ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଶେଷ ଲିଗ୍ ମ୍ୟାଚରେ ସ୍ୱପିଲ ରଣା ମ୍ୟାନ ଅଫ ଦି ମ୍ୟାଚ

blank
କେନ୍ଦ୍ରାପଡ଼ା,୬ା୫: କେନ୍ଦ୍ରାପଡ଼ା ଜିଲ୍ଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍‌ରେ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ (୧୫ବର୍ଷରୁ କମ) କ୍ରିକେଟ ଟୁର୍ଣ୍ଣାମେଣ୍ଟର ପଞ୍ଚଦଶ(ଶେଷ) ଲିଗ ମ୍ୟାଚ୍ ସ୍କୁଲ-ଇ ଓ ସ୍କୁଲ-ଡି ମଧ୍ୟରେ ଖେଳାଯାଇଥିଲା । ସ୍କୁଲ-ଇ ପ୍ରଥମେ ଟସ ଜିତି ବ୍ୟାଟିଂ କରି ୨୫.୫ ଓଭରରେ ୬୦ ରନ୍ କରିଥିଲେ। ଜବାବରେ ସ୍କୁଲ-ଡି ୯ ଓଭରରେ ଗୋଟିଏ ଉଇକେଟ ହରାଇ ୬୩ ରନ୍ କରି ଅଲଆଉଟ ହୋଇଯାଇଥିଲେ। ଫଳରେ ଏଥିରେ ସ୍କୁଲ-ଡି ୯ଉଇକେଟରେ ବିଜୟୀ ହୋଇଛି। ସ୍କୁଲ-ଡି ଦଳର ସ୍ୱପିଲ ରଣା ବ୍ୟାଟିଂ କରି ୨୬ବଲରେ ୨ଟି ଚୌକା ସହ ୧୫ରନ କରିଥିବା ବେଳେ ୬.୫ଓଭର ବୋଲିଂ କରି ୧ଟି ମେଡେନ ସହ ୧୫ରନ ଦେଇ ୪ଟି ଉଇକେଟ ଅକ୍ତିଆର କରି ମ୍ୟାନ୍ ଅଫ ଦି ମ୍ୟାଚ ହୋଇଥିଲେ। ସେହିପରି ଶୁଭମ ମହାରଣା ମ୍ୟାନ ଅଫ ସିରିଜ ହୋଇଥିଲେ । ଅତିଥି ଭାବେ ସେକ ସଇଫୁଲ୍ଲା ଓ ଅକିଲ ଅହମଦ ଯୋଗଦେଇ ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ସ୍ୱପିଲଙ୍କୁ ଓ ମ୍ୟାନ ଅଫ ଦି ସିରିଜ ହୋଇଥିବା ଶୁଭମଙ୍କୁ ଟ୍ରଫି ପ୍ରଦାନ କରିଥିଲେ। କଲିକତାରର ବିଶ୍ୱାସ ସ୍ପୋର୍ସ ପକ୍ଷରୁ ମ୍ୟାନ ଅଫ ଦି ସିରିଜ ହୋଇଥିବା ବିଜେତାକୁ ବ୍ୟାଟ ପ୍ରଦାନ କରିଥିଲେ । ବିଶ୍ୱଜିତ ଅଧିକାରୀ ଓ ରାଜେଶ ପାତ୍ର ଅମ୍ପାୟର ଭାବେ ମ୍ୟାଚ ପରିଚାଳନା କରିଥିଲେ । ସ୍କୋରର ଭାବେ ଚିରଞ୍ଜିବୀ ବଳ କାର୍ଯ୍ୟ ତୁଲାଇଥିବା ବେଳେ ବରଦା କାନ୍ତ ବରାଳ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା କ୍ରିକେଟ ଆସୋସିଏସନର ସମ୍ପାଦକ ଶୁଭାଶିଷ ସେନାପତିଙ୍କ ନେତୃତ୍ୱରେ ଆକବର ଅଲ୍ଲୀ ଖାଁ, ସମିର କୁମାର ମହାପାତ୍ର, ଅସିତ ଦାସ ପ୍ରମୁଖ ଖେଳ ପରିଚାଳନା କରିଥିଲେ।


Discover more from

Subscribe to get the latest posts sent to your email.

Leave a Reply

Your email address will not be published. Required fields are marked *

Next Post

ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ୪.୫୩ ଲକ୍ଷ ଲୁଟ୍‌

Tue May 6 , 2025
କେନ୍ଦ୍ରାପଡ଼ା,୬ା୫:କେନ୍ଦ୍ରାପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜଣେ ବ୍ୟକ୍ତିଙ୍କ ବାଇକ ଡିକିରୁ ୪ ଲକ୍ଷ ୫୩ ହଜାର ଟଙ୍କା ଲୁଟ୍ ହୋଇଛି। ଲୁଟ୍‌ର ଶିକାର ହୋଇଛନ୍ତି ଏକ ସିମେଣ୍ଟ ଗୋଦାମର ମ୍ୟାନେଜର ଭାବଗ୍ରାହୀ ସାହୁ। ଲୁଟ୍ ହେବା ପରେ ପୋଲିସକୁ ଖବର ଦିଆଯାଇଥିଲା। ଖବର ପାଇ ଟାଉନ୍ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଏହାସହ ଏସ୍‌ଡିପିଓ ଜ୍ୟୋତିରଞ୍ଜନ ଗୌଡ଼ ଓ ଟାଉନ୍ ଥାନା ଇନ୍ସପେକ୍ଟର ଦିଲ୍ଲୀପ ସାହୁ ଘଟଣା ସ୍ଥଳରେ […]
blank

ଲୋକମତ

Breaking News

Discover more from

Subscribe now to keep reading and get access to the full archive.

Continue reading