କେନ୍ଦ୍ରାପଡ଼ା,୧୪ା୮:ଝୋଟ ତିଆରି ହସ୍ତଶିଳ୍ପ ତାଲିମ ଶିବିରର ଉଦଘାଟନୀ ଅବସରରେ ଆୟୁଷ୍ମାନ ଫାଉଣ୍ଡେସନ ସାମାଜିକ ଅନୁଷ୍ଠାନ ଓ କଲିକତାର ଆଇସିଏଆର ର ମିଳିତ ସହଯୋଗରେ ୩୦ଜଣ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଅଛି। ଡେରାବିଶ ବିଡିଓ ନମିତା ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ହସ୍ତଶିଳ୍ପ ମାଧ୍ୟମରେ ସ୍ୱାବଲମ୍ବି ହେବା ପାଇଁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲିକତାସ୍ଥିତ ଆଇସିଏଆର ସଂସ୍ଥାର ମୁଖ୍ୟ ବୈଜ୍ଞାନିକ ଓ ନିର୍ଦ୍ଦେଶକ ଡ. ଲକ୍ଷ୍ମୀକାନ୍ତ […]

କେନ୍ଦ୍ରାପଡା ତା.୧୩/୮: କେନ୍ଦ୍ରାପଡା ଜିଲ୍ଲା ଭାଜପା ପକ୍ଷରୁ କେନ୍ଦ୍ରାପଡା କଲେଜ ପଡିଆରୁ ପୁରୁଣାବସଷ୍ଟାଣ୍ଡ ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ସାରାଦେଶରେ ଦେଶପ୍ରତି ବୀର ମହାପୁରୁଷଙ୍କ ବଳିଦାନକୁ ମନେପକାଇବା ତଥା ନାଗରିକମାନଙ୍କ ମଧ୍ୟରେ ସ୍ୱଦେଶପ୍ରୀତିର ଜାଗ୍ରତ କରାଇବା ଉଦେଶ୍ୟ ଆଭିମୁଖ୍ୟ ନେଇ ଏହି ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା କଲେଜ ପଡିଆରୁ ପୁରୁଣା ବସଷ୍ଟାଣ୍ଡ ତ୍ରିରଙ୍ଗାଯାତ୍ରା ଅନୁଷ୍ଠିତ ହୋଇଯାଇଛି। […]

କେନ୍ଦ୍ରାପଡ଼ା,୧୦ା୮:ତୁଳସୀ କ୍ଷେତ୍ରରେ ପବିତ୍ର ଚିତାଲାଗି ଅମାବାସ୍ୟା ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀଜୀଉଙ୍କ ପାଖରେ ଚିତଉ ପିଠା ଭୋଗ ଲାଗି କରାଯାଇଥିଲା। ଆଜି ତୁଳସୀକ୍ଷେତ୍ରର କ୍ଷେତ୍ରାଧିପତି ପ୍ରଭୁ ଶ୍ରୀବଳଦେଜୀଉଙ୍କ ମସ୍ତକରେ ପବିତ୍ର ଚିତାଲାଗି ଅମାବାସ୍ୟାରେ ସୁବର୍ଣ୍ଣ ଚିତା ଲଗିହୋଇଥିଲା। ସ୍ୱର୍ଣ୍ଣକାର ସେବକଙ୍କ ଦ୍ୱାରା ଭଣ୍ଡାର ଗୃହରୁ ସୁପରଭାଇଜର ଭଣ୍ଡାର ମୋହରୀରଙ୍କ ଉପସ୍ଥିତରେ ସୁବର୍ଣ୍ଣ ଚିତା ଓ ରୌପ୍ୟ ଅଳଙ୍କାର ମାନ ବାହାର କରାଯାଇ ସ୍ୱର୍ଣ୍ଣକାର ସେବକଙ୍କୁ ହସ୍ତାନ୍ତର କରାଯାଇଥିଲା। କଡା […]

କେନ୍ଦ୍ରାପଡ଼ା,୧୨ା୮:କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବ୍ଲକ ଅଧୀନସ୍ଥ ମହୁ ଗ୍ରାମ ପଞ୍ଚାୟତରେ ଥିବା ମହୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତିନୋଟି ଶ୍ରେଣୀ ଅର୍ଥାତ୍ ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀରେ ମୋଟ ଏକ ଶହ ଅଠର (୧୧୮) ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ତିନୋଟି ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଠ ପଢ଼ିବା ପାଇଁ ଆଜବେଷ୍ଟ ବିଶିଷ୍ଟ ତିନୋଟି ଶ୍ରେଣୀଗୃହ ରହିଛି। ଉକ୍ତ ଆଜବେଷ୍ଟ ଗୃହ ଗୁଡ଼ିକ ବହୁ ପୁରୁଣା ହୋଇଯିବା ସହିତ ଅନେକ […]

ପଟ୍ଟାମୁଣ୍ଡାଇ ତା ୧୨/୮-ଦୀର୍ଘ ୨୦ ବର୍ଷ ଧରି ଦେଶ ସୁରକ୍ଷା ଦାୟିତ୍ୱରେ ରହି ଦେଶ ସେବା ରେ ବଳିଷ୍ଠ ଯୋଗଦାନ ଦେଇ କେନ୍ଦ୍ରାପଡା ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ପଟ୍ଟାମୁଣ୍ଡାଇ ବ୍ଲକ୍ ବାଛରା ପଞ୍ଚାୟତ ମଣ୍ଡପଡ଼ା ଗ୍ରାମର ପ୍ରମୋଦ ପ୍ରଧାନଙ୍କ ସୁପୁତ୍ର ସମାଜ ପ୍ରଧାନ ସମ୍ପ୍ରତି ନିଜ କର୍ମକ୍ଷେତ୍ରରୁ ଅବସର ଗ୍ରହଣ କରି ଜନ୍ମମାଟିର ସେବା କରିବା ପାଇଁ ଆଗେଇ ଆସିଛନ୍ତି । ଦେଶ ସେବାରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ପାଇଁ […]

କେନ୍ଦ୍ରାପଡ଼ା ୧୧/୮: କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଳି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଚଣ୍ଡିଆଗଡ଼ ଭାତୁଆଠାରେ ଏକ ବୋଲବମ୍ ସେବା ଶିବିର ଆୟୋଜିତ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି (ସଂଗଠନ) ସତ୍ୟପ୍ରିୟ ସାମଲଙ୍କ ନେତୃତ୍ୱରେ ଏହି ସେବା ଶିବିର ଆୟୋଜିତ ହୋଇଥିବାବେଳେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଡା. ଦେବସ୍ମିତା ଶର୍ମା ଶିବିରକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଆରଜିପିଆରଏସ କେନ୍ଦ୍ରାପଡ଼ା ଜିଲ୍ଲା ଅଧ୍ୟକ୍ଷ ରାଜେଶ କୁମାର […]

ପଟ୍ଟାମୁଣ୍ଡାଇ ୧୧/୮ -ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟରେ ରାଜସ୍ୱ ଜନଶୁଣାଣି କାର୍ଯ୍ୟକ୍ରମ ଶେଷ କରିବା ପରେ ଜିଲାପାଳ ରଘୁରାମ ଆର. ଆୟର ସିଧାସଳଖ ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟ ଗସ୍ତ କରି ସ୍ୱାସ୍ଥ୍ୟ ସେବାର ସ୍ଥିତି ଅନୁଧ୍ୟାନ କରିଛନ୍ତି।ଗସ୍ତ ସମୟରେ ଜିଲାପାଳ ଚିକିତ୍ସାଳୟର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ସେଠାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ସାକ୍ଷାତ କରିଥିଲେ। ସେ ରୋଗୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସେମାନଙ୍କୁ ମାଗଣାରେ ଔଷଧ ମିଳୁଛି […]

ପଟ୍ଟାମୁଣ୍ଡାଇ ତହସିଲରେ ରାଜସ୍ୱ ଜନଶୁଣାଣି ରାସ୍ତାକିସମରେ ଗୋଷ୍ଠୀଶୌଚାଳୟ ନିର୍ମାଣକୁ ବିରୋଧ ପଟ୍ଟାମୁଣ୍ଡାଇ ୧୧/୮ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ରାଜସ୍ୱ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲାପାଳ ରଘୁରାମ ଆର ଆୟର ଯୋଗଦେଇ ମୋଟ ୧୧ ଜଣ ଆବେଦନକାରୀଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ। ତେବେ ଅନ୍ୟପଟେ ସରକାରୀ ରାସ୍ତା କିସମ ଜମିରେ ବେଆଇନ ଗୋଷ୍ଠୀ ଶୌଚାଳୟ ନିର୍ମାଣ ବିରୋଧରେ ତହସିଲ […]

କେନ୍ଦ୍ରାପଡ଼ା,୧୦ା୮:ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଜରିଆରେ ଏକ ୯ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଆମ ଦେଶ, ରାଜ୍ୟ ଓ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଉନ୍ନତି ସହିତ ମା’ ଶିଶୁର ଯତ୍ନ ତଥା ମୃତ୍ୟୁହାରକୁ କମାଇବା ପାଇଁ ୨୦୦୬ମସିହାରୁ ଆଜି ପର୍ଯ୍ୟନ୍ତ ୨୦ବର୍ଷ ଧରି ବିନା ପାରିଶ୍ରମିକରୁ ବର୍ତ୍ତମାନ ନିଶ୍ଚିତ […]

ପଟ୍ଟାମୁଣ୍ଡାଇ ୧୦/୮ -ପଟ୍ଟାମୁଣ୍ଡାଇ ସଭିଲ କୋର୍ଟ ବିରିଷ୍ଠ ଆଇନଜିବୀ ଭବାନୀଶଙ୍କର ପଣ୍ଡା ବାପା ନମସ୍ୟ ଶିକ୍ଷକ ଭଞ୍ଜଲାଭ ପଣ୍ଡାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥତା ଅନୁଭବ କରୁଥିବା ବେଳେ ସୋମବାର ଅପରାହ୍ନ ସାଢ଼େ ୩ଟା ସମୟରେ ପୌରାଅଂଚଳର ମାହାଜନସାହି ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଜଣେ ଆଦର୍ଶ, କର୍ତବ୍ୟପରାୟଣ ଓ ମିଳାପୀ ଶିକ୍ଷକ ଭାବେ […]

Breaking News