ଜିଲ୍ଲା କଂଗ୍ରେସ ଭବନରେ ଆମ୍ବେଦକରଙ୍କ ଜୟନ୍ତି ପାଳନ

blank
କେନ୍ଦ୍ରାପଡ଼ା,୧୪/୪: ଆଜି କେନ୍ଦ୍ରାପଡା ସହର କଜଳା ସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ସକାଳ ୯ ଘଟିକା ସମୟରେ ଭାରତ ରତ୍ନ ଡକ୍ଟର ବି.ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ କାର୍ଯ୍ୟାଳୟ ପରିସରରେ ଥିବା ଆମ୍ବେଦକରଙ୍କ ପ୍ରତିମୃର୍ତ୍ତିରେ ମାଲ୍ୟାପର୍ଣ କରଯାଇଥିଲା । ଏହାପରେ କଂଗ୍ରେସ ନଗର ସଭାପତି ଦିଲ୍ଲୀପ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ସଭାରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ ଦାସ, ପ୍ରଭାତ ରାଉତ, ଭଗବାନ ଓଝା, ଭୁବନ ଭୋଇ, ପ୍ରଦୀପ ପାତ୍ର, ଗଗନ ପ୍ରଧାନ, ଜଗବନ୍ଧୁ ରାଉତ ପ୍ରମୁଖ ଯୋଗଦେଇ କହିଥିଲେ ଯେ ଭାରତ ସମ୍ବିଧାନର ରୂପକାର ଭାରତ ରତ୍ନ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକର ବହୁ ପ୍ରତିଭାର ଅଧିକାରୀ ଥିଲେ । ବାବା ସାହେବ ଆମ୍ବେଦକର ସମାଜରୁ ଅସ୍ପୃଶ୍ୟତା ଦୂର କରିବା, ଦଳିତମାନଙ୍କ ଅଧିକାରକୁ ସମ୍ବିଧାନରେ ସାବ୍ୟସ୍ତ କରିବା ଓ ସମାଜରୁ ସକଳ ଭେଦଭାବ ବିଲୋପ କରି ଏହି ବଞ୍ôଚତ ଗୋଷ୍ଠୀଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ସେ ଚେଷ୍ଟିତ ଥିଲେ । ଫଳରେ ସମସ୍ତଙ୍କୁ ସାମାଜିକ, ରାଜନୈତିକ, ଅର୍ଥନୈତିକ ନ୍ୟାୟ ଦେବା, ଆଇନ ଦୃଷ୍ଟିରେ ସମସ୍ତଙ୍କୁ ସମାନ ବିଚାର ଦେବା, ସ୍ୱାଧୀନ ମତବ୍ୟକ୍ତ କରିବା ଅଧିକାର ଦେବା ସମ୍ପର୍କରେ ଗୁରୁତ୍ୱ ଦେଇ ସମ୍ବିଧାନ ପ୍ରଣୟନ କରିଥିଲେ । ଶେଷରେ ରାଜେନ୍ଦ୍ର ରାଉତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କାଯ୍ର‌୍ୟକ୍ରମରେ ବହୁ ଜିଲ୍ଲା କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ ।

Next Post

ପୋଖରୀ ନିଲାମ ବାତିଲ ବିରୋଧରେ ଏସଏସଜି ମହିଳାମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ ,କ୍ଷତି ପୁରଣ ଦାବି

Tue Apr 14 , 2026
କେନ୍ଦ୍ରାପଡା ତା.୧୪/୪: କୁହୁଡି ପଞ୍ଚାୟତରେ ୨୦୨୪-୨୫ ମସିହାର ପୋଖରୀ ଗୁଡିକର ନିଲାମ୍ ବିନା କାରଣରେ ବନ୍ଦ କରାଯାଇ ଲକ୍ଷ୍ୟାଧିକ ଟଙ୍କା କ୍ଷତି କରାଯାଇଛି । ସମ୍ବାଦ ଆଞ୍ଚଳିକ ମଞ୍ଚର ୧୩ଗୋଟି ସ୍ୱୟଂସହାୟକ ଗୋଷ୍ଠୀର ମହିଳା ମାନେ କୁହୁଡି ଗ୍ରାମପଞ୍ଚାୟତର ପସ୍ତା ଗ୍ରାମରେ ଥିବା ଦୁଇ ଗୋଟି ପୋଖରିକୁ ନିଲାମ୍ ନେଇ ଆର୍ଥିକ ସ୍ୱାବଲମ୍ବୀ ହୋଇପାରିଥିଲେ । କିନ୍ତୁ ଦୁଃଖର ବିଷୟ ୨୦୨୪-୨୫ ମସିହାରେ ଏହି ଗ୍ରାମର ଦୁଇଟି ପୋଖରୀ ସହିତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading