କେନ୍ଦ୍ରାପଡ଼ା,୧୯ା୫: ଜଣେ ବ୍ୟକ୍ତି ଅସୁସ୍ଥ ଥିବାବେଳେ ଏହାର ଫାଇଦା ନେଇ ଜଳସଂପଦ ବିଭାଗ ସଂପୃକ୍ତ ବ୍ୟକ୍ତିଙ୍କ ଜମିରୁ ମାଟି ତାଡ଼ି ନେଇଛି। ଏ ନେଇ ବ୍ୟକ୍ତି ଜଣକ ପ୍ରଥମେ ବିଭାଗୀୟ ସହକାରୀ ଯନ୍ତ୍ରୀ ଓ ପରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ସେଠାରୁ ନ୍ୟାୟ ନପାଇବାରୁ ଏବେ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶଘାଇ ବ୍ଲକ ପିକରାଳି ଗ୍ରାମର […]

କେନ୍ଦ୍ରାପଡ଼ା,୧୯ା୫ : କେନ୍ଦ୍ରାପଡା ଜିଲ୍ଲାର ପ୍ରସିଦ୍ଧ ଶ୍ରୀ ରାଧାଗୋବିନ୍ଦଜୀୟୁଙ୍କ ଚନ୍ଦନ ଯାତ୍ରା ମହୋତ୍ସବ ସୋମବାର ଦିନ ବିଳମ୍ବିତ ରାତ୍ରରେ ଉଦ୍‌ଯାପିତ ହୋଇଯାଇଛି । ଏପ୍ରିଲ ମାସ ୩୦ତାରିଖ ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଧୁମଧାମରେ କେନ୍ଦ୍ରାପଡା ସହର ଚାଟରାପାଟଣାସ୍ଥିତ ମନ୍ଦିର ପରିସରରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଶ୍ରୀ ଜୀୟୁଙ୍କ ଚଳନ୍ତି ପ୍ରତିମାକୁ ଚନ୍ଦନ ଲେପ ଦିଆଯାଇ ଏକ ସୁସଜ୍ଜିତ ବିଭାନରେ ନିକଟସ୍ଥ ଚନ୍ଦନ ପୋଖରୀକୁ […]

ଭାରତ-ପାକିସ୍ତାନ ଉତ୍ତେଜନା: ଅପରେସନ ସିନ୍ଦୂର ପରେ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିଥିବା ତୁର୍କୀ ଏବେ ଭାରତ-ପାକିସ୍ତାନ ଉତ୍ତେଜନାର ସମାଧାନ ପାଇଁ ‘ଚୌଧରୀ’ ବନିବାକୁ ଚାହୁଁଛି। ତୁର୍କୀ ରାଷ୍ଟ୍ରପତି ରେସେପ୍ ତାୟିପ୍ ଏର୍ଡୋଗାନଙ୍କ ଏକ ନୂତନ ବୟାନ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠାରେ ନିଜର ଭୂମିକା ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଛନ୍ତି। ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା […]

କେନ୍ଦ୍ରାପଡ଼ା,୧୬ା୫ : ସି.ବି.ଏସ.ଇ.ର ଦଶମ ଶ୍ରେଣୀ ପରୀକ୍ଷାରେ ୯୫ପ୍ରତିଶତ ମାର୍କ ରଖି ଏ-୧ଗ୍ରେଡ୍‌ରେ ପାସ କରିଛନ୍ତି ରୋଶ୍ନି ରାଉତ। ରୋଶ୍ନି ହେଉଛନ୍ତି ହଜାରି ବଗିଚାସ୍ଥିତ ପିତା ସଞ୍ଜୟ କୁମାର ରାଉତ ଓ ମାତା ସଶ୍ମିତା ସୁବୁଧିରାୟଙ୍କ କନିଷ୍ଠା କନ୍ୟା ତଥା ପୂର୍ବତନ କେନ୍ଦ୍ରାପଡା ବିଧାୟକ ଇନ୍ଦ୍ରମଣୀ ରାଉତଙ୍କ ନାତୁଣୀ। ରୋଶ୍ନି ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ। ସେ ପିଲାଦିନରୁ ଜଣେ ମେଧାବୀ ଛାତ୍ରୀ। ଭବିଷ୍ୟତରେ ରୋଶ୍ନି ଜଣେ ଚାଟାର୍ଡ ଆକାଉଂଟାଣ୍ଟ […]

ପଟ୍ଟାମୁଣ୍ଡାଇ ୧୬/୫ -ଓଡ଼ିଶାର ସର୍ବବୃହତ ପଂଚକଳା ପ୍ରତିଷ୍ଠାନ ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର(ଗଡମେକର)ର ଶିଳ୍ପୀ ସୁଶ୍ରୀ ସମନ୍ୱିତା ଦାଶ ଓଡ଼ିଶୀ କଣ୍ଠ ସଙ୍ଗୀତରେ କେନ୍ଦ୍ର ସରକାରଙ୍କ ମର୍ଯ୍ୟାଦାଜନକ ସିସିଆରଟି ଜାତୀୟ ପ୍ରତିଭା ବୃତି ପାଇବାକୁ ଯୋଗ୍ୟ ବିବେଚିତ ହୋଇ ବୃତିଲାଭ କରିଛନ୍ତି। କଣ୍ଠଶିଳ୍ପୀ ସମ୍ୱନ୍ୱିତା କଦଳୀବଣ ଗ୍ରାମର ସରୋଜ କାନ୍ତ ଦାଶ ଓ ପଦ୍ମଜା ପ୍ରିୟଦର୍ଶିନୀ କରଙ୍କ ସୁପୁତ୍ରୀ ଅଟନ୍ତି । ସୁଶ୍ରୀ ସମନ୍ୱିତା ବାଲ୍ୟକାଳରୁ ଚମତ୍କାର ସଙ୍ଗୀତ […]

ପଟ୍ଟାମୁଣ୍ଡାଇ ୧୫/୫ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ଭାବେ ଅଜିତ ବାରିକ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି। ପୂର୍ବରୁ ସେ ଆନନ୍ଦପୁରରେ ବିଇଓ ରୂପେ କାର୍ଯ୍ୟ କରୁଥିଲେ। ନୂତନ ବ୍ଲକ ଶିକ୍ଷାଧିକାରୀ ଭାବେ ବିଦାୟୀ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ବିଇଓ ବାରିକ ପୂର୍ବରୁ ଦୀର୍ଘ ୬ବର୍ଷ ଧରି ରାଜନଗର ବ୍ଲକ ବି.ଆର.ସି.ସି ଭାବେ ଦକ୍ଷତାର କାର୍ଯ୍ୟ କରିଛନ୍ତି […]

କେନ୍ଦ୍ରାପଡ଼ା,୧୬ା୫: ଆତଙ୍କବାଦୀ ବିରୋଧୀ ଅଭିଯାନ ଅପରେସନ୍ ସିନ୍ଦୂରର ସଫଳତା ପରେ ଆଜି କେନ୍ଦ୍ରାପଡାଠାରେ ଭାରତୀୟ ବୀର ଯବାନମାନଙ୍କୁ ସେମାନଙ୍କ ସାହସିକ ପଦକ୍ଷେପକୁ ସମ୍ମାନ ଜଣାଇ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଏହି ଶୋଭାଯାତ୍ରା କାର୍ଯ୍ୟକ୍ରମକୁ ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ଏବଂ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ । ସକାଳ ୯ଟାରେ […]

କେନ୍ଦ୍ରାପଡ଼ା,୧୬ା୫: କେନ୍ଦ୍ରାପଡାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏସ୍‌ଓଏସ୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନର ସଭାଗୃହରେ ଏକ ନିଆରା ପରମ୍ପରା ଆଧାରରେ ଆଜି ନର୍ସିଂ ସପ୍ତାହର ପଞ୍ଚମ ଦିନରେ ଆଧ୍ୟାତ୍ମିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶାର ପ୍ରତିଷ୍ଠିତ ସାଧୁସନ୍ଥମାନେ ଯୋଗ ଦେଇଥିଲେ । ବିରଜାକ୍ଷେତ୍ର ପରିକ୍ରମା ଅଧ୍ୟକ୍ଷ ବାବାଜୀ ଉଦୟନନ୍ଦ ଦାସ ପର୍ବତ ମହାରାଜ ଏହି ଆଧ୍ୟାତ୍ମିକ ସଚେତନତା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ନର୍ସିଂ ଛାତ୍ରୀଛାତ୍ରମାନଙ୍କୁ ସ୍ୱାସ୍ଥ୍ୟ […]

କେନ୍ଦ୍ରାପଡ଼ା,୧୬ା୫: ଆଜି ଅପରାହ୍ନରେ ବାରୁଅସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ, ରେଡ଼ିଓ ଭାବଗ୍ରାହୀ ଏବଂ ବାଣୀ ବିନୋଦ ସାହିତ୍ୟ ସେବା ନିକେତନର ମିଳିତ ଆନୁକୂଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପୁଣ୍ୟ ଜୟନ୍ତୀ ଉତ୍ସବ ଯଥାବିଧି ଅନୁଷ୍ଠିତ ହୋଇଯାଇଛି। ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ସତୀର୍ଥର ସମ୍ପାଦକ କବି […]

କେନ୍ଦ୍ରାପଡ଼ା,୧୫ା୫:ଜିଲ୍ଲା କ୍ଷେତ୍ରୀୟ ଖଣ୍ଡାୟତ ମହାସଂଘ ପକ୍ଷରୁ ୨୦୨୫ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଜିଲ୍ଲାର ଟପ୍ପରମାନଙ୍କୁ ଶ୍ରୀବଳଦେବଜୀଉଙ୍କ ଯାତ୍ରୀ ନିବାସରେ ସମ୍ବର୍ନ୍ଧିତ କରାଯାଇଛି। ସଂଘ ସଭାପତି ଶରତ ଚନ୍ଦ୍ର ବେହୁରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଥମେ ପହଲଗ୍ରାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ନିହତ ବ୍ୟକ୍ତିବିଶେଷ ଓ ଅପରେସନ ସିନ୍ଦୁରର ସହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରାଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାରେ ଏ-ୱାନ୍ ଗ୍ରେଡରେ କୃତକାର୍ଯ୍ୟ ହୋଇଥିବା ଜିଲ୍ଲାର ୪୨ ଜଣ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। […]

Breaking News