ତରଭୁଜ ଖାଇ ୫ ଅସୁସ୍ଥ, ୧ ନାବାଳକ ମୃତ୍ୟୁ ଅଭିଯୋଗ

blank
ପଟ୍ଟାମୁଣ୍ଡାଇ ୧୬/୫ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳର କୁପୁଣି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ତରଭୁଜ ଖାଇ ଗୋଟିଏ ପରିବାରର ଜଣେ ୧୨ ବର୍ଷର ନାବାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତିା ମାତ୍ର ବିଷାକ୍ତ ତରଭୁଜ ହେତୁ ଏପରି ଘଟିଥିବା ସନ୍ଦେହ କରାଯାଉବେଳେ ସକାଳର ବାସୀ ପୋଇ ଶାଗ ତରକାରୀ ଖାଇବା ସହ ଅନ୍ୟାନ ଖାଦ୍ୟଖାଇ ଫୁଡ ପଏଜନରୁ ଏପରି ହୋଇଛି । ଏଥିନେଇ ଡାକ୍ତର ଶ୍ୟାମସୁନ୍ଦର ଟୁଡୁଙ୍କ ସହ ଏକ ଟିମ ତଦନ୍ତ କରି ଏହା ଜାଣିବାକୁ ପାଇଛନ୍ତି ବୋଲି କେନ୍ଦ୍ରାପଡା ସିଡିଏମଓ ଡାକ୍ତର ଶଚ୍ଚିଦାନନ୍ଦ ମିଶ୍ର କହିଛନ୍ତି ।
ମିଳିଥିବା ଖବର ଅନୁଯାୟୀ କୁପୁଣି ଗାଁର ଅନନ୍ତ ସେନାପତି (୬୯) ଓ ତାଙ୍କ ପୁତ୍ର ପଂଚାନନ ସେନାପତି (୫୦),ବୋହୁ ଚାରୁଲତା , ସାନ ପୁଅ ବବ୍ରୁ ବାହନ ( ୪୫) ନାତି ସ୍ୱାଧୀନ (୧୩) ନାତୁଣୀ ସ୍ୱଗତିକା (୧୫) ଆଦି ପରିବାର ଲୋକମାନେ ଶୁକ୍ରବାର ମଧ୍ୟାହ୍ନ ଖାଦ୍ୟପରେ ତରଭୁଜ ଖାଇଥିଲେ । କିଛି ସମୟପରେ ସେମାନେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ପରେ ସେମାନଙ୍କର ବାନ୍ତି ଓ ପତଳା ଝାଡ଼ା ହୋଇଥିଲା । ଏହି ପରିବାରର ଅନନ୍ତ, ପଂଚାନନ, ବବ୍ରୁବାହ. ଝିଅ ସ୍ୱଗତିକା ଓ ପୁଅ ସ୍ୱାଧୀନ ୫ ଜଣ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରଯାଇଥିଲା । ମାତ୍ର ସେଠାରେ ଥିବା ଡାକ୍ତର ନାବାଳକ ସ୍ୱାଧୀନଙ୍କ ଅବସ୍ଥା ସଂଗୀନ ଥିବା ଅନୁଭବ କରି ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ । କଟକ ବଡ ଡାକ୍ତରଖାନାରେ ଥିବା ଡାକ୍ତର ପରୀକ୍ଷା କରି ନାବାଳକ ସ୍ୱାଧୀନ ସେନାପତିଙ୍କୁ ମୃତ ଘୋଷଣା କରିଥିଲେ । ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ସ୍ୱାଧୀନ ହେଉଛି ପଂଚାନନ ସେନାପତିଙ୍କ ଏକ ମାତ୍ର ପୁଅ । ଏହି ଘଟଣା କୁପୁଣି ଗାଁରେ ଶୋକର ଛାୟା ଖେଳାଇ ଦେଇଛି । ଏହି ଅଭାବନୀୟ ଦୁଃଖଦ ଘଟଣା ତରଭୁଜକୁ ନେଇ ଘଟିଥିବା ସାଧାରଣରେ ଆଲୋଚନା ହେଉଥିବା ବେଳେ କେନ୍ଦ୍ରାପଡା ଡାକ୍ତର ମିଶ୍ରିତ ଖାଦ୍ୟ ଖାଇ ଫୁଡ ପଏଜନରୁ ଏପରି ହୋଇଛି ବୋଲି କହିଛନ୍ତି । ଏଥିରେ ଅନନ୍ତ ସେନାପତିଙ୍କ ପରିବାରର ଅନନ୍ତ, ପଂଚାନନ, ବବ୍ରୁବାହନ ସ୍ୱାଗତିକା ଚିକିତ୍ସା ଧୀନ ଥିବାବେଳେ ଅନନ୍ତ ନାତି ସ୍ୱାଧୀନଙ୍କ ମୃତ୍ୟୁ ହୋଇଛି । ପରିବାରରେ ସ୍ୱାଧୀନଙ୍କ ମା ଚାରୁଲତା ସୁସ୍ଥ ଅଛନ୍ତି ।

Next Post

ମଣ୍ଡପଡ଼ା ଭଜନେଶ୍ୱର ହାଇସ୍କୁଲ ରୌପ୍ୟ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

Sat May 16 , 2026
ପଟ୍ଟାମୁଣ୍ଡାଇ ତା ୧୬/୫ – ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଛରା ପଂଚାୟତ ମଣ୍ଡପଡ଼ା ଭଜନେଶ୍ୱର ହାଇସ୍କୁଲର ୨୫ ବର୍ଷ ପୂର୍ତି ଉପଲକ୍ଷେ ରୌପ୍ୟ ଜୟନ୍ତୀ ପାଳନ କରିବା ପାଇଁ ନିଷ୍ପତି ନିଆଯାଇଛି ଏହି ଉପଲକ୍ଷେ ରୌପ୍ୟ ଜୟନ୍ତୀ କମିଟି ସଭାପତି ସଂଗ୍ରାମ ସାମଲଙ୍କ ପୌରହିତ୍ୟରେ ଏକ ପ୍ରସ୍ତୁତି ବୈଠକଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ କମିଟିର ଉପସଭାପତି କମଳ ଲୋଚନ ସାହୁ, ସମ୍ପାଦକ ଅବିନାଶ ପ୍ରଧାନ, ଉପସମ୍ପାଦକ କ୍ଷୀରୋଦ ବେହେରା ନାରାୟଣ ପ୍ରସାଦ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading