ଭୁବନେଶ୍ୱର,୧୨/୩- କଂଗ୍ରେସ ନେତା ତାରା ବାହିନୀପତିଙ୍କ ସସପେଣ୍ଡ ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏ ପ୍ରସଙ୍ଗରେ ବଡ଼ ବୈଠକ କରିଛି ବଂଗ୍ରେସ। ଯେଉଁଥିରେ ଦଳର ବହୁ ବଡ଼ ବଡ଼ ନେତା ଯୋଗ ଦେଇଥିଲେ। ତେବେ ବୈଠକ ପରେ ଦଳ ନେଇଛି ବନ ନିଷ୍ପତ୍ତି। ଯାହାକୁ ନେଇ ଏବେ ଟେନଶନରେ ଭାଜପା। ଆସନ୍ତା ୨୭ରେ ବିଧାନସଭା ଘେରିବାକୁ ଯାଉଛି କଂଗ୍ରେସ। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ […]
TOP STORIES
କେନ୍ଦ୍ରାପଡ଼ା,୧୨ା୩: ଶହେ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ଇଚ୍ଛାପୁର ନିକଟ ଶ୍ୟାମଗୁଡିଆ ଠାରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ନୂତନ ଅଟ୍ଟାଳିକା ନିର୍ମାଣ କରାଗଲା। ଆଶାଥିଲା ନୂତନ ଚିକିତ୍ସାଳୟରେ ରୋଗୀମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ମିଳିବ। କିନ୍ତୁ ବାସ୍ତବ ଚିତ୍ର ଭିନ୍ନ। ସକାଳ ୮ଟାରୁ ମୁଖ୍ୟଚିକିତ୍ସାଳୟର ବିଭିନ୍ନ ବର୍ହିବିଭାଗରେ ଡାକ୍ତରମାନେ ଡ୍ୟୁଟି କରିବାର ନିୟମ ଥିବା ବେଳେ ସେମାନେ ମନଇଛା ଆସୁଛନ୍ତି। ଫଳରେ ରୋଗୀମାନେ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍ରେ […]
ପଟ୍ଟାମୁଣ୍ଡାଇ ୧୨/୩ – ପଟ୍ଟାମୁଣ୍ଡାଇ ମହିଳା ସ୍ନାତକ ମହାବିଦ୍ୟାଳୟ ଇତିହାସ ବିଭାଗ ପକ୍ଷରୁ ଏକ ବାର୍ଷିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରକୁ କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ଦେଠୀ ଉଦଘାଟନ କରିଥିଲେ। ପଟ୍ଟାମୁଣ୍ଡାଇ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ଡ. ରାଜଲକ୍ଷ୍ମୀ ମହାନ୍ତି ମୁଖ୍ୟଅତିଥି, ପାଟକୁରା ଲୋକନାଥ କଲେଜ ଇତିହାସ ବିଭାଗ ମୁଖ୍ୟ ତପନ କୁମାର ଡୁଙ୍ଗୁରି ବିଷୟ ବିଶେଷଜ୍ଞ ଭାବେ ଅଧ୍ୟାପକ ଯୋଗ ଦେଇ […]
ସିଆଇଏସ୍ଏଫ୍ର ଉପକୂଳ ସୁରକ୍ଷା ଯାତ୍ରା ସୁରକ୍ଷା ଅବଦାନ ପାଇଁ କନିକା ରାଜାଙ୍କୁ ସମ୍ମାନ କେନ୍ଦ୍ରାପଡ଼ା,୧୨ା୩: ଉପକୂଳ ସୁରକ୍ଷା ସଚେତନତା ପାଇଁ ରାଇଜି ଡ଼େ ମାର୍ଚ୍ଚ ୧୦ରୁ ସିଆଇଏସ୍ଏଫ୍ ପକ୍ଷରୁ ପଶ୍ଚିମବଙ୍ଗରୁ କନ୍ୟା କୁମାରୀ ସାଇକେଲ ଯାତ୍ରା ଆରମ୍ଭ ହୋଇଛି। ମଙ୍ଗବାର ଏହି ସାଇକେଲ ଯାତ୍ରା କେନ୍ଦ୍ରାପଡ଼ା ଜିଲ୍ଲା ଅତିକ୍ରମ କରିଛି। ଏହି ଯାତ୍ରାରେ ୫୦ ଜଣ ସିଆଇଏସ୍ଏଫ୍ର ମହିଳା ଏବଂ ପୁରୁଷ ଜବାନ୍ ସାଇକେଲ ଚଲାଇ ଉପକୂଳ ସୁରକ୍ଷା ବାର୍ତ୍ତା […]
କେନ୍ଦ୍ରାପଡା, ୧୧.୦୩.- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୋରା ବାଲି ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର କେନ୍ଦ୍ରାପଡା, ଗରଦପୁର, ରାଜକନିକା ଏବଂ ମହାକାଳପଡ଼ା ତହସିଲ ଅନ୍ତର୍ଗତ ୧୯ ଗୋଟି ଇଟା ଭାଟି ଉପରେ ଚଢାଉ କରାଯାଇ ୩ ଗୋଟି ଟ୍ରାକ୍ଟର ଗରଦପୁର ତହସିଲରୁ ଜବତ କରାଯାଇଛି । ଉପରୋକ୍ତ ଗାଡି ମଧ୍ୟରୁ ୧ ଗୋଟି ଟ୍ରାକ୍ଟରରୁ ମାଟି […]
ଭୁବନେଶ୍ୱର ୧୧ା୩- ବିଧାନସଭା ପରିସରରେ ବିରୋଧୀ ବିଜେଡି ବିଧାୟକମାନେ ଆଜି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି । ବିଜେଡି ବିଧାୟକମାନେ ହାତରେ ଲଣ୍ଠନ ଧରି ବିଧାନସଭା କରିଡରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଖୋଜୁଥିବା କହିଥିଲେ । ବରିଷ୍ଠ ବିଧାୟକ ଅରୁଣ ସାହୁଙ୍କ ନେତୃତ୍ୱରେ ଦଳର ବିଧାୟକମାନେ ବିଧାନସଭା ପରିସରରେ ଲଣ୍ଠନ ଧରି ଶୋଭାଯାତ୍ରା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପ୍ରକୋଷ୍ଠ ଓ ଅନ୍ୟାନ୍ୟ ପ୍ରକୋଷ୍ଠ ନିକଟରେ ମଧ୍ୟ […]
ଭୁବନେଶ୍ୱର ୧୧/୩- ଓଡ଼ିଶା ବିଧାନସଭାରେ ମଙ୍ଗଳବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକମାନେ ପ୍ରତିବାଦ ଓ ହଟ୍ଟଗୋଳ ଜାରି ରଖିଥିବାବେଳେ ଶାସକ ବିଜେପି ବିଧାୟକମାନଙ୍କ ସହ ଧସ୍ତାଧସ୍ତି ଭଳି ସ୍ଥିତି ଉପୁଜିଥିଲା । ବାଚସ୍ପତି ସୁରମା ପାଢ଼ୀ ମଙ୍ଗଳବାର ସନ୍ଧ୍ୟାରେ କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ୭ଟି କାର୍ଯ୍ୟଦିବସ ପାଇଁ […]
ବରିଷ୍ଠ ନାଗରିକ ମଞ୍ଚ ଆହ୍ୱାନ ପଟ୍ଟାମୁଣ୍ଡାଇ ୧୦.୩ – ସମଗ୍ର କେନ୍ଦ୍ରାପଡା ଜିଲ୍ଲା ମଧ୍ୟରେ ସର୍ବ ବୃହତ ବ୍ଲକ ପଟ୍ଟାମୁଣ୍ଡାଇ ହୋଇଥିବା ବେଳେ ଏଥିରେ ୩୧ ଟି ପଂଚାୟତ ସହିତ ୨୦ ଓାଡକୁ ନେଇ ଏକ ପୌରପରିଷଦ ରହିଅଛିା ଅନ୍ୟ ବ୍ଲକ ତୁଳାନାରେ ଏହାର ଜନସଂଖ୍ୟ ଡେର ଅଧିକ । ୨୦୦୯ ପୂର୍ବରୁ ଓଡ଼ିଶାର ଅନ୍ୟତମ ପ୍ରମୁଖ ନିର୍ବାଚନମଣ୍ଡଳୀ ଭାବେ ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀ ସ୍ୱତନ୍ତ୍ର ପରିଚିତି ଲାଭ କରିଥିଲା। ମାତ୍ର […]
କେନ୍ଦ୍ରାପଡ଼ା,୧୦ା୩: କେନ୍ଦ୍ରାପଡା ଜିଲ୍ଲାର ସ୍କୁଲ ଛାତ୍ରୀ ଓ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଘେରାଉ କରିଛି ଜିଲ୍ଲା କଂଗ୍ରେସ । ସମଗ୍ର ଓଡିଶାରେ ମହିଳା ହିଂସା ସୀମା ଟପିଛି । ମହିଳାମାନଙ୍କ ସୁରକ୍ଷା ବିପଦଜନକ ସ୍ଥିତିରେ ରହିଛି । ସ୍ୱଚ୍ଛ ଓ ସୁଶାସନର ନାରା ଦେଇ ଡବଲ ଇଞ୍ଜିନ ଲୋଭ ଦେଖାଇ ବିଜେପି ଶାସନ କ୍ଷମତାକୁ ଆସିଥିଲା । ୩ ଶହଦିନ ନ ପୁରୁଣୁ ଓଡିଶାର […]
ପଟ୍ଟାମୁଣ୍ଡାଇ ୧୦/୩ -ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଲୋକନାଥପୁର ମା’ ଛୁଆଳିଆ ପୀଠ ନିକଟରେ ସିଦ୍ଧ ପରମହଂସ ନୋଡାଲ ୟୁପି ସ୍କୁଲ୍ ଓ ଜରିଆ ବଳଦେବ ସରକାରୀ ଉଚ୍ଚ ବିଦ୍ୟାଳୟ କ୍ଲଷ୍ଟରର ଆନୁକୂଲ୍ୟରେ ମିଳିତ ସମ୍ବର୍ଦ୍ଧନା ସଭା ଏବଂ ଲୋକନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ପୂର୍ବତନ ଶିକ୍ଷା ଅନୁନିରୀକ୍ଷକ ବିଜୟ କୁମାର ଜେନାଙ୍କ ପୌରହିତ୍ୟ ଓ ପ୍ରଧାନଶିକ୍ଷକ ଶୁଭ୍ରାଂଶୁ ଦାସଙ୍କ ସଂଯୋଜନାରେ […]

