କେନ୍ଦ୍ରାପଡ଼ା,୭ା୪: କେନ୍ଦ୍ରାପଡା ଜିଲ୍ଲାର ଜଣେ ଆଗଧାଡିର ସମାଜସେବୀ ଯୁକ୍ତରାଷ୍ଟ୍ର ଆମେରିକାର ଆଲାସ୍କା ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଦେବେନ୍ଦ୍ର କୁମାର ଦାସଙ୍କ ୭୮ତମ ଜନ୍ମଦିବସକୁ ଜିଲ୍ଲା ପ୍ରତିଭାପୂଜା ସଂସଦ ପକ୍ଷରୁ ସ୍ଥାନୀୟ ଗରାପୁରସ୍ଥିତ ରେସୱା ଅନୁଷ୍ଠାନରେ ପାଲିତ ହୋଇଯାଇଛି। ପ୍ରଥମେ ଅନ୍ତେବାସୀମାନେ ଡ. ଦାସଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରି ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏହି ଉପଲକ୍ଷେ ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭାଗିରଥି ଜେନା, ମିନତୀ ମହାରଣା, ଚିତ୍ତରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ତେବାସୀମାନେ କେକ୍ କାଟି ଡ. ଦାସଙ୍କ ଜନ୍ମଦିନ ପାଳନ କରିବା ସହ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ନିକଟରେ ତାଙ୍କ ସୁସ୍ଥ ଜୀବନ କାମନା କରି ପ୍ରାର୍ଥନା କରିଥିଲେ।
Discover more from Lokamata Odisha
Subscribe to get the latest posts sent to your email.