ପଟ୍ଟାମୁଣ୍ଡାଇ ୧୦/୮ – ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ପଂଚାୟତ ମାଳିପୁର ଗ୍ରାମରେ ବ୍ଲକ ପକ୍ଷରୁ ସରକାରୀ ରାସ୍ତାକିସମ ଜାଗାରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଉଥିବାରୁ ଏହାକୁ ବିରୋଧ କରି ମାଳିପୁର ଗ୍ରାମର ପ୍ରଶାନ୍ତ ମହାନ୍ତି ଓ ରମାକାନ୍ତ ଦାସ ଗତ ୫ ତାରିଖ ଠାରୁ ତହସିଲ ଅଫିସ ସମ୍ମୁଖରେ ଅନଶନ ଆରମ୍ଭ କରାଯାଇଥିଲା । ଏହାକୁ ନେଇ ପ୍ରଶାସନ ପକ୍ଷରୁ ସମସ୍ୟାର ସମାଧାନ ପାଇଁ ବାରମ୍ଭାର ଉଦ୍ୟମ କରାଯାଇଥିଲେ […]

ପଟ୍ଟାମୁଣ୍ଡାଇ ୧୦/୮ -ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ ପକ୍ଷରୁ ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲ ଠାରେ ଜାତୀୟ କୃମିନାଶକ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ନିରାକାର ପରିଡା ଉଦଘାଟନ କରିଥିଲେ । ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ସୁନିତୀ ଦାଶ, ପ୍ରଧାନଶିକ୍ଷୟତ୍ରୀ ଉର୍ମିଳା ଜେନା, ବରିଷ୍ଠ ଶିକ୍ଷୟତ୍ରୀ ଶ୍ରଦ୍ଧାଞ୍ଜଳି ନାଥଶର୍ମା, ସୁଜାତା ପ୍ରିୟମ୍ବଦା ଦାସ, ଜିତେନ୍ଦ୍ର ଖଡ଼ି ରତ୍ନ, ପ୍ରକାଶ ମଥାନ ପ୍ରମୁଖ […]

କେନ୍ଦ୍ରାପଡ଼ା ଶ୍ରମିକଙ୍କ ହକ୍ ଏବଂ କୃଷକଙ୍କ ବାସ୍ତବ ସମସ୍ୟା ପ୍ରତି ସରକାରଙ୍କ କ୍ରମାଗତ ଉଦାସୀନତା ବିରୋଧରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ମିଳିତ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍‌ଗୁଡ଼ିକ, ସ୍ୱାଧୀନ କ୍ଷେତ୍ରଭିତ୍ତିକ ଫେଡେରେସନ୍ ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚା ସହ ସଂପୃକ୍ତ ବିଭିନ୍ନ କୃଷକ ସଂଗଠନର ମିଳିତ ଆହ୍ୱାନରେ ହଜାର ହଜାର ଶ୍ରମିକ ଓ କୃଷକ ଏହି ଗଣ-ବିକ୍ଷୋଭରେ ସାମିଲ […]

ପଟ୍ଟାମୁଣ୍ଡାଇରେ ବନ୍ୟାପାଣି କମିଛି, ବଢ଼ିଛି ଦୁର୍ଦ୍ଦଶା ସରୀସୃପ ଓ କୁମ୍ଭୀର ଭୟରେ ଗ୍ରାମବାସୀ ପଟ୍ଟାମୁଣ୍ଡାଇ ୯/୮ – କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପ୍ରଥମ ବନ୍ୟାପାଣି କିଛି ମାତ୍ରାରେ କମିବା ପରେ ଲୋକେ ଆଶ୍ୱସ୍ତି ଲାଭ କରିଥିଲେ ସୁଦ୍ଧା ଅନେକ ରାସ୍ତାଘାଟରେ ଜଳବନ୍ଦୀ ଅବସ୍ଥା ବଜାୟ ରହିଥିଲା। ମାତ୍ର ଶନିବାର ଠାରୁ ନଦୀର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇବାରୁ ସ୍ଥିତି […]

କେନ୍ଦ୍ରାପଡ଼ା,୯ା୮:ଅଗଷ୍ଟ ୯ କ୍ରାନ୍ତୀ ଦିବସ ଅବସରରେ ଗରାପୁରସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତୀରେ କେନ୍ଦ୍ରାପଡା ଜିଲ୍ଲା ଗାନ୍ଧି ପଦଯାତ୍ରା ସ୍ମୃତି କମିଟି ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ପରବର୍ତ୍ତୀ ଅବସ୍ଥାରେ ତିନିମୁହାଣୀଛକସ୍ଥିତ ଗାନ୍ଧୀ ସ୍ମୃତିପୀଠରେ ସଙ୍ଗଠନ ପକ୍ଷରୁ ସମ୍ପାଦକ ରାଜେଶ ପଣ୍ଡାଙ୍କ ନେତୃତ୍ୱରେ ସ୍ୱାଧୀନତା ସଂଗ୍ରାମରେ ଗାନ୍ଧୀଙ୍କ ସହ ଥିବା ଅନ୍ୟ ସହିଦ୍‌ମାନଙ୍କୁ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସ୍ମୃତି କମିଟି ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ […]

  କେନ୍ଦ୍ରାପଡ଼ା,୯ା୮:ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଓ ଭବିଷ୍ୟତରେ ବିଭିନ୍ନ ପ୍ରତିଯୋଗିତାମୂଳକ ତଥା ନିଯୁକ୍ତି ପରୀକ୍ଷାରେ ସଫଳତା ପାଇଁ ସେମାନଙ୍କୁ ଉତ୍ସାହିତ ଓ ମାର୍ଗଦର୍ଶନ କରିବା ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟର କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର କ୍ଲାସ୍ ନେଇଥିଲେ। ଏହି ଅବସରରେ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଶିକ୍ଷା, କ୍ୟାରିୟର ଓ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ମତ ବିନିମୟ […]

ପଟ୍ଟାମୁଣ୍ଡାଇ ୯/୮ କଳ୍ପତରୁ ନାୟକ-ରାଜ୍ୟ ସରକାରଙ୍କ ନୂଆ ନିୟମ ଅନୁସାରେ ଚଳିତ ବର୍ଷ ଧାନ ପଞ୍ଜୀକରଣ ପାଇଁ ଏଗ୍ରୀଷ୍ଟାକ୍ ଫାର୍ମର ଆଇଡି ବାଧ୍ୟତାମୂଳକ କରାଯାଇଛି। ମାତ୍ର ଏହି ନୂତନ ବ୍ୟବସ୍ଥା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଆଗୁଆ ବ୍ୟାପକ ପ୍ରଚାର ପ୍ରସାର କରାଯାଇ ନାହିଁ । ଫଳରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ଚାଷୀକୂଳ ଧାନ ପଞ୍ଜୀକରଣ ନେଇ ଗଭୀର ନିରାଶା ଓ ଚିନ୍ତାରେ ପଡ଼ିଛନ୍ତି। ଗ୍ରାମାଂଚଳରେ ଚାଷ କାର୍ଯ୍ୟ କରୁଥିବା […]

ପଟ୍ଟାମୁଣ୍ଡାଇ ୯/୮ – ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ତନୁପୁର ଗ୍ରାମରଏକ ଅଭାବନୀୟ ଘଟଣା ଘଟିଯାଇଛି । ଦୁଇ ଜଣ ଯୁବକ ପଟ୍ଟାମୁଣ୍ଡାଇରୁ ଫେରୁଥିବା ବେଳେ ତନୁପୁର ନିକଟରେ ଥିବା ଏକ ବିଦ୍ୟୁତ ଖୁଂଟରେ ପିଟି ହୋଇ ଗୁରୁତର ହୋଇ ପଡିଥିଲେ । ସେମାନଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟ ରୁ କେନ୍ଦ୍ରାପଡା ନେବା ବଟରେ ଜଣଙ୍କର ମୁତ୍ୟୁ ହୋଇଥିବା ଖବର ମିଳିଛି । ତନୁପୁର ଗ୍ରାମର ମାନସ ମଲିକ (୨୮) […]

କଲେଜ ଛାତ୍ରଙ୍କୁ ସଙ୍ଘବଦ୍ଧ ଆକ୍ରମଣ ଭିଡିଓ ଭାଇରାଲ ଘଟଣା ଜଣେ ଅଣଛାତ୍ର କୋର୍ଟଚାଲାଣ ୨ ସାଂଟଷ୍ଟେ ହୋମ୍‌ରେ ରଖାଯାଇଛି ପଟ୍ଟାମୁଣ୍ଡାଇ ୬/୮ -କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ମଦନପୁର କଲେଜର ଜଣେ ଛାତ୍ରଙ୍କୁ ସଙ୍ଘବଦ୍ଧ ଭାବେ ନିସ୍ତୁକ ମାଡ଼ ଓ ଅପହରଣ ଘଟଣା ସମଗ୍ର ଅଂଚଳରେ ତୀବ୍ର ଚାଂଚଲ୍ୟ ସୃଷ୍ଟି କରିଛି। ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପରିବାର ପକ୍ଷରୁ ଗ୍ରାମଂଚଳ ଥାନାରେ […]

କେନ୍ଦ୍ରାପଡ଼ା,୬ା୮:କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନମାନେ ସ୍ୱାଧୀନ ଫେଡେରେସନ୍ ଓ ଆସୋସିଏସନମାନେ ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚାର ଏକ ଜିଲ୍ଲା ସ୍ତରୀୟ ମିଳିତ ବୈଠକ କେନ୍ଦ୍ରାପଡା ଖଡ଼ିଅଙ୍ଗସ୍ଥିତ ସିଆଇଟିୟୁ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବର୍ତ୍ତମାନ ଦେଶର ଶ୍ରମିକ, କୃଷକ, କୃଷି ଶ୍ରମିକ ଏବଂ ସାଧାରଣ ଜନତାଙ୍କ ଉପରେ କେନ୍ଦ୍ର ସରକାରଙ୍କ ଜନବିରୋଧୀ ଓ କର୍ପୋରେଟ୍ ସପକ୍ଷପାତୀ ନୀତିର ପ୍ରଭାବ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସେହିପରି ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ କନଭେନସନରେ […]

Breaking News