କେନ୍ଦ୍ରାପଡ଼ା,୬ା୨:ପାରାଦୀପ- ଚଣ୍ଡିଖୋଲ ୫୩ନମ୍ବର ଜାତୀୟ ରାଜପଥର ଦୁହୁରିଆ ଠାରେ ଦ୍ୱିତୀୟ ଓଭରବ୍ରିଜ ନିର୍ମାଣ ପାଇଁ କେନ୍ଦ୍ରାପଡାର ବିଭିନ୍ନ ସମାଜକଲ୍ୟାଣ ସଂଗଠନ ପକ୍ଷରୁ ଦାବି କରାଯାଇ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ଦୁହୁରିଆ ଛକ କେନ୍ଦ୍ରାପଡାର ପ୍ରବେଶ ଦ୍ୱାର ହୋଇଥିବା ବେଳେ ଏହାର ପୂର୍ବରେ ଭଦ୍ରକ ଜିଲ୍ଲା, ପଶ୍ଚିମରେ କଟକ ଜିଲ୍ଲା, ଉତ୍ତରରେ ଯାଜପୁର ଜିଲ୍ଲା ଓ ଦକ୍ଷିଣରେ ଜଗତସିଂହପୁର ଜିଲ୍ଲାକୁ […]

ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ହାଇସ୍କୁଲ ବାର୍ଷିକ ଉତ୍ସବ   ପଟ୍ଟାମୁଣ୍ଡାଇ ତା ୪/୨- ସାମ୍ପ୍ରତିକ ସମୟରେ ଛାତ୍ରୀମାନେ ଶୃଙ୍ଖଳିତ ହୋଇ ସମର୍ପଣ ଭାବ ନେଇ ଶିକ୍ଷା ପ୍ରତି ପ୍ରତିବଦ୍ଧ ହେଲେ ଜୀବନ ସବୁ କ୍ଷେତ୍ରରେ ସଫଳ ହେବା ସହିତ ନିଜର ସ୍ବପ୍ନ ସାକାର କରିପାରିବେ ବୋଲି ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ହାଇସ୍କୁଲ ବାର୍ଷିକ ଉତ୍ସବର ଉଦଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରକାଶ […]

କେନ୍ଦ୍ରାପଡ଼ା,୪ା୨:କେନ୍ଦ୍ରାପଡା ବ୍ଲକ ଅଧିନ ପୁରୁଷୋତ୍ତମପୁର ପଞ୍ଚାୟତର ଏରା ଠାରୁ ନରେନ୍ଦ୍ରପୁର ଭାୟା କହ୍ନେଇପୁର ରାସ୍ତା ନିର୍ମାଣ କାର୍ଯ୍ୟରେ ଠିକାଦାର ଓ ଆରଡି ଡିଭିଜନର ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ହୋଇ ସମସ୍ତ ନୀତିନିୟମକୁ ଦଳିମକଚି ଦିଆଯାଇଛି। ଏନେଇ ଜିଲ୍ଲାପାଳଙ୍କ ନିକଟରେ ପୁରୁଷୋତ୍ତମପୁର ଗ୍ରାମର ବଳରାମ ବେହେରାଙ୍କ ସମେତ କେତେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଉଲ୍ଲେଖ ରହିଛି ଯେ ପ୍ରକଳ୍ପର ଅଟ୍ଟକଳ ଅନୁଯାୟୀ ଠିକାଦାର କାମ କରୁନାହାନ୍ତି। ରାସ୍ତାର ଯେଉଁସ୍ଥାନରେ ସ୍ଲୋପିଂ […]

କେନ୍ଦ୍ରାପଡ଼ା,୪ା୨:କେନ୍ଦ୍ରାପଡାର ବରିଷ୍ଠ ସାମ୍ବାଦିକ ତଥା ମହାକାଳପଡା ବ୍ଲକର ଗୋପିନାଥପୁର ଶାସନ ଗ୍ରାମର ବିଷ୍ଣୁଚରଣ କରଙ୍କ ଜ୍ୟେଷ୍ଠପୁତ୍ର ସନ୍ତୋଷ କୁମାର କରଙ୍କ ୬୩ବର୍ଷ ବୟସରେ କଟକ ବଡଡାକ୍ତରଖାନାରେ ପରଲୋକ ହୋଇଯାଇଛି। ସାମ୍ବାଦିକ ସ୍ୱର୍ଗତ କର ଦୈନିକ ଜନବାଣୀ, ବର୍ତ୍ତମାନ ସମାଚାର, ଦିନଲିପି ଓ ପରେ ଉତ୍କଳମେଲରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଥିଲେ। ସେ ଜଣେ ଧର୍ମପରାୟଣ, ମିଷ୍ଟଭାଷୀ, ପରୋପକାରୀ ଓ କର୍ତ୍ତବ୍ୟରତ ସାମ୍ବାଦିକ ଭାବେ ସାଧାରଣରେ ଜଣାଶୁଣା ଥିଲେ। ସେ […]

କେନ୍ଦ୍ରାପଡ଼ା,୪ା୨:ମନରେଗା ଯୋଜନାକୁ କେନ୍ଦ୍ର ସରକାର ବିକୃତ କରିଦେଇଛନ୍ତି। ଭିବିରାମଜୀ ଯୋଜନା କରି ସେଥିରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନାମକୁ ବାଦ ଦେଇ ଗାନ୍ଧୀଙ୍କୁ ଅସମ୍ମାନିତ କରିଛନ୍ତି। ତେଣୁ ଏହି ଯୋଜନାକୁ ମୂଳ ରୂପକୁ ଫେରାଇ ଆଣିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଜିଲ୍ଲା କଂଗ୍ରେସ ଭବବନରୁ ଦଳର ନେତାମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର […]

କେନ୍ଦ୍ରାପଡ଼ା,୪ା୨:କେନ୍ଦ୍ରାପଡ଼ା ଷ୍ଟେଶନରୁ କଟକ ଓ ଭୁବନେଶ୍ୱରକୁ କୈାଣସି ରେଳସେବା ନାହିଁ। କେବଳ ସକାଳ ୬ଟାରେ ପାରାଦୀପରୁ ଆସି କେନ୍ଦ୍ରାପଡ଼ା ଦେଇ କେନ୍ଦୁଝରକୁ ଯାଉଥିବା ଏକମାତ୍ର ରେଳ ଗଡୁଛି। ବାକି ସମୟରେ କୌଣସି ଯାତ୍ରୀବାହୀ ରେଳ ସେବା ନାହିଁ। ତେଣୁ ଷ୍ଟେଶନରେ କୁକୁର ଶୋଉଛନ୍ତି। କେନ୍ଦ୍ରାପଡ଼ା ଦେଇ ଦୈନିକ ୫୦ରୁ ଅଧିକ ମାଲବାହୀ ଟ୍ରେନ୍ ଗଡୁଛି। ହେଲେ ଯାତ୍ରୀବାହୀ ଟ୍ରେନ ଗଡୁନାହିଁ। କଟକ ଓ ଭୁବନେଶ୍ୱରକୁ ଲୋକଙ୍କ ପ୍ରତିଦିନ ଯିବା ଆସିବା […]

ପଟ୍ଟାମୁଣ୍ଡାଇ କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଆଲୋଚନାଚକ୍ର ପଟ୍ଟାମୁଣ୍ଡାଇ ୪/୨ – ପଟ୍ଟାମୁଣ୍ଡାଇ କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଜୈବ ଅନୁସନ୍ଧାନ ଏବଂ ଜୈବସମ୍ବଳ ପରିଚାଳନା ରଣନୀତି ସମ୍ପର୍କିତ ଆଲୋଚନାଚକ୍ର ଆଳି କଲେଜ ସହେଯାଗରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ତତ୍ୱାବଧାନ ଓ ଉଦ୍ଭିଦ ବିଜ୍ଞାନ ଏଚଓଡି ଡ ଅଞ୍ଜଲି କୁମାରୀ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର […]

କେନ୍ଦ୍ରାପଡ଼ା,୩ା୨:କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡିଆରେ ଆସନ୍ତା ୨୫ ତାରିଖରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ଏହି ପରିପରିପ୍ରକ୍ଷୀରେ ମଙ୍ଗଳବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ, ଜିଲ୍ଲା ନିୟୋଜନ ଅଧିକାରୀ ଇନ୍ଦିରା ମଲ୍ଲିକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ,ବିଭିନ୍ନ […]

ଡେରାବିଶ:- ୩-୨ – ଉଚ୍ଚ ଶଦ୍ଦ ସମ୍ପନ୍ନ ଡିଜେ ବାଦ୍ୟକୁ ପ୍ରଶାସନିକ ସ୍ତରରେ ସମ୍ପୂର୍ଣ ନିଷେଧ କରାଯାଇଛି। ହେଲେ କେନ୍ଦ୍ରାପଡା ଜିଲାର ଏକାଧିକ ଥାନା ଅଞ୍ଚଳରେ ହେଉଥିବା ପର୍ବ ପର୍ବାଣୀ କିମ୍ବା ବିବାହ ଶୋଭାଯାତ୍ରାରେ ଏହି ନିୟମକୁ ଉଲ୍ଲଂଘନ କରାଯାଇ ଗ୍ରାମ ଠାରୁ ସହର ସବୁଠି ବିକଟାଳ ଶବ୍ଦରେ ଡିଜେ ଗର୍ଜୁଛି । ଯାହାକୁ ନେଇ ଜନସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି । ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଜେ […]

କେନ୍ଦ୍ରାପଡ଼ା,୨ା୨:ଦୁହୁରିଆ ନିକଟରେ ଦୁଇଟି ଅଣ୍ଡରପାସ ନିର୍ମାଣ କରିବାକୁ ଯୋଜନା ହୋଇଥିବା ବେଳେ ଠିକାସଂସ୍ଥା ଗୋଟିଏ ଅଣ୍ଡରପାସ ନିର୍ମାଣ କରି ଚୁପ ହୋଇ ବସିଛି। ଏହାଦ୍ୱାରା ଭବିଷ୍ୟତରେ ବହୁ ଦୁର୍ଘଟଣା ଘଟିବ। ଯେଉଁଥିରେ ଅନେକ ଲୋକଙ୍କ ପ୍ରାଣହାନୀ ଘଟିବ। ଏହି ସମସ୍ୟାକୁ ଜିଲ୍ଲା ପ୍ରଶାସନ ହୃଦୟଙ୍ଗମ କରି ଠିକାସଂସ୍ଥା ସହ ବାରମ୍ବାର ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ ସୁଧା ଠିକାସଂସ୍ଥା ଏହାକୁ କର୍ଣ୍ଣପାତ କରୁନାହିଁ। ଏହାକୁ ନେଇ କେନ୍ଦ୍ରାପଡାର ବୁଦ୍ଧିଜିବୀମାନେ ଜାତୀୟ ରାଜପଥର […]

Breaking News