ପଟ୍ଟାମୁଣ୍ଡାଇ ୨୦/୩ -ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଅଣ୍ଢରା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ମଙ୍ଗଳବାର କେତେକ ଦୁର୍ବୁତ ପସି ରାଜସ୍ୱ ନିରୀକ୍ଷକଙ୍କୁ ମରଣାନ୍ତଙ୍କ ଆକ୍ରମଣ କରିବା ସହିତ ଆଲମିରାରେ ଥିବା ୨୪ ହଜାର ୩୪୮ ସରକାରୀ ଅର୍ଥ ନେଇ କାଗଜପତ୍ରକୁ ଏଣେତେଣେ ଫୋପାଡି ଦେଇଛନ୍ତି ବୋଲି ଆରଆଇ ମନୋଜ କୁମାର ମଲିକ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତି କରି ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକ ଏକ ଚିଠି […]
HOME
ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ଦାଣ୍ଡିସାହି ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ଦ୍ରୋପଦି ବାରିକଙ୍କ ଗୋଟିଏ ବଖରା ଜଳିଯାଇଛି । ଘରେ ଥିବା ବିରି, ଧାନ, ଚାଉଳ, ସୁନା, ଟଙ୍କା, କଂସା ବାସନ ସମେତ ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ରୋଷେଇ ଚୁଲିରୁ ନିଆଁ ଉଠି ଚାଳ ଛପରକୁ ଲାଗିଥିବା ସନ୍ଦେହ କରାଯାଉଛି । ଖବର […]
କେନ୍ଦ୍ରାପଡ଼ା,୧୯ା୩: କେନ୍ଦ୍ରାପଡା ସହର ସମେତ ଆଖପାଖ ଅଞ୍ଚଳରେ ବଡ ଧୁମଧାମରେ ପଞ୍ଚୁଦୋଳ ମେଳଣ ଓ ହୋଲି ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଛାମୁ ମେଳଣରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ବିମାନରେ ସଜ୍ଜିତ ହୋଇ ବାଜାବଜାଇ, ବାଣଫୁଟାଇ ରୋଷଣିକରି ଯୋଗ ଦେଇଥିଲେ । ମଙ୍ଗଳବାର ରାତିରେ ବହୁ ଦୋଳ ବିମାନ ସହରସ୍ଥିତ ପୁରୁଣା ବସ୍ଷ୍ଟାଣ୍ଡରେ ଅନୁଷ୍ଠିତ ମେଲଣରେ ଏକାଠି […]
କେନ୍ଦ୍ରାପଡ଼ା,୧୮ା୩: ଧାନର ମାନ ପରୀକ୍ଷା କରାଯାଇ ଏହା ସଠିକ ଥିବା ଜଣାଯିବା ପରେ ମଧ୍ୟ ଜଣେ ଚାଷୀଙ୍କ ଧାନ କ୍ୱିଣ୍ଟାଲ ପିଛା ୮କେଜି କାଟିବା ଘଟଣାରେ ଚାଷୀ ଜଣଙ୍କ ନ୍ୟାୟ ପାଇବା ପାଇଁ ଯୋଗାଣମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି। ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ଗ୍ରାମର ଚାଷୀ ବିବେକାନନ୍ଦ ଦାଶ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଧାନର ମାନ ଉନ୍ନତ ଥିଲେ କଟନୀ ଛଟନୀ ହେବ ନାହିଁ ବୋଲି ସରକାରୀ ନିୟମ […]
ଭୁବନେଶ୍ବର ରାଜ୍ୟରେ ବଢୁଛି ଋଣ ଭାର । ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ର ଗତ ୮ମାସରେ ତଥା ଜୁନ ମାସ ଠାରୁ ଫେବୃଆରୀ ମାସ ଶେଷ ସୁଦ୍ଧା ରାଜ୍ୟ ସରକାର ଖୋଲା ବଜାରରୁ ୨ ହଜାର କୋଟି ଟଙ୍କା ରାଜ୍ୟରେ ବଢୁଛି ଋଣ ଭାର । ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ର ଗତ ୮ମାସରେ ତଥା ଜୁନ ମାସ ଠାରୁ ଫେବୃଆରୀ ମାସ ଶେଷ ସୁଦ୍ଧା ରାଜ୍ୟ ସରକାର ଖୋଲା […]
କେନ୍ଦ୍ରାପଡ଼ା,୧୭ା୩ : କେନ୍ଦ୍ରାପଡା ସହର ଉପକଣ୍ଠ ଭରତପୁର ଗ୍ରାମର ପ୍ରସିଦ୍ଧ ମକ୍କଦ୍ଦମ ଦୋଳମେଲଣ ମହାସମାରୋହରେ ଉଦଯାପିିତ ହୋଇଯାଇଛି। ଏହି ଉପଲକ୍ଷେ ଶ୍ରୀ ଗୋପାଳଜୀଉଙ୍କ ମକ୍କଦ୍ଦମ ଦୋଳମେଲଣ ଶ୍ରୀଦଧିବାବନଜୀଉଙ୍କ ମନ୍ଦିର ସମ୍ମୁଖ ଠାକୁରଦାଣ୍ଡରେ ରବିବାର ରାତିରେ ଅନୁଷ୍ଠିତ ହୋଇଥିବା ବେଳେ ସୋମବାର ସୀତାରାମ ମଠ ପଡିଆରେ ପ୍ରବୋଧ କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ଦୋଳ ମେଲଣରେ ୧୮ଟି ବିମାନ ବାଜା ବଜାଇ, ବାଣ ଫୁଟାଇ ରୋଷଣୀକରି ମେଲଣ […]
କେନ୍ଦ୍ରାପଡା, ୧୭/୩- ମଦ ପାଇଁ ମହାଭାରତ । ତାତିଲେ ମହିଳା ଭଙ୍ଗାରୁଜା ସହ ପୋଡିଲେ ଚାଖେଣା ଦୋକାନ । ଉତ୍ତେଜନା ସ୍ଥଳରେ ପହଁଞ୍ôଚ ବୁଝା ସୁଝା କରୁଛି ପୋଲିସ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଓଲଢ଼ି ଠାରେ ଥିବା ସରକାରୀ ବିଦେଶୀ ମଦ ଦୋକାନକୁ ଆଜି ଶତାଧିକ ମହିଳା ମାନେ ଘେରାଉ କରିବା ସହ ପୋଡା ଜଳା କରିବା ଦେଖିବାକୁ ମିଳିଛି । ତେବେ ସୂଚନା ଆନୁଯାୟୀ ଗତ କାଲି […]
କେନ୍ଦ୍ରାପଡ଼ା,୧୭ା୩: ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅଧିନରେ ଫାର୍ମ ପୋଖରୀ ଖୋଳାରେ ଅନିୟମିତତା ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମପଞ୍ଚାୟତର ମହେଶପୁର-ଶଙ୍କରପୁର ଗ୍ରାମରେ୨୦୨୩-୨୪ଆର୍ଥିକ ବର୍ଷରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ମନରେଗା ଯୋଜନାରେ କୃଷ୍ଣଚନ୍ଦ୍ର ସାହୁ ଏବଂ ନବକିଶୋର ସାହୁଙ୍କ ଫାର୍ମ ପୋଖରୀ ଖୋଳାଯାଇଛି। କିନ୍ତୁ କୃଷ୍ଣଚନ୍ଦ୍ର କିମ୍ବା ନବକିଶୋରଙ୍କ ନିଜସ୍ୱ ଜମିରେ ଏହି ପୋଖରୀ […]
କେନ୍ଦ୍ରାପଡ଼ା, ୧୭ା୩: ସମାନ କାମ ପାଇଁ ସମାନ ଦରମା ଏବଂ ସମାନ ପଦବୀ ନୀତି ହେଉ। ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଗୁଡିକୁ ସରକାରୀ ଘୋଷଣା କରାଯାଉ। ଜିଲ୍ଲାର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳୁ ବୋଲି ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଜିଲ୍ଲା ବୈଠକରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଏହି ବୈଠକ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଗାନ୍ଧୀ ଭବନରେ ଅନୁଷ୍ଠିତ ହୋଇଥିଲା। ପଟ୍ଟାମୁଣ୍ଡାଇ […]
କେନ୍ଦ୍ରାପଡ଼ା,୧୭ା୩: ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥକୁ ୮ଲେନ ବିଶିଷ୍ଟ ରାଜପଥରେ ପରିଣତ କରାଯିବା ପାଇଁ ରାସ୍ତା ନିର୍ମାଣ ଚାଲିଛି। ଏହି ରାସ୍ତା ନିର୍ମାଣରେ ବ୍ୟବହୃତ ହେଉଥିବା କେନ୍ଦ୍ରାପଡାର ମାଟି ଓ ବାଲିକୁ ବନ୍ଦ କରାଯିବା ନିମନ୍ତେଌିଲ୍ଲାପାଳଙ୍କ ନିକଟରେ ଦାବି କରିଛି ମାଟି ବାଲି ପାଣି ସୁରକ୍ଷା ମଞ୍ଚ,କେନ୍ଦ୍ରାପଡା। ମଞ୍ଚ ପକ୍ଷରୁ ଆଇନଜୀବୀ ବିଧୁଭୂଷଣ ମହାପାତ୍ର କହିଛନ୍ତି ଯେ ଏହି ରାସ୍ତା ନିର୍ମାଣରେ ମାଟି ବ୍ୟବହାରକୁ ସଂପୂର୍ଣ୍ଣରୂପେ ବନ୍ଦ କରାଯିବା ସହିତ ଗତ […]