍ରକ ପୀରହାଟର ପଣ୍ଡିତ ବିଜୟ ରାଘବେନ୍ଦ୍ର ଦାସ, ଭୁବନେଶ୍ୱରର ପଣ୍ଡିତ ବ୍ରଜ କିଶୋର ମହାନ୍ତି ପ୍ରମୁଖ ଯୋଗ ଦେଇ ଦିବ୍ୟ ପ୍ରବଚନ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।ଏହି ମହାର୍ଘ୍ୟ କାର୍ଯ୍ୟକ୍ରମ ସବୁମତେ ସଫଳ କରିବା ପାଇଁ ଶ୍ରୀରାମ କଥାମୃତ ପ୍ରଚାରିଣୀ ସଭା ସଭାପତି କିରଣ କୁମାର ଭୂୟାଁ ବଣିକ ସଂଘ ସଭାପତି ଗୋପୀନାଥ କର, ଉପସଭାପତି ମୋହନ ଦାସ (ନମି) ଚତୃର୍ଭୁଜ ରାଉଳ, ଗୀତା ଚାରଣ ସମିତି ସଭାପତି ପ୍ରମୋଦ ନାୟକ, ଆଡ଼ଭୋକେଟ ସଞ୍ଜୟ ସାହୁ,ବଣିକ ସଂଘ ସମ୍ପାଦକ ପ୍ରଫୁଲ୍ଲ ଲେଙ୍କା, ସହସମ୍ପାଦକ ସରୋଜ ପାଢ଼ୀ, କୋଷାଧକ୍ଷ ପର୍ଶୁରାମ ଷଣ୍ଢ, ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର,ନୃସିଂହ ପାଢ଼ୀ,ଅଚ୍ୟୁତାନନ୍ଦ ଜେନା, ବ୍ରଜ କିଶୋର ସାହୁ,ହରେକୃଷ୍ଣ ସାହୁ, ସୁଦର୍ଶନ ଦାସ,କିଶୋର ଜେନା (ବାଇନ ), ରବୀନ୍ଦ୍ର ସାହୁ,ସମ୍ବିତ ଦାଶ, ରାଜେନ୍ଦ୍ର ଦାଶ, ସଞ୍ଜୟ ବର୍ମା ବାବୁଲି ସାହୁ,ଅଜୟ ପାଢ଼ୀ, ସଂଗ୍ରାମ ଦାସ ପ୍ରମୁଖ ପରିଚାଳନା କରୁଛନ୍ତି । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ ଆୟୋଜିତ ପ୍ରବଚନ ଓ ସାଧୁସନ୍ଥଙ୍କ ଆଶ୍ରୀ ବଚନ ଶୁଣିବା ପାଇଁ ପ୍ରତ୍ୟହ ସନ୍ଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି ।ଆସନ୍ତା ୨୭ ତାରିଖ ଶ୍ରୀରାମ ନବମୀ ଦିନ ଶ୍ରୀରାମ ଚରିତ ମାନସ ଓ ପ୍ରବଚନ ଜ୍ଞାନ ଯଜ୍ଞ କାର୍ଯ୍ୟକ୍ରମ ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି ।

Next Post

ପୁନର୍ବାସ ପକ୍ଷରୁ ଇଣ୍ଟର୍ଣ୍ଣସିପ୍ ପ୍ରଶିକ୍ଷଣ

Thu Mar 19 , 2026
କେନ୍ଦ୍ରାପଡା ୧୯/୩- କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱକାଳ ଭିନ୍ନକ୍ଷମଙ୍କ ଥେରାପି ଚିକିତ୍ସା, ଅଧିକାର ସଚେତନତା ଓ ସଶକ୍ତିକରଣ ନିମନ୍ତେ କାର୍ଯ୍ୟରତ ପୁନର୍ବାସ ଅନୁଷ୍ଠାନ ପକ୍ଷରୁ କେନ୍ଦ୍ରାପଡ଼ା ତୁଳସୀ ମହିଳା ମହାବିଦ୍ୟାଳୟର +୩ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ଇଣ୍ଟର୍ଣ୍ଣସିପ୍ ପ୍ରଶିକ୍ଷଣ ପ୍ରଦାନ ଆରମ୍ଭ କରାଯାଇଛି। ଜାତୀୟ ଶିକ୍ଷାନୀତି-୨୦୨୦ ଅନ୍ତର୍ଗତ ପାଠ୍ୟସୂଚୀ ଅନୁଯାୟୀ ମହାବିଦ୍ୟାଳୟର +୩ ଚତୁର୍ଥ ସେମିଷ୍ଟାରଠାରୁ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ନିମନ୍ତେ ୧୨୦ ଘଣ୍ଟାର ଏକ ଇଣ୍ଟର୍ଣ୍ଣସିପ୍ ପ୍ରଶିକ୍ଷଣର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading